Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?
Advertisement
Article Detail0/zeeodisha/odisha1681545

Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?

 Cyclone Mocha News In Odia: ପୁଣି ଓଡି଼ଶାକୁ ବାତ୍ୟା  'ମୋଚା' ( Cyclone Mocha) ଡର! ସମସ୍ତେ ଜାଣନ୍ତି ଓଡ଼ିଶାରେ ପ୍ରାୟତଃ ବାତ୍ୟା ଅକ୍ଟୋବର ମାସରେ ହୋଇଥାଏ ହେଲେ ଗତ କିଛିବର୍ଷ ହେଲା ମେ ମାସ ଅର୍ଥାତ୍ ଗ୍ରୀଷ୍ମ ଦିନରେ ଓଡ଼ିଶାକୁ ବାତ୍ୟା ଭୟ ରହୁଛି। ଏହି କାରଣରୁ ସରକାର ମଧ୍ୟ ଟେନସନରେ । ସେପଟେ ବାତ୍ୟା ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏ-ନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । 

Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?

 Cyclone Mocha News In Odia : ଓଡି଼ଶାକୁ ବାତ୍ୟା 'ମୋଚା'  ( Cyclone Mocha) )ଭୟ! ସାଧାରଣତଃ ଅକ୍ଟୋବର ମାସରେ ବାତ୍ୟା ଓଡି଼ଶାରେ ହେଉଥିବା ବେଳେ ଏଥର ମେ 'ରେ ବାତ୍ୟାର ଭୟ ରାଜ୍ୟରେ ରହିଛି (Cyclone on 9 May might affect Odisha)!  ଚଳିତ ମାସ ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।  ( Cyclone Mocha) ବାତ୍ୟା ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ । ତେବେ, ଏ-ହି ବାତ୍ୟା କେତେ ଶକ୍ତିଶାଳୀ ହେବ ତାହା ଏ-ପର୍ଯ୍ୟନ୍ତ  ଜଣାପଡିନି । ତେବେ, ଓଡି଼ଶାରେ ଏହାର ପ୍ରଭାବ ରହିବ ନାହିଁ ବୋଲି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ(imd) ।  

ପାଣିପାଗ ବିଭାଗ (imd)ସୂଚନା ଅନୁଯାୟୀ,୬ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୭ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । ୮ରେ ନେଇପାରେ ଅବପାତର ରୂପ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୯ତାରିଖରେ ଏହା କେନ୍ଦ୍ରୀୟ ବାତ୍ୟାର ରୂପ ନେଇପାରେ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯାଇପାରେ । ଅନ୍ୟପଟେ ବାତ୍ୟାଟି ମିଆଁମାର ଯିବ ବୋଲି କିଛି ମଡେଲ ଆକଳନ କରୁଥିବାବେଳେ ଆଉ କିଛି ମଡେଲ୍‌ ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଉଛନ୍ତି। ଏମିତି ବାତ୍ୟା ଶ୍ରୀଲଙ୍କା ହୋଇ ଆରବସାଗର ମୁହାଁ ହୋଇପାରେ ବୋଲି ଗୋଟିଏ ମଡେଲ ଦର୍ଶାଉଛି। ମଡେଲ୍‌ ଗୁଡିକର ଭିନ୍ନ ମତ ଯୋଗୁଁ IMDର ଆକଳନ ଉପରେ ସମସ୍ତଙ୍କ ନଜର ରହିଛି। 

Also Read: IAS Marriage: ବିବାହ ବନ୍ଧନରେ ବାନ୍ଧି ହେବେ ଆଉ ଦୁଇ ଜିଲ୍ଲାପାଳ!

Also Read: Chandra Grahan 2023: ଚନ୍ଦ୍ରଗ୍ରହଣ ରାତିରେ କରନ୍ତୁ ଏହି ଛୋଟିଆ କାମ, ପ୍ରସନ୍ନ ହେବ ମା'ଲକ୍ଷ୍ମୀ, ଦୂର ହେବ ଆପଣଙ୍କ ସବୁ ଦୁଃଖ!

ସେପଟେ ବାତ୍ୟା ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।  ଏ-ନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏନେଇ ଏକ ପ୍ରେସମିଟ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ।  ପ୍ରେସ୍‌ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (Special Relief Commissioner) ସୂଚନା ଦେଇଛନ୍ତି ଯେ, ଏମିତି ଅନେକ ଥର ଦେଖାଯାଇଛି ଯେ ମେ ମାସରେ ବାତ୍ୟା ହୋଇଛି । ସେହିକାରଣରୁ ଆମେ ମଧ୍ୟ ପ୍ରସ୍ତୁତି କରିଛୁ।  ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତା ଘାଟ, ବିଜୁଳି ଓ ଗଛ ଉପୁଡିବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।

ଓଡ଼ିଶାରେ ୨୦୦୯ ମସିହାଠାରୁ ଲଗାତର ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରତି ମେ’ ମାସରେ ବାତ୍ୟା ଆସୁଛି। ବାତ୍ୟାର ତାଣ୍ଡବ ରାଜ୍ୟବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରୁଛି। ୨୦୦୯ ମେ’ ମାସରେ ବାତ୍ୟା ‘ଆଇଲା’ ଦକ୍ଷିଣ ଓଡ଼ିଶା ଛୁଇଁଥିଲା। ବ୍ୟାପକ କ୍ଷୟକ୍ଷତିରେ ଲୋକଙ୍କ ଅଣ୍ଟା ସଳଖ ନହେଉଣୁ ପୁଣି ୨୦୧୦ ମେ’ ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ବାତ୍ୟା ‘ଲୈଲା’। ୨୦୧୯ ମେ’ ୩ ତାରିଖରେ ଆସିଥିଲା ବାତ୍ୟା ‘ଫନି’ ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାକୁ ଛାରଖାର କରିଦେଇଥିଲା। କେବେ ବାତ୍ୟାର ତାଣ୍ଡବ ଦେଖିନଥିବା ରାଜଧାନୀବାସୀଙ୍କର ବ୍ୟାପକ କ୍ଷତି ଘଟାଇଥିଲା ‘ଫନୀ’। ସେହିପରି ୨୦୨୦ ମସିହା ମେ’ ୧୯ ତାରିଖରେ ବାତ୍ୟା ‘ଅମ୍ଫାନ’ ଆସିଥିଲା। ଉତ୍ତର ଓଡ଼ିଶାରେ ତାଣ୍ଡବ ଚରିଥିଲା ‘ଅମ୍ଫାନ’। ୨୦୨୧ ମେ’ ୨୬ ତାରିଖରେ ବାତ୍ୟା ‘ୟଶ’ ଓଡ଼ିଶା ଦେଇ ଅତିକ୍ରମ କରିଥିଲା। ଚଳିତ ବର୍ଷ ମେ’ରେ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏବେ ରାଜ୍ୟବାସୀ ଚିନ୍ତାରେ ପଡ଼ିଛନ୍ତି।