Anubhav Varsha Case, କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କୁ ପୁଣି ଅଦାଲତ ଝଟ୍‌କା। ଶୁକ୍ରବାର କଟକ ଏସଡିଜେମ୍ କୋର୍ଟରେ ଷ୍ଟାର ଦମ୍ପତିଙ୍କ ମାମଲର ଶୁଣାଣୀ ହୋଇଛି। ଶାଶୂଘର ଚାବି ଫେରାଇବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତାଙ୍କୁ ୫ ଦିନର ମହଲତ ଦିଆଯାଇଛି। ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ଶାଶୂଘର ଚାବି ହସ୍ତାନ୍ତର କରିବାକୁ କୋର୍ଟ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଏବେ ମଧ୍ୟ ଆଇନଗତ ଲଢେଇ ଜାରି ରହିଛି। ଅଭିନେତ୍ରୀ ବର୍ଷାଙ୍କୁ ଶୁକ୍ରବାର ଡବଲ ଝଟକା ଲାଗିଛି। କଟକ ଏସଡିଜେମ୍ କୋର୍ଟରେ ବର୍ଷାଙ୍କ ଗୋଟିଏ ମାମଲା ଖାରଜ ହୋଇଥିବା ବେଳେ ଅନୁଭବଙ୍କ ପିଟିସନର ଶୁଣାଣୀ କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅନୁଭବ ତାଙ୍କର ସମ୍ମାନହାନୀ କରିଛନ୍ତି, ତେଣୁ ତାଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା ରୁଜୁ କରିବାକୁ ବର୍ଷା କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ମାମଲା ହାଇକୋର୍ଟରେ ବିଚାରାଧିନ ଥିବାରୁ କଟକ ଏସଡେଜେଏମ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି।


Also Read: ଆଚ୍ଛା! ତେବେ ଏ ହେଉଛନ୍ତି RP, ଉର୍ବଶୀ ରୌତେଲା କଲେ ଖୁଲାସା! ପନ୍ତ ନୁହେଁ, ଏହି ବ୍ୟକ୍ତିଙ୍କ...


 


ଅନ୍ୟପଟେ, କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷା ତାଙ୍କ ଶୁଶୂଘର ଛାଡିଛନ୍ତି। କିନ୍ତୁ ପ୍ରାୟ ମାସେ ହେବ ବର୍ଷା ସେହି ଘରର ଚାବି ଅନୁଭବଙ୍କୁ ଫେରାଉ ନାହାନ୍ତି। ଯେଉଁଥିପାଇଁ ଅନୁଭବ ପୁଣି ଥରେ କୋର୍ଟଙ୍କ ଦ୍ୱାରାସ୍ଥ ହୋଇଛନ୍ତି। ଏକ ପିଟିସନ ଦାଖଲ କରି ବର୍ଷାଙ୍କୁ ଚାବି ଫେରାଇବାକୁ ନିର୍ଦ୍ଦେଶ ଦେବା ସହ ପୋଲିସ ତାଙ୍କ ଘରର ଯାଞ୍ଚ କରୁ ବୋଲି କୋର୍ଟଙ୍କୁ ଅନୁଭବ ଅପିଲ କରିଛନ୍ତି। ଏହି ମାମଲାରେ କୋର୍ଟ ବିଚାର କରି ବର୍ଷାଙ୍କୁ ନଭେମ୍ବର ୫ ତାରିଖ ସୁଧା ଚାବି ଫେରାଇବାକୁ କହିଛନ୍ତି। ସେ ଅନୁଭବ କିମ୍ବା ତାଙ୍କ ଓକିଲଙ୍କ ହାତରେ ଚାବି ଦେବେ। ଅବଧି ପରେ ବର୍ଷାଙ୍କୁ କୋର୍ଟରେ ଚାବି ଜମା କରିବାକୁ ପଡିବ।


ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଘରୋଇ କଳି ଲାଗି ରହିଛି। ବର୍ଷା ଅନୁଭବଙ୍କ ଘରେ ଆସିବା ଦିନ ଠାରୁ ତାଙ୍କ ପରିବାର ଅନ୍ୟତ୍ର ଭଡାଘରେ ରହୁଛନ୍ତି। ପୂର୍ବେ ଘର ଛାଡିବା ନେଇ ଅନୁଭବ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଅନୁଭବଙ୍କ ପିଟିସରର ଶୁଣାଣୀ କରି ଅଗଷ୍ଟ ଶେଷ ସୁଦ୍ଧା ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଘରଭଡା ବାବଦରେ ଅନୁଭାବ, ପତ୍ନୀ ବର୍ଷାଙ୍କୁ ପ୍ରତିମାସର ୧୦ ତାରିଖ ସୁଦ୍ଧା ୩୦୦୦୦ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ।