Cyclone Dana Prediction: ରାଜ୍ୟବାସୀଙ୍କୁ ପୁଣି ଛାନିଆ କଲାଣି ବାତ୍ୟା । ଅବପାତରେ ପରିଣତ ହୋଇସାରିଛି ଓ୍ବେଲମାର୍କ ଲୋପ୍ରେସର । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହେବାରେ ଲାଗିଛି ଅବପାତ । ତେବେ ସାଗର ଦ୍ବୀପରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବ ରେ କେନ୍ଦ୍ରୀଭୂତ । ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ଅବପାତ ଆସନ୍ତାକାଲି ସକାଳ ସୁଦ୍ଧା ନେବ ବାତ୍ୟାର ରୂପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା । ପରେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା କରାଯାଇଛି ।

 

ପାଣିପାଗ ବିଭାଗର ସୂଚନାନୁଯାୟୀ,  ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ ବାତ୍ୟା ଭାବରେ କରିବ ଲ୍ୟାଣ୍ଡଫଲ । ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି । କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେ ନେଇ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୬୦ ରୁ ୯୦ କିଲୋମିଟର ବେଗରେ, ସର୍ବାଧିକ ୧୦୦ କିଲୋମିଟର ବେଗରେ ପବନର ବେଗ ଅନୁଭବ କରିବାର ସମ୍ଭାବନା ରହିଛି।

 


 

ସେହିପରି ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ବା ସର୍ବାଧିକ ବେଗରେ ୧୨୦ କିଲୋମିଟର ବେଗରେ ଗତି କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର, ଦେଓଗଡ, ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିଲୋମିଟର ବେଗରେ, ସର୍ବାଧିକ ୭୦ କିଲୋମିଟର ରହିବାର ସମ୍ଭାବନା ରହିଛି।

 

ହେଲେ ସବୁଠାରୁ ବଡ଼ କଥା ହେଲା କିଛି ସୋସିଆଲ ମିଡିଆରେ ଏବେ ଏକ ପଞ୍ଜିକା ଭାଇରାଲ ହେବାରେ ଲାଗିଛି। କିଛି ୟୁଜର୍ସ ସତହେଉଛି ପଞ୍ଜିକାର ଭବିଷ୍ୟବାଣୀ। ଖଡୀରତ୍ନ ପଞ୍ଜିକାରେ ହୋଇଛି ବାତ୍ଯାକୁ ନେଇ ପୂର୍ବାନୁମାନ। ପଞ୍ଜିକାରେ ଦର୍ଶାଯାଇଛି ଯେ, ଚଳିତ ମାସରେ ଏକ ଭୀଷଣ ବାତ୍ୟାର ପୂର୍ବାନୁମାନ। ରାଜ୍ଯର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୂର୍ଣ୍ଣିବାତ୍ଯା ହେବା ନେଇ ପଞ୍ଜିକାରେ ଉଲ୍ଲେଖ ରହିଛି। ସେହିପରି ପ୍ରବଳ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ଯା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପଞ୍ଜିକାରେ ଲେଖା ରହିଛି। ଏମିତିକି ସ୍ପଷ୍ଟ ଭାବେ ଅକ୍ଟୋବର ୧୭ରୁ ୨୩ ତାରିଖ, ଅକ୍ଟୋବର ୨୩ରୁ ୩୦ ମଧ୍ଯରେ, ନଭେମ୍ବର ୪ରୁ ୫ ତାରିଖ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ଯରେ ପ୍ରଚଣ୍ଡ ବାୟୁପ୍ରବାହ ବାତ୍ଯା ଦ୍ବାରା ଧନଜୀବନ ପ୍ରଭାବିତ ହେବା ଉଲ୍ଲେଖ ରହିଛି।

 

Disclaimer: ଉପରୋକ୍ତ ପ୍ରଦତ୍ତ ତଥ୍ୟ ପାଞ୍ଜିକାରେ ଲିଖିତ ତଥ୍ୟରୁ ଉଦ୍ଧୃତ। ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପାଞ୍ଜିକା ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।