China Nuclear Submarine Accident: ନିଜର ସେନା ବାହିନୀ ଏବଂ ସାମରିକ ପ୍ରଯୁକ୍ତିବିଦ୍ୟା ବିଶ୍ୱରେ ସର୍ବୋତ୍ତମ ବୋଲି ଚୀନ୍ ଦାବି କରୁଥାଏ। ହେଲେ ଏବେ ୟେଲୋ ସାଗରରେ ଯେଉଁ ଘଟଣା ଘଟିଯାଇଛି ତାହା ଚୀନ ପକ୍ଷରୁ କରାଯାଉଥିବା ଦାବି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ନିକଟ ଅତୀତରେ ୟେଲୋ ସାଗରରେ ଏକ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣା ପରେ ଚୀନ ଦ୍ୱାରା କରାଯାଉଥିବା ଦାବି ଏବେ ସନ୍ଦେହ ଘେରରେ ରହିଛି। ବ୍ରିଟିଶ ସମ୍ବାଦପତ୍ର ଡେଲି ମେଲ ଅନୁଯାୟୀ  ୟେଲୋ ସାଗରରେ ଏକ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ପ୍ରାୟ ୫୫ ନାବିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା କେବଳ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣା ସହ ଜଡ଼ିତ ନୁହେଁ। ବରଂ ଏହା ପଛରେ ରହିଥିବା ବିପଜ୍ଜନକ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବ୍ରିଟିଶ ଜାହାଜକୁ ଫସାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ୟେଲୋ ସାଗରରେ ଘଟିଯାଇଛି ଦୁର୍ଘଟଣା
ଆପଣଙ୍କୁ କହିରଖୁଛୁ ଯେ ୟେଲୋ ସାଗରରେ (Yellow Sea) ଚୀନ୍ ସହିତ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ହେଲେ ଏହି ଦୁର୍ଘଟଣା ସମ୍ପର୍କରେ ଚୀନ୍‌ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଚୀନୀ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ପଛରେ କେଉଁ କାରଣ ରହିଛି? ଏନେଇ ମିଳିଥିବା ଖବର ଅନୁସାରେ ବୁଡ଼ାଜାହାଜରେ ଅମ୍ଳଜାନ ବ୍ୟବସ୍ଥା ବିଫଳ ହୋଇଥିଲା। ଏହି କାରଣରୁ ଜାହାଜର ଚାଳକ ଦଳ ସଦସ୍ୟ ଦୁର୍ଘଟଣାର (China Nuclear Submarine Sunk) ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ଜାହାଜର ନାବିକଙ୍କ ସହ ୨୧ ଜଣ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ବ୍ରିଟିଶ ସମ୍ବାଦପତ୍ର ଡେଲି ମେଲ ଦାବି କରିଛି ଯେ ୟେଲୋ ସାଗରରେ ଏକ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ (China Nuclear Submarine Accident) ହେବା ଘଟଣାରେ ଚୀନ୍ ଅନ୍ତର୍ଜାତୀୟ ସହାୟତା ଗ୍ରହଣ କରିବାକୁ ମଧ୍ୟ ମନା କରିଦେଇଛି।


Also Read: Submarine Hai Qun: ଝାଡୁ ଧରି ସମଦ୍ରରେ ଜୁଆର ରୋକିବାକୁ ଚେଷ୍ଟା କରୁଛି ତାଇୱାନ: ଚୀନ୍


ଅଗଷ୍ଟ ୨୨ ତାରିଖରେ ଘଟିଥିଲା ଘଟଣା; ହେଲେ ନୀରବ ରହିଥିଲା ଚୀନ 
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟ ୨୧ ତାରିଖ ରାତି ପ୍ରାୟ ୮:୧୩ ସମୟରେ ଚୀନୀ ଆଣବିକ ବୁଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ (China Nuclear Submarine Missing) ହୋଇଥିଲା। ଏହି ଦୁର୍ଘଟଣଆରେ ପ୍ରାଣ ହରାଇଥିବା ମୋଟ ୫୫ ଜଣ ମୃତକଙ୍କ ମଧ୍ୟରୁ ଜାହାଜର ମୁଖ୍ୟ ନାବିକଙ୍କ ସମେତ ୨୨ ଜଣ ବରିଷ୍ଠ ଅଧିକାରୀ, ୭ ଜଣ ଜୁନିଅର ଅଫିସର ଏବଂ ଅନ୍ୟ ୧୭ ଜଣ ନାବିକ ସାମିଲ ହୋଇଥିଲେ। ଯେଉଁ ଚୀନୀ ଆଣବିକ ଜାହାଜ ଏହି ଦୁର୍ଘଟଣାରେ ତାହା ୧୫ ବର୍ଷ ଧରି ନୌସେନାର (Chinese Navy Nuclear Submarine) ଅଂଶ ହୋଇଥିଲା। ଏହି ବୁଡ଼ାଜାହାଜର ଦୈର୍ଘ୍ୟ ୩୫୧ ଫୁଟ। ଯିଏ ଟର୍ପିଡୋ ସହିତ ସଜ୍ଜିତ ହୋଇଥିଲା। ଏହି ବୁଡ଼ାଜାହାଜର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏଥିରୁ ବହୁତ କମ୍ ଶବ୍ଦ ଉତ୍ପନ ହୋଇଥାଏ। 


Also Read: South China ସାଗରରେ ଅଘଟଣ; ଅଜଣା ବସ୍ତୁ ସହ ଧକ୍କା ହେଲା US Navy Nuclear Submarine


ମୃତ୍ୟୁ ପାଇଁ ଦାୟୀ ହାଇପୋକ୍ସିଆ!
ବର୍ତ୍ତମାନ ମୃତ୍ୟୁ ପଛରେ ରହିଥିବା କାରଣ ଉପରେ ପ୍ରତିକ୍ରିୟା ରଖି ବିଶେଷଜ୍ଞ କହିଛନ୍ତି ଯେ ବୁଡ଼ାଜାହାଜରେ ଅମ୍ଳଜାନ ବିଫଳ ହେବାର ଅର୍ଥ ହେଉଛି ଯେ ସେଥିରେ ରହିଥିବା ଲୋକେ ହାଇପୋକ୍ସିଆ କାରଣରୁ ପ୍ରାଣ ହରାଇ ଥାଇପାରନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ୟେଲୋ ସାଗରରେ ଆମେରିକା-ବ୍ରିଟେନ ନୌସେନା ଜାହାଜକୁ ଘେରିବାକୁ ଯୋଜନା କରୁଥିଲା। ମାତ୍ର ବୈଷୟିକ ଦୃଷ୍ଟିକୋଣରୁ ବୁଡ଼ା ଜାହାଜ ଚୀନ ନୈସେନାକୁ ଧୋକ୍କା ଦେଇଥିଲେ। ବୁଡ଼ାଜାହାଜକୁ ସମୁଦ୍ରର ପୃଷ୍ଠ ଭାଗ ପର୍ଯ୍ୟନ୍ତ ଆସିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଏହି କାରଣରୁ ଏପରି ଭୟଙ୍କର ଦୁର୍ଘଟଣାରେ ନାବିକଙ୍କ ମୃତ୍ୟୁ ହୋଇଥାଇପାରେ।