DA Hike: ଝାଡ଼ଖଣ୍ଡ ସରକାର (Jharkhand Government) ନିଜର କର୍ମଚାରୀ (State Government Employees) ଙ୍କୁ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି । ଗୁରୁବାର ଅର୍ଥାତ ଏପ୍ରିଲ ୨୭ରେ ଝାଡ଼ଖଣ୍ଡ ସରକାର (Jharkhand Government) ନିଜର କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା (DA Hike) ଚଳିତ ବର୍ଷ ଜାନୁଆରୀ ୧ରୁ ଲାଗୁ ହେବ । ଝାଡ଼ଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଫଳରେ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବୃଦ୍ଧି ହୋଇଯାଇଛି । 


COMMERCIAL BREAK
SCROLL TO CONTINUE READING

ଝାଡ଼ଖଣ୍ଡ କ୍ୟାବିନେଟ ସଚିବ ବନ୍ଦନା ଡାଡେଲ ଗଣମାଧ୍ୟମକୁ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) ଙ୍କ ଅଧ୍ୟକ୍ଷତାରେ ଏଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କୁ ବେତନ ପ୍ରଦାନ ପାଇଁ ଅତିରିକ୍ତ ୪୪୧ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି (DA Hike) ପରେ ଏହା ବର୍ତ୍ତମାନ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।


ନିକଟ ଅତୀତରେ କେନ୍ଦ୍ର ସରକାର (Center Government)  ମହଙ୍ଗା ଭତ୍ତା ବୃଦ୍ଧି କରି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ଉପହାର ଦେଇଥିଲେ । କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ ମହଙ୍ଗା ଭତ୍ତା (DA) ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ପହଞ୍ଚିଥିଲା । ସେହିପରି ମହଙ୍ଗା ରିଲିଫ୍ (DR) କୁ ୪୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେଉଛି । ଏହାପୂର୍ବରୁ ସରକାର କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା ।



ସୂଚନାଯୋଗ୍ୟ, ମାର୍ଚ୍ଚ ୨୪, ୨୦୨୩ରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ପ୍ରମୁଖ ନିଷ୍ପତ୍ତି ନେଇ ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହା ପରେ ରାଜସ୍ଥାନ, ଆସାମ, ହିମାଚ ପ୍ରଦେଶ, ବିହାର ପରି ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ । ବର୍ତ୍ତମାନ ଝାଡ଼ଖଣ୍ଡ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି ।


ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର: ବଢ଼ିଯାଇଛି ପେନସନ ରାଶି, ପ୍ରତି ମାସରେ ମିଳିବ ଅତିରିକ୍ତ ୨୩,୩୦୦ ଟଙ୍କା!


ଅଧିକ ପଢ଼ନ୍ତୁ-୩ଟି ରାଶିର ଲୋକ ହୋଇଯାଆନ୍ତି ସତର୍କ; କିଛି ଦିନ ପରେ ଶନି-ଚନ୍ଦ୍ର ସୃଷ୍ଟି କରିବେ ବିଷ ଯୋଗ, ବର୍ଷିବ କେବଳ ସଂକଟ ହିଁ ସଂକଟ


ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା


ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତା (DA Hike) କୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।