Cyclone Hamoon: ବଙ୍ଗୋପସାଗରରେ ଧିରେ ଧିରେ ବଳ ଗୋଟାଉଛି ବାତ୍ୟା ହାମୁନ୍ । ତେବେ ବାତ୍ୟା ହାମୁନ୍ ର କଣ ରହିବ ପ୍ରଭାବ ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ନୂଆ ଆଡଭାଇଜରୀ । ପାଣିପାଗ ବିଭାଗ କହିଛି ଯେ, ହାମୁନ୍ ଭୟଙ୍କର ବାତ୍ୟା ରୂପ ନେବାରେ ଲାଗିଛି ଅର୍ଥାତ୍ ସମୁଦ୍ର ମଧ୍ୟରେ ଏହା ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବ ପଶ୍ଚିମବଙ୍ଗ, ଓଡ଼ିଶା, ମିଜୋରାମ ଓ ମେଘାଳୟ ସହ ୭ ରାଜ୍ୟ ଉପରେ ପଡ଼ିପାରେ। ଏହି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।  ଭାରତୀୟ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ (IMD Department) କହିଛି ଯେ, ପଶ୍ଚିମବଙ୍ଗର ଖାଡ଼ି ଉପରେ ଘନୀଭୂତ ହେଉଥିବା ବାତ୍ୟା ପୂର୍ବ ୬ ଘଣ୍ଟା ମଧ୍ୟରେ ୧୪ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉପକୂଳ ମୁହାଁ ହେଉଛି। ଏହାସହ ସୋମବାର ସନ୍ଧ୍ୟା ୫.୩୦ ସୁଦ୍ଧା ଏକ ବାତ୍ୟା ର ପ୍ରଭାବ ପାରାଦୀପ ଉପକୂଳରୁ ପାଖାପାଖି ୨୩୦ କିଲୋମିଟର ଦୂର, ପଶ୍ଚିମବଙ୍ଗ ଦୀଘାରୁ ୩୬୦ କିଲୋମିଟର, ଓ ବାଂଲାଦେଶରୁ ଖେପୁପାରା ରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ଅଛି। ଆଇଏମଡିର ସୂଚନାନୁସାରେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗ ର ଖାଡି ଉପରେ ଏକ ତୀବ୍ର ବାତ୍ୟାର ରୂପ ନେବାରେ ସମ୍ଭାବନା ରହିଛି। 


IMD ର ଆକଳନ ଅନୁସାରେ ୨୫ ଅକ୍ଟୋବର ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବାଂଲାଦେଶ ତଟରେ ଥିବା ଉପକୂଳ ଅଞ୍ଚଳ ଗୁଡ଼ିକ ପ୍ରଭାବିତ କରିବ କାରଣ ଏହି ବାତ୍ୟା ବାଂଲାଦେଶ ଉପକୂଳ ଦେଇ ଗତି କରିବ। ଏହାରି ମଧ୍ୟରେ ରାଜ୍ୟର ଓଡ଼ିଶା ସରକାର (Odisha Government) ସବୁ ଜିଲ୍ଲାଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରବଳ ବର୍ଷା କାରଣରୁ ସୁରତରେ ଥିବା ତଳିଆ ଅଞ୍ଚଳରେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାସହ ସମୁଦ୍ର ତଟକୁ ନଯିବାକୁ ସରକାର ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 


ବାତ୍ୟା ଓଡି଼ଶା (Cyclone Hamoon)  ଉପକୂଳରୁ ପାଖାପାଖି ୨୦୦ କିଲୋମିଟର ସମୁଦ୍ରରେ ଘନୀଭୂତ ହେବାରେ ଲାଗିଛି। ଯାହାର ପ୍ରଭାବର ପଶ୍ଚିମବଙ୍ଗ, ଓଡ଼ିଶା, ମିଜୋରାମ, ମେଘାଳୟ ସମେତ ୭ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ବଙ୍ଗୋପସାଗରରେ ପବନର ବେଗ ଧୀରେ ଧୀରେ ୮୦-୯୦ କିଲୋମିଟରରୁ ଘଣ୍ଟା ପ୍ରତି ଶହେ କିଲୋମିଟରକୁ ବୃଦ୍ଧି ପାଇପାରେ। ସେ କହିଛନ୍ତି ଯେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓଡି଼ଶା ଉପରେ କୌଣସି ସିଧାସଳଖ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏପରି କିଛି ପବନ ବେଗକୁ ପ୍ରତିହତ କରିବା ପାଇଁ ନିର୍ମିତ କିଛି ଦୁର୍ଗା ପୂଜା ପେଣ୍ଡାଲର କ୍ଷତି ହୋଇପାରେ। 


ପାଣିପାଗ ବିଭାଗର ସୂଚନାନୁସାରେ, ସାଇକ୍ଲୋନିକ୍ ଷ୍ଟର୍ମର (Cyclonic Storm) ପ୍ରଭାବ ହେତୁ ଗତ ୨୪ଘଣ୍ଟା ମଧ୍ୟରେ ଓଡି଼ଶାରେ ପ୍ରାୟ ୧୫ ମିଲିମିଟର ବର୍ଷା ହୋଇଥିଲା ଏବଂ ସୋମବାର ଏବଂ ମଙ୍ଗଳବାର ଦିନ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମଧରଣର ବର୍ଷା ଜାରି ରହିପାରେ। ଆଇଏମଡି ମତ୍ସ୍ୟଜୀବୀଙ୍କୁ ସୋମବାର-ବୁଧବାର ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଓଡି଼ଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ କହିଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସୋମବାର ଏବଂ ମଙ୍ଗଳବାର ଦିନ ପୂର୍ବ ମେଦିନିପୁର, କୋଲକାତା ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁର୍ଗା ପୂଜା ଆୟୋଜକମାନେ ପର୍ବ ସମୟରେ ସମ୍ଭାବ୍ୟ ବର୍ଷା ଏବଂ ପ୍ରବଳ ପବନର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି।