Constitution Day 2024:(ଭୁବନେଶ୍ୱର): ଆଜି ସାରା ଦେଶ ପାଇଁ ଏକ ବିଶେଷ ଅବସର। ୭୫ ବର୍ଷ ପୂର୍ବେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ପାଇଁ ଏକ ସ୍ୱତନ୍ତ୍ର, ସାର୍ବଭୌମ, ଗଣତନ୍ତ୍ର ଭାବେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଧାରିତ ନୀତି ଗ୍ରନ୍ଥ ପ୍ରସ୍ତୁତ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲା। ଏହି ଗ୍ରନ୍ଥକୁ ଦେଶର ସର୍ବୋଚ୍ଚ ଗ୍ରନ୍ଥ ଭାବେ ଗ୍ରହଣ କରାଯାଏ। ଯାହା ବଳରେ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ପରିଚୟ ହାସଲ କରିପାରିଛୁ, ନିଜକୁ ଭାରତୀୟ କହି ଗର୍ବ କରୁଛୁ; ଆଇନ ଆଖିରେ ସମସ୍ତ ଭାରତୀୟ ସମାନ ବୋଲି କହୁଛୁ, ସମସ୍ତଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଗ୍ୟାରେଣ୍ଟି ଦେଇଛୁ।


COMMERCIAL BREAK
SCROLL TO CONTINUE READING

ଇଂରେଜମାନେ ଯେତେବଳେ ଭାରତ ଛାଡ଼ି ଯିବା ତଥା ଭାରତୀୟଙ୍କ ହାତରେ ଶାସନ କ୍ଷମତା ଦେବା ପାଇଁ ବାଧ୍ୟ ହେଲେ ସେତେବେଳେ ଆବଶ୍ୟକତା ପଡ଼ିଥିଲା ଏକ ନିର୍ଦ୍ଦିଷ୍ଟ ନଥି, ନିୟମ ଓ ଆଇନ ବ୍ୟବସ୍ଥାର। ଯଦିଓ ଭାରତ ଶାସନ ଆଇନ-୧୯୩୫ରେ ଶାସନ ବ୍ୟବସ୍ଥା ବବାଦରେ ବିସ୍ତୃତ ଚର୍ଚ୍ଚା କରାଯାଇଥିଲା କିନ୍ତୁ ବ୍ରିଟିଶ୍‍ ସଂସଦରେ ପାରିତ ହୋଇଥିବା ଏହି ଆଇନରେ ସ୍ୱାଧୀନ, ସାର୍ବଭୌମ ଭାରତର କୌଣସି ଉଲ୍ଲେଖ ନଥିଲା। ଏଣୁ ସେତେବେଳର ନେତୃତ୍ୱ ଭାରତୀୟଙ୍କ ଦ୍ୱାରା ଭାରତୀୟଙ୍କ ପାଇଁ, ଭାରତରେ ଏକ ସମ୍ବିଧାନ ପ୍ରସ୍ତୁତ କରିବାକୁ ଚାହିଁଲେ। ଏହିକ୍ରମରେ ୧୯୪୬ ଡିସେମ୍ବର ମାସରେ ଗଢ଼ା ହେଲା ଭାରତୀୟ ସମ୍ବିଧାନ ସଭା। ଡ. ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଏହି ସଭା ଦେଶର ପ୍ରତିଟି ନାଗରିକଙ୍କ ସ୍ୱର ହୋଇ ଆଲୋଚନା ଆରମ୍ଭ କରିଥିଲା।  


ସେତେବଳେ ଭାରତରୁ ପାକିସ୍ତାନ ବାଦ୍‍ ପଡ଼ି ନଥିଲା। ଏଣୁ ବିଭିନ୍ନ ଗଡ଼ଜାତ, ଏବେକାର ପାକିସ୍ତାନ ଏବଂ ଭାରତର ଅନ୍ୟ ଅଣ ଗଡ଼ଜାତ ଅଞ୍ଚଳରୁ ବିଶିଷ୍ଟ ରାଜନେତା ଓ ପ୍ରତିନିଧିଙ୍କୁ ସମ୍ବିଧାନସଭାର ସଦସ୍ୟଭାବେ ମନୋନୟନ କରାଯାଇଥିଲା। ସେତେବେଳେ ସମୁଦାୟ ସଦସ୍ୟ ସଂଖ୍ୟା ଥିଲା ୩୮୯। ଯେତେବଳେ ଭାରତର ବିଭାଜନ ହେଲା ସେତେବେଳେ ପାକିସ୍ତାନର ସଦସ୍ୟ ଆଉ ରହିଲେ ନାହିଁ। ଏଣୁ ସମ୍ବିଧାନସଭାରେ ସଦସ୍ୟଙ୍କ ସଂଖ୍ୟା ୨୯୯କୁ ଖସି ଆସିଲା। ଏହି ୨୯୯ ସଦସ୍ୟ ୧୧ଟି ଅଧିବେଶନରେ ପ୍ରାୟ ୨ ବର୍ଷ୧୧ ମାସ ୧୮ ଦିନ ଧରି ସମ୍ବିଧାନ ସଭାରେ ଆଲୋଚନା, ପର୍ଯ୍ୟାଲୋଚନା, ବିତର୍କ-ତର୍କ କରି ଭାରତୀୟଙ୍କ ପାଇଁ ସମ୍ବିଧାନ ପ୍ରସ୍ତୁତ କରିଲେ। ଏହି ସମ୍ବିଧାନରେ ସେତେବଳେ ୩୯୫ଟି ଧାରା, ୮ଟି ଅନୁଚ୍ଛେଦ ରହିଥିଲା।


 ଏ ସମସ୍ତ ଅନୁଚ୍ଛେଦ ଏବଂ ଧାରା ଓ ଉପଧାରାକୁ ଡ. ଭୀମରାଓ ଆମ୍ବେଦକର ଟିକି ନିଖି କରି ଯାଞ୍ଚ କରି କେଉଁଠି କାହାର ଆବଶ୍ୟକତା ତାହାକୁ ସଜାଇଥିଲେ। ତାଙ୍କରି ଚିନ୍ତାଧାରାରେ ଆଜି ଭାରତ ଏହି ସମ୍ବିଧାନକୁ ନିଜର ମୌଳିକ ଗ୍ରନ୍ଥ ଭାବେ ଗ୍ରହଣ କରିଛି। ସେଥିଲାଗି ଡ. ଆମ୍ବେଦକରଙ୍କୁ  ସମ୍ବିଧାନ ପ୍ରଣେତା ଭାବେ ଗ୍ରହଣ କରାଯାଏ। ଆଜି ଏହି ମହାପୁରୁଷଙ୍କର ୧୩୩ତମ ଜନ୍ମଦିନ। ତାଙ୍କରି ନୀତି, ଆଦର୍ଶକୁ ସ୍ମରଣ କରିବା ତଥା ଭାରତର ସମ୍ବିଧାନକୁ ଶାସନର ମୂଳମନ୍ତ୍ର ଭାବେ ଦେଶବାସୀଙ୍କୁ ସଚେତନ କରିବା ହେଉଛି ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ।