Coca Cola Cold Drinks: କୋକାକୋଲା ଡ୍ରିଙ୍କସ୍ ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ୍ !
![Coca Cola Cold Drinks: କୋକାକୋଲା ଡ୍ରିଙ୍କସ୍ ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ୍ ! Coca Cola Cold Drinks: କୋକାକୋଲା ଡ୍ରିଙ୍କସ୍ ପିଉଛନ୍ତି କି, ହୋଇଯାଆନ୍ତୁ ସାବଧାନ୍ !](https://hindi.cdn.zeenews.com/hindi/sites/default/files/styles/zm_500x286/public/2025/01/29/3634466-dsfdsf.jpg?itok=ti7A2GUf)
Coca Cola Cold Drinks: ଥଣ୍ତା ପାନୀୟ ବା କୋଲ୍ଡ ଡ୍ରିଙ୍କସ୍ ପାଇଁ ପ୍ରସିଦ୍ଧ କମ୍ପାନୀ କୋକାକୋଲା ୟୁରୋପର ଏକାଧିକ ଦେଶରୁ ନିଜ ପାନୀୟ ଉତ୍ପାଦ ଫେରାଇ ନେବା ଲାଗି ନିସ୍ପତ୍ତି ନେଇଛି। କମ୍ପାନୀ ଅନୁସାରେ, ଏଥିରେ `କ୍ଲୋରେଟ୍` ନାମକ ଏକ କେମିକାଲ୍ ମାତ୍ରାଧିକ ଥିବାରୁ ଏହି ନିସ୍ପତ୍ତି ନିଆଯାଇଛି।
Coca Cola Cold Drinks: ଥଣ୍ତା ପାନୀୟ ବା କୋଲ୍ଡ ଡ୍ରିଙ୍କସ୍ ପାଇଁ ପ୍ରସିଦ୍ଧ କମ୍ପାନୀ କୋକାକୋଲା ୟୁରୋପର ଏକାଧିକ ଦେଶରୁ ନିଜ ପାନୀୟ ଉତ୍ପାଦ ଫେରାଇ ନେବା ଲାଗି ନିସ୍ପତ୍ତି ନେଇଛି। କମ୍ପାନୀ ଅନୁସାରେ, ଏଥିରେ 'କ୍ଲୋରେଟ୍' ନାମକ ଏକ କେମିକାଲ୍ ମାତ୍ରାଧିକ ଥିବାରୁ ଏହି ନିସ୍ପତ୍ତି ନିଆଯାଇଛି। କୋକାକୋଲା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ବେଲଜିୟମ୍, ଲକ୍ସମବର୍ଗ ଏବଂ ନେଦରଲ୍ୟାଣ୍ତରୁ କମ୍ପାନୀ ଏହାର କ୍ରୋଲ୍ଡ ଡ୍ରିଙ୍କସ୍ ଫେରାଇ ନେବ। ବ୍ରିଟେନ୍ -ରେ କେବଳ ୫ ପ୍ରଡକ୍ଟର ଲାଇନ୍ ପଠାଯାଇଥିଲା। ଏବଂ ତାହା ହିଁ ପୂର୍ବରୁ ବିକ୍ରି ହୋଇସାରିଛି। ଏବେ ବିକ୍ରି ହୋଇ ନଥିବା ଉତ୍ପାଦକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି। ରିପୋର୍ଟ ଅନୁସାରେ, କୋକୋକୋଲା ଏହାର କୋକ୍, ଫାଷ୍ଟା, ସ୍ପ୍ରାଇଟ୍, ଟ୍ରଫିକୋ ଏବଂ ମିନିଟ୍ ମେଡ୍ ବ୍ରାଣ୍ତର ଉତ୍ପାଦ ବଜାରରୁ ଫେରାଇ ନେବ। କ୍ଲୋରିନ୍ ବେସଡ୍ ଡିସଇନଫେକଟାଣ୍ଟସ୍ କୁ ଓ୍ବାଟର ଟ୍ରିଟମେଣ୍ଟ ଏବଂ ଫୁଡ୍ ପ୍ରୋସେସିଂରେ ବ୍ୟବହାର କରାଗଲେ କ୍ଲୋରେଟ୍ କେମିକାଲ୍ ବନିଯାଏ। ମାତ୍ରାଧିକ କ୍ଲୋରେଟ୍ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ବିଶେଷକରି, ଛୋଟପିଲାଙ୍କ ଠାରେ ଏଥିଯୋଗୁଁ ଥାଇରଏଡ୍ ରୋଗ ଦେଖାଦେଇଥାଏ। କାରଣ ଏହା ଶରୀରରେ ହରମୋନ୍ ସନ୍ତୁଳନକୁ ପ୍ରଭାବିତ କରେ। କୋଲ୍ଡ ଡ୍ରିଙ୍କସ୍ ରେ ମାତ୍ରାଧିକ କ୍ଲୋରେଟ୍ ରହିବା ଦ୍ବାରା ବାନ୍ତି, ଝାଡା ହେବା ସହ ରକ୍ତରେ ଅମ୍ଲଜାନ ଗ୍ରହଣ କରିବାର କ୍ଷମତା ହ୍ରାସ ପାଇଥାଏ। ତେଣୁ ଏହା ଶରୀର ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ।