South China ସାଗରରେ ଅଘଟଣ; ଅଜଣା ବସ୍ତୁ ସହ ଧକ୍କା ହେଲା US Navy Nuclear Submarine
Advertisement

South China ସାଗରରେ ଅଘଟଣ; ଅଜଣା ବସ୍ତୁ ସହ ଧକ୍କା ହେଲା US Navy Nuclear Submarine

କ୍ଷତିଗ୍ରସ୍ତ ହେବା ପରେ ଏହି ଜାହାଜ ସ୍ଥିର ଏବଂ ସୁରକ୍ଷିତ ରହିଥିବା ରହିଥିବା ଆମେରିକୀୟ ନୌସେନା ପକ୍ଷରୁ କୁହାଯାଇଛି। 

South China ସାଗରରେ ଅଘଟଣ; ଅଜଣା ବସ୍ତୁ ସହ ଧକ୍କା ହେଲା  US Navy Nuclear Submarine

ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରରେ ଆମେରିକା-ଚୀନ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସଦ୍ୟ ସେଠାରେ ଘଟିଯାଇଛି ଭୟାନକ ଦୁର୍ଘଟଣା। ଗତ ଶନିବାର ଏହି ଘଟଣା ଘଟିଥିବା ଜଣାପଡିଛି।

ଦକ୍ଷିଣ ଚୀନ ସାଗରରେ (South China Sea) ପରମାଣୁ କ୍ଷମତାସମ୍ପନ୍ନ ଆମେରିକୀୟ ବୁଡାଜାହାଜ (US Navy Nuclear Submarine) ୟୁଏସଏସ କନେକ୍ଟିକଟ୍ (USS Connecticut) ଏକ ଅଜଣା ବସ୍ତୁ ସହ ଧକ୍କା ହେବା କ୍ଷତିଗ୍ରସ୍ତ ହୋଇଛି। ହେଲେ ଏହି ଜାହାଜରେ ଯାତ୍ରା କରୁଥିବା କରୁଥିବା ଲୋକଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ। ଏଭଳି ଘଟଣା ସେପରି ସମୟରେ ଘଟିଛି ଯେତେବେଳେ ତାଇୱାନ-ଚୀନ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି।

Also Read: ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!

ଏନେଇ ଆମେରିକୀୟ ନୌସେନା (US Navy) ପକ୍ଷରୁ କୁହାଯାଇଛି ଶତ୍ରୁ ପକ୍ଷ ଉପରେ ଦ୍ରୁତ ବେଗରେ ଆକ୍ରମଣ କରିବାକୁ ସକ୍ଷମ ପରମାଣୁ କ୍ଷମତାସମ୍ପନ୍ନ ବୁଡାଜାହାଜ ୟୁଏସଏସ କନେକ୍ଟିକଟ୍ ଦକ୍ଷିଣ ଚୀନ ସାଗର ସଂଲଗ୍ନ ପ୍ରଶାନ୍ତ-ଭାରତୀୟ  କ୍ଷେତ୍ରରେ ଅବସ୍ଥିତ ସମୁ୍ଦ୍ରରେ ଏକ ଅଜଣା ବସ୍ତୁ ସହ ଧକ୍କା ହୋଇଛି। 

ନୌସେନା ଉପରେ ଖବର ପ୍ରସାରଣ କରୁଥିବା USNI News ପକ୍ଷରୁ କୁହାଯାଇଛି ଏ ଘଟଣାରେ କେତେକ ଆମେରିକୀୟ ନୌସୈନିକ ସାଧାରଣ ଭାବେ ଆହତ ହୋଇ ଥାଇ ପାରନ୍ତି। ଏ ଘଟଣା ଘଟିବା ପଛରେ କେଉଁ କାରଣ  ସେ ନେଇ ତଦନ୍ତ କରାଯାଉଛି। କ୍ଷତିଗ୍ରସ୍ତ ହେବା ପରେ ଏହି ଜାହାଜ ସ୍ଥିର ଏବଂ ସୁରକ୍ଷିତ ରହିଥିବା ରହିଥିବା ଆମେରିକୀୟ ନୌସେନା ପକ୍ଷରୁ କୁହାଯାଇଛି। 

Also Read: ତାଇୱାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ସମୁଦ୍ରର ଗର୍ଜିଲା ଏୟାର କ୍ରାଫ୍ଟ କ୍ୟାରିୟର, ଉଡାଣ ଭରିଲା ଯୁଦ୍ଧ ବିମାନ

ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ପ୍ରଭାବକୁ ନଜରରେ ରଖି ଏହାର ଜବାବ ଦେବା ପାଇଁ ଆମେରିକା ପକ୍ଷରୁ ଏଠାରେ ବ୍ୟାପକ ମାତ୍ରାରେ ସାମରିକ ବଳ ନିୟୋଜନ କରାଯାଇଛି। ଚୀନ ନିଜ ଅଧିକୃତ ଜଳ ସୀମା ସହ ସମଗ୍ର ଦକ୍ଷିଣ ଚୀନ ସାଗର ଉପରେ ନିଦର ପ୍ରଭୂତ୍ୱ ବିସ୍ତାର କରିବାକୁ ପ୍ରୟାସ ଜାରି ରଖିଛି। ଏଭଳି ବିସ୍ତାରବାଦୀ ନୀତିକୁ କାର୍ଯ୍ୟକାରୀ କରିବାକୁ ଚୀନ ସେଠାରେ କୃତ୍ରିମ ଦ୍ୱୀପ ନିର୍ମାଣ କରିବା ସହ ସେଠାରେ ସାମରିକ ଉପସ୍ଥିତି ବଢାଇବାରେ ଲାଗିଛି। ଯାହାକୁ ନେଇ ଚୀନ ସହ ଦକ୍ଷିଣ-ପୂର୍ବ ଏସୀୟାରେ ଅବସ୍ଥିତ ବିଭିନ୍ନ ଦେଶ ସହ ମୁହାଁମୁହିଁ ହୋଇଛି।