Cyclone Dana: ବାତ୍ୟା ପାଇଁ ପରିବା ଦର ଆକାଶ ଛୁଆଁ, କଳାବଜାରୀ ଉପରେ ସରକାରଙ୍କ ନଜର
![Cyclone Dana: ବାତ୍ୟା ପାଇଁ ପରିବା ଦର ଆକାଶ ଛୁଆଁ, କଳାବଜାରୀ ଉପରେ ସରକାରଙ୍କ ନଜର Cyclone Dana: ବାତ୍ୟା ପାଇଁ ପରିବା ଦର ଆକାଶ ଛୁଆଁ, କଳାବଜାରୀ ଉପରେ ସରକାରଙ୍କ ନଜର](https://hindi.cdn.zeenews.com/hindi/sites/default/files/styles/zm_500x286/public/2024/10/24/3351229-vegetable.jpg?itok=-N6Ckah0)
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଦାନା ଭୀଷଣ ରୂପରେ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ଦାନା। ସେପଟେ ବାତ୍ୟା ଦାନାର ପ୍ରଭାବ ପନିପରିବା ଦର ଉପରେ ପଡିଛି। ମହଙ୍ଗା ମାଡ଼ରେ ଛଟପଟ ହେଉଛି ଖାଉଟି। ବାତ୍ୟା ଖବର ପ୍ରଚାର ପରେ ପନିପରିବା ଦର ଅସ୍ୱଭାବିକ ଭାବେ ବୃଦ୍ଧି ପାଇଛି। ଆଳୁ କିଲୋ ପିଛା ୫୦ ଟଙ୍କାରେ ପହ
Cyclone Dana: ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଦାନା ଭୀଷଣ ରୂପରେ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ଦାନା। ସେପଟେ ବାତ୍ୟା ଦାନାର ପ୍ରଭାବ ପନିପରିବା ଦର ଉପରେ ପଡିଛି। ମହଙ୍ଗା ମାଡ଼ରେ ଛଟପଟ ହେଉଛି ଖାଉଟି। ବାତ୍ୟା ଖବର ପ୍ରଚାର ପରେ ପନିପରିବା ଦର ଅସ୍ୱଭାବିକ ଭାବେ ବୃଦ୍ଧି ପାଇଛି। ଆଳୁ କିଲୋ ପିଛା ୫୦ ଟଙ୍କାରେ ପହଞ୍ଚିଥିବା ବେଳେ ପିଆଜର ଦର ୮୦ ଡେଇଁଛି।
ସେହିଭଳି ବାଇଗଣ ୧୦୦ ଟଙ୍କା ଡେଇଁଥିବା ବେଳେ ପୋଟଳ ୮୦ ଟଙ୍କା ଛୁଇଁଛି। କଞ୍ଚାଲଙ୍କା, ଜହ୍ନି, କଲରା, ବିନ୍ସ, ଝୁଡ଼ଙ୍ଗ, କ୍ୟାପସିକମ, ବିଲାତି ଓ ଖମ୍ବଆଳୁ ଦର ମଧ୍ୟ ବୃଦ୍ଧି ପାଇଛି। ବିନ୍ସ କିଲୋପିଛା ଦର ୧୦୦ ଟଙ୍କା ରହିଥିବା ବେଳେ ଭେଣ୍ଡି କିଲୋ ୬୦ଟଙ୍କା, ସାରୁ ୬୦ ଟଙ୍କା, କଖାରୁ ୨୦ ଟଙ୍କା, ଅଦା ୨୫୦ ଟଙ୍କା, ରସୁଣ ୪୦୦ ଟଙ୍କା, ପିଆଜ ୭୦ ଟଙ୍କା ଏବଂ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି ବନ୍ଧାକୋବି କିଲୋ ୪୦ ଟଙ୍କା , ଆଳୁ କିଲୋ ୩୫ ରୁ ୪୦ ଟଙ୍କା ହୋଇଥିଲା।
ତେବେ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ । ଏହି ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ଖାଉଟି। କଲ୍ କରି ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁସାରେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଲୋକଙ୍କ ସୁବିଧା ଅସୁବିଧା ବୁଝିବାକୁ ସେଣ୍ଟ୍ରାଲ୍ ୟୁନିଟ୍ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ସହ ଚୁଡ଼ା, ଗୁଡ଼ ଆଦି ସବୁ ସ୍ଥାନରେ ଯେପରି ପହଞ୍ଚି ପାରିବ, ସେନେଇ ବିଭାଗ ସଜାଗ ଅଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି କି ବଜାରରେ ଯେପରି କଳାବଜାରୀ ନ ହୁଏ ସେଥିପ୍ରତି ନଜର ରଖିବେ। ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ କହିଛନ୍ତି।