CISF Exam 2023 News In Odia: ସ୍ୱପ୍ନ ଥିଲା ସିଆଇଏସଏଫ(CISF)ରେ ଯବାନ ହେବେ । ଆଉ ମାଆ ମାଟି ପାଇଁ କାମ କରିବେ । ଦେଶର ସୀମାରେ ରହି ଶତ୍ରୃକୁ ଦମନ କରିବେ। ଆଉ ଭାରତର ସୁରକ୍ଷା କବଚ ସାଜିବେ। କିନ୍ତୁ ତାଙ୍କର ଏହି ସ୍ବପ୍ନ ସ୍ବପ୍ନରେ ରହିଗଲା। ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି (CISF aspirant dies) । ମୃତ ଯୁବକ ଜଣକ ହେଉଛନ୍ତି ପୁରୁଷୋତ୍ତମ ସାହୁ । ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରରେ  ସି.ଆଇ.ଏସ.ଏଫର(physical fitness test) ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଭେଣ୍ତା ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ଜନ୍ମକଲା ମାଆ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରଠାରେ ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ସିଆଇଏସଏଫ୍‌ର ଶାରୀରିକ ପରୀକ୍ଷା (physical fitness test) ଚାଲିଥିଲା। ଏହି ପରୀକ୍ଷାରେ ଭାଗ ନେଇଥିଲେ ବରଗଡ଼ ଜିଲ୍ଲାର ଶରଧାପାଲି ଥାନା ଅଞ୍ଚଳରେ ପୁରୁଷୋତ୍ତମ ସାହୁ । ଗୁରୁବାର, ସକାଳ  ୯.୩୦ ମିନିଟ୍‌ରେ ସିଆଇଏସଏଫ୍‌ର ଶାରୀରିକ ପରୀକ୍ଷା (physical fitness test) ଆରମ୍ଭ ହୋଇଥିଲା। ଆଉ ଏଥିରେ ଦୌଡୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ସେ । ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଷୋତ୍ତମ ଦୌଡୁଥିବା ସମୟରେ ହଠାତ ତାଙ୍କର ହୃଦ ସ୍ପନ୍ଦନ ବଢି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସେପଟେ, ଭେଣ୍ତିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। 


Also Read: Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ


Also Read: Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?


Also Read: Pushpa 2: କେବଳ ମାଲକାନଗିରି ନୁହେଁ ,ଓଡ଼ିଶାର ଏହି ସ୍ଥାନରୁ ଆରମ୍ଭ ହେବାକୁ ଯାଉଛି 'ପୁଷ୍ପା ୨' ର ସୁଟିଂ


ନିକଟରେ ଏ-ଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା। କନଷ୍ଟେବଳ ଚାକିରି ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଦୀପ୍ତରଞ୍ଜନ ଦାସ । କନେଷ୍ଟବଳ ନିଯୁକ୍ତି ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି କି, କନେଷ୍ଟବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ୧୬୦୦ ମିଟର ଦୌଡ଼ ସମୟରେ ଦୀପ୍ତରଞ୍ଜନ ଟଳି ପଡ଼ିଥିଲେ । ଏହାପରେ ତାଙ୍କୁ ସକାଳ ପ୍ରାୟ ୯:୧୪ ମିନିଟରେ ପ୍ରଥମେ ଛତ୍ରପୁର ପରେ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତରୁ ହୃଦଘାତ୍ ଯୋଗୁଁ ଦୀପ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସପି ।


Also Read: Kissing Side Effects: ସାବଧାନ! ଅଧିକ କିସ୍ କରୁଛନ୍ତି କି? ଆପଣଙ୍କୁ ହୋଇପାରେ ଏସବୁ ମାରତ୍ମକ ରୋଗ