ହାଣ୍ଡିରୁ ସରିଗଲା ମଟନ: ବେଦିରୁ ଉଠିଗଲା କନ୍ୟା !
Advertisement

ହାଣ୍ଡିରୁ ସରିଗଲା ମଟନ: ବେଦିରୁ ଉଠିଗଲା କନ୍ୟା !

ବାହାଘର ପାଇଁ ଭୋଜି ଭାତ ସହ ସମସ୍ତ ପ୍ରକାରର ଆୟୋଜନ କରିଥିଲେ କନ୍ୟା ପକ୍ଷ । ଶୁଭ ସମୟ ମୁତାବକ ସଠିକ୍ ସମୟରେ ବାଣ ଫୁଟାଇ ରୋଷଣୀ କରି କନ୍ୟା ଘର ସମ୍ମୁଖରେ ପହଞ୍ଚିଥିଲେ ବରଯାତ୍ରୀ । ବରକୁ ପାଛୋଟି ନେଇଥିଲେ କନ୍ୟା ପକ୍ଷ । ଅନ୍ୟପଟେ ବରଯାତ୍ରୀଙ୍କୁ ଚର୍ଚ୍ଚା କରିବା ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ କିଛି ବରଯାତ୍ରୀଙ୍କ ପାଇଁ ମ

ହାଣ୍ଡିରୁ ସରିଗଲା ମଟନ: ବେଦିରୁ ଉଠିଗଲା କନ୍ୟା !

ସମ୍ୱଲପୁର: ବାହାଘର ପାଇଁ ଭୋଜି ଭାତ ସହ ସମସ୍ତ ପ୍ରକାରର ଆୟୋଜନ କରିଥିଲେ କନ୍ୟା ପକ୍ଷ । ଶୁଭ ସମୟ ମୁତାବକ ସଠିକ୍ ସମୟରେ ବାଣ ଫୁଟାଇ ରୋଷଣୀ କରି କନ୍ୟା ଘର ସମ୍ମୁଖରେ ପହଞ୍ଚିଥିଲେ ବରଯାତ୍ରୀ । ବରକୁ ପାଛୋଟି ନେଇଥିଲେ କନ୍ୟା ପକ୍ଷ । ଅନ୍ୟପଟେ ବରଯାତ୍ରୀଙ୍କୁ ଚର୍ଚ୍ଚା କରିବା ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଶେଷ ମୂହୁର୍ତ୍ତରେ କିଛି ବରଯାତ୍ରୀଙ୍କ ପାଇଁ ମଟନର ଅଭାବ ପଡିବାରୁ ବନ୍ଦ ହୋଇଗଲା ବାହାଘର ।  ସମ୍ୱଲପୁର ଅଇଁଠାପାଲିରେ ଘଟିଥିବା ଏପରି କିଛି ଘଟଣା ବର୍ତ୍ତମାନ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ବାହାଘର ଭୋଜୀରେ ଅନେକ ପ୍ରକାର ଆଇଟମ ହୋଇଥିଲା । ମାଛ, ଚିକେନ୍, ମଟନ, ପନିର୍, ଖଟା, ରସା, କ୍ଷୀରି, ପାମ୍ପଡ, ରସଗୋଲା, ଆଇସକ୍ରିମ, ଗୁପଚୁପ, ଏପରି ଅନେକ ଆଇଟମର ପସରା ଥିଲା ବିବାହ ଭୋଜୀରେ । ବରଯାତ୍ରୀମାନେ ମହା ଆନନ୍ଦରେ ଭୋଜୀ ଖାଇବାରେ ଲାଗିଥିଲେ । ଯିଏ ଯାହା ମାଗୁଥିଲା କନ୍ୟା ପକ୍ଷ ଲୋକେ ପରସି ଦେଉଥିଲେ । ପାଖାପାଖି ୯୫ ପ୍ରତିଶତ ବରଯାତ୍ରୀ ଖାଇସାରିଥିଲେ ଭୋଜୀ । ଶେଷ ସମୟରେ ଅନେକ ସମୟ ପରେ କିଛି ହାତ ଗଣତି ବରଯାତ୍ରୀ ଆସି ପହଞ୍ଚିଥିଲେ ଡାଇନିଂ ଟେବୁଲରେ । ସେତେବେଳକୁ ହାଣ୍ଡିରୁ ସରିଯାଇଥିଲା ମଟନ୍ । କନ୍ୟା ପକ୍ଷ ଲୋକେ ନମ୍ରତାର ସହ କହିଥିଲେ ଯେ, ଆଜ୍ଞା, କ୍ଷମା କରିବେ, ମଟନ ଟିକେ ଅଭାବ ଅଛି । ଅନ୍ୟ ସମସ୍ତ ଜିନିଷ ଅଛି ଆସନ୍ତୁ ଖାଦ୍ୟ ଗ୍ରହଣ କରନ୍ତୁ । କିନ୍ତୁ ଉକ୍ତ ବରଯାତ୍ରୀଙ୍କର ରାଗ ଚଢିଯାଇଥିଲା ମୁଣ୍ଡକୁ । ସାମାନ୍ୟ ମଟନ ପାଇଁ ବାହାଘର ସମୟରେ ହଙ୍ଗମା କରିବାକୁ ପଛାଇଲେ ନାହିଁ ଉକ୍ତ ବରଯାତ୍ରୀ । କନ୍ୟାର ବାପା, ମାଆ, ଭାଇଙ୍କ ସମେତ ଅନ୍ୟ ସମ୍ପର୍କୀୟ ଓ ସମସ୍ତ କନ୍ୟା ପକ୍ଷ ଲୋକେ ଯେତେ ବୁଝାଇଥିଲେ ବି କୌଣସି ଲାଭ ମିଳିନଥିଲା । 

ତେବେ ଏପରି ଘଟଣା ଦେଖିବା ପରେ ବେଦିରୁ ଉଠି ପଡିଥିଲେ କନ୍ୟା । ସେ କହିଥିଲେ ଯେଉଁଠି ମୋ ପରିବାର ସମ୍ମାନର ଧଜିଆ ଉଡାଯାଇଛି ସେ ଘରକୁ ମୁଁ ବହୂ ହୋଇ ଯାଇପାରିବିନି । ମୋ ଜନ୍ମଦାତାଙ୍କୁ ଆଜି ମୁଣ୍ଡ ନୁଆଁଇବାକୁ ପଡିଛି ଏପରି ଅଭଦ୍ର ଲୋକଙ୍କ ସାମ୍ନାରେ । ତେଣୁ ବାହାଘର ବନ୍ଦ ହୋଇଯିବା ଭଲ । ଏପରି କହି ଘର ଭିତରକୁ ଚାଲିଯାଇଥିଲେ କନ୍ୟା । ଯାହାକୁ ନେଇ ବର ପକ୍ଷ ମଧ୍ୟ ଚୁପ୍ ହୋଇଯାଇଥିବା ସୂଚନା ରହିଛି ।

ଅନ୍ୟପଟରେ, ବର ପକ୍ଷ ଲୋକେ ପାଲଟା ଅଭିଯୋଗ କରିଛନ୍ତି ଯେ, ଏ ସମସ୍ତ କଥା ସମ୍ପୂର୍ଣ୍ଣ ମିଥ୍ୟା । ମଟନ ପାଇଁ ବିବାହ କାର୍ଯ୍ୟକ୍ରମ ଅଟକି ନଥିଲା । ବିବାହ ଅଟକିବାର ମୁଖ୍ୟ କାରଣ ହେଉଛି ଅପମାନ । କନ୍ୟା ଘର ଲୋକେ ଆମକୁ ଖୁବ୍ ଅପମାନିତ କରିଛନ୍ତି । କିଛି ବି ଆୟୋଜନ ଭଲ ହୋଇନଥିଲା । ଆମେ ଶେଷ ପର୍ଯ୍ୟନ୍ତ ବିବାହ ପାଇଁ ଅନୁରୋଧ କରିଥିଲେ ମଧ୍ୟ କନ୍ୟା ଘର ଲୋକେ ସେମାନଙ୍କ ପକ୍ଷରୁ ବିବାହ ପାଇଁ ମନା କରିଦେଇଥିଲେ । ତେଣୁ ଆମେ ଫେରି ଆସିଲୁ ବୋଲି ବର ପକ୍ଷ ଲୋକେ କହିଛନ୍ତି ।