CM Grievance Cell: ଭୁବନେଶ୍ୱର: ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ବାତ୍ୟା ଦାନାର ସାହାଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ସୋମବାର ଶୁଣାଣିଙ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅନଲାଇନ ପଞ୍ଜିକରଣ କରିଥିଲେ ସେମାନଙ୍କର ପଞ୍ଜିକରଣ ବୈଧ ରହିଛି। ସେମାନେ ପରବର୍ତ୍ତି ଅଭିଯୋଗ ଶୁଣାଣୀରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ଏନେଇ ତାରିଖ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଏଣୁ ସେମାନେ ପୁଣି ଥରେ ଅଭିଯୋଗ ଶୁଣାଣି ପାଇଁ ପୁନଃପଞ୍ଜିକରଣ କରିବାର ଆବଶ୍ୟକ ନାହିଁ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।