ମଧ୍ୟପ୍ରଦେଶ: ସତନା ଜିଲ୍ଲାରୁ ଏପରି ଏକ ଖବର ସାମ୍ନାକୁ ଆସୁଛି, ଯଦି ଆପଣ ଏହା ବିଷୟରେ ଜାଣିବେ ତେବେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଯେଉଁ ବୟସରେ ନାତି ନାତୁଣୀମାନଙ୍କୁ ଖେଳାଇବା କଥା, ସେହି ବୟସରେ ଜଣେ ବୃଦ୍ଧ ତିନି ସନ୍ତାନର ପିତା ହୋଇଛନ୍ତି । ଆଜ୍ଞା ହଁ, ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘରେ କୁଆଁ କୁଆଁ ଶଦ୍ଦ ଶୁଭିଛି । ପିଲାମାନଙ୍କର ମା’ର ବୟସ ୪୨ ବୋଲି କୁହାଯାଉଥିବାବେଳେ ପିତାଙ୍କ ବୟସ ୬୨ ବର୍ଷ। ଅବଶ୍ୟ, ଅକାଳ ପ୍ରସବ କାରଣରୁ ପିଲାମାନଙ୍କର ଓଜନ ଅତ୍ୟନ୍ତ କମ୍ ରହିଛି, ଏହି କାରଣରୁ ପିଲାମାନଙ୍କୁ ଜିଲ୍ଲା ଡାକ୍ତରଖାନାର SNCU ରେ ଭର୍ତ୍ତି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏକାବେଳେ ତିନି ସନ୍ତାନ ଜନ୍ମ ହେବା ପରେ ବୃଦ୍ଧ ଜଣଙ୍କ ବେଶ୍ ଖୁସି ଅଛନ୍ତି । ସତନା ଜିଲ୍ଲାର ଉଚେରା ପୋଲିସ ଷ୍ଟେସନ ଅଞ୍ଚଳର ଅଟାର୍ଭେଡିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱାମୀ ୬୨ ବର୍ଷିୟ ଗୋବିନ୍ଦ କୁଶୱାଙ୍କ ଘରକୁ ଖୁସି ଫେରି ଆସିଛି । ପରିବାର (family)ରେ ଖୁସିର ଲହରୀ ଖେଳିଯାଇଛି। ପିଲାମାନଙ୍କର ଓଜନ କମ୍, ତେଣୁ ଡାକ୍ତରମାନେ ଏହି ତିନି ପିଲାଙ୍କୁ ସ୍ୱତନ୍ତ୍ର କେୟାର (special care unit) ୟୁନିଟରେ ରଖିଛନ୍ତି ।


ସରପଞ୍ଚ ସ୍ୱାମୀଙ୍କ କାହାଣୀ ଆସନ୍ତୁ ଜାଣିବା 
ବାସ୍ତବରେ, ୬୨ ବର୍ଷୀୟ ଗୋବିନ୍ଦ କୁଶୱାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ବାଳକ ୧୮ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲା । ଏହି ଘଟଣା ପରେ ଗୋବିନ୍ଦ ପୁରା ଭାଙ୍ଗି ଯାଇଥିଲେ ଓ ତାଙ୍କ ଦାମ୍ପତ୍ୟ ଜୀବନରେ ନିରାଶା ଦେଖାଦେଇଥିଲା । ଦ୍ୱିତୀୟ ସନ୍ତାନ ପାଇଁ ଗୋବିନ୍ଦ କୁଶୱା ତାଙ୍କର ପ୍ରଥମ ପତ୍ନୀଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ, କିନ୍ତୁ ଅନେକ ଚିକିତ୍ସା ପରେ ମଧ୍ୟ କସ୍ତୁରୀ ବାଇ ଆଉ ମା ହୋଇ ପାରିନଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଉଦାସ ଥିଲେ ଓ ତା’ପରେ ପ୍ରଥମ ପତ୍ନୀ କସ୍ତୁରୀ ବାଇ ସ୍ୱାମୀଙ୍କୁ ପୁନର୍ବାର ବିବାହ କରିବାକୁ ମନାଇଥିଲେ। ଆଉ ୬ ବର୍ଷ ପୂର୍ବେ କାଞ୍ଚନପୁରର ବାସିନ୍ଦା ହିରବାଇଙ୍କ ସହ ସ୍ବାମୀଙ୍କର ଦ୍ଵିତୀୟ ବିବାହ (marriage) କରାଇଥିଲେ । ବର୍ତ୍ତମାନ ଦ୍ୱିତୀୟ ପତ୍ନୀ (second wife) ହିରା ବାଇ ଏକାବେଳେ ତିନି ସନ୍ତାନ ଜନ୍ମ ଦେଇଛନ୍ତି। ସମସ୍ତ ତିନୋଟି ପିଲା ପୁଅ, କିନ୍ତୁ ଦୁର୍ବଳ ଅଛନ୍ତି । ସେଥିପାଇଁ ସମସ୍ତ ତିନୋଟି ପିଲାଙ୍କୁ ସ୍ୱତନ୍ତ୍ର କେୟାର ୟୁନିଟରେ ରଖାଯାଇଛି । କସ୍ତୁରୀ ବାଇ ଅଟର୍ଭେଡିଆ ପଞ୍ଚାୟତର ସରପଞ୍ଚ ରହିଆସିଛନ୍ତି । ବର୍ତ୍ତମାନ ଏହି ପରିବାରରେ ଖୁସି ଖେଳିଯାଇଛି।


ଗୋବିନ୍ଦ କୁଶୱା କ’ଣ କହିଛନ୍ତି ଜାଣନ୍ତୁ ।


ଗୋବିନ୍ଦ କୁଶୱା କହିଛନ୍ତି ଯେ, ମୋର ସନ୍ତାନ ହୋଇଥିବାରୁ ମୁଁ ବହୁତ ଖୁସି ଅଛି । ବର୍ତ୍ତମାନ ପିଲାଙ୍କୁ ଅକ୍ସିଜେନ ଲଗାଯାଇ ରଖାଯାଇଛି । ମୋର ପ୍ରଥମ ପତ୍ନୀ ମୋତେ ଦ୍ୱିତୀୟ ବିବାହ ପାଇଁ କହିଥିଲେ, ସେ ନିଜେ ଝିଅକୁ ଦେଖିବାକୁ ଆସିଥିଲେ । ଏହା ପରେ ମୁଁ ପଶୁପତିନାଥ ମନ୍ଦିରରେ କାଞ୍ଚନପୁରର ବାସିନ୍ଦା ହିରବାଇଙ୍କୁ ବିବାହ କରିଥିଲି। କିଛି ବର୍ଷ ପରେ ହୀରବାଇ ଗର୍ଭବତୀ (pregnant) ହେଲେ । ଆଜି ସକାଳେ ସତନା ଜିଲ୍ଲା ଡାକ୍ତରଖାନା (Hospital)ରେ ତିନିଟି ସନ୍ତାନକୁ ଜନ୍ମ ଦେଇଛନ୍ତି।


ତିନି ସନ୍ତାନ ଜନ୍ମ ଦେଲେ।
ଉଲ୍ଲେଖନୀୟ କଥା ହେଉଛି, ଏକାଠି ତିନି ସନ୍ତାନ ଜନ୍ମ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଏଭଳି ଅନେକ ମାମଲା ସମଗ୍ର ବିଶ୍ୱରେ ସାମ୍ନାକୁ ଆସିଛି। ନିକଟରେ ବାଲାଘାଟରେ ଜଣେ ମହିଳା ଏକାଥରକେ ୪ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଏହି ମାମଲା ମଧ୍ୟ ଭିନ୍ନ କାରଣ ଏଠାରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ପିଲାମାନଙ୍କର ପିତା ହୋଇଛନ୍ତି , ତାହା ପୁଣି ଜେଜେବାପା ହେବା ବୟସରେ ।


Also read- ହାଣ୍ଡିରୁ ସରିଗଲା ମଟନ: ବେଦିରୁ ଉଠିଗଲା କନ୍ୟା !