Delhi High Court on True Caller Ban: ଟ୍ରୁ କଲର୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଉଠିଛି ଦାବି। ହେଲେ ଟ୍ରୁ କଲର୍ ଆପ୍ ଉପରେ ନିଷେଧାଦେଶ ଲଗାଇବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଟ୍ରୁ କଲର୍ ଆପ୍ ମାଧ୍ୟମରେ ଏକ ଅଜ୍ଞାତ ନମ୍ବର ସହାୟତାରେ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିଥାଏ। ଏହି ଆବେଦନ ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଏହି ସୁବିଧା ଲୋକଙ୍କ ପାଇଁ ଉପଲବ୍ଧ ରହିଥିଲା। ଆଗରୁ ଟେଲିଫୋନ୍ ଡାଇରେକ୍ଟୋରୀ ରହୁଥିଲା। ଯେଉଁଠାରେ ଲୋକଙ୍କ ସହିତ ସେମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରକାଶିତ ହେଉଥିଲା। ଏବେ ଟ୍ରୁ କଲର୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଥିବା ଏହି ସୁବିଧା କୌଣସି ଏକ ନୂଆ କଥା ନୁହେଁ।


COMMERCIAL BREAK
SCROLL TO CONTINUE READING

ଆବେଦନକାରୀଙ୍କ ଯୁକ୍ତି 
ଟ୍ରୁ କଲର୍ ଆପ୍ (Truecaller App) ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ (Petition File in Delhi HC for ban on Truecaller) କରିଛନ୍ତି ଅଜୟ ଶୁକ୍ଲା ନାମକ ଜଣେ ବ୍ୟକ୍ତି। ଏନେଇ ଆବେଦନକାରୀ କହିଛନ୍ତି ଯେ ଟ୍ରୁ କଲର୍ ଆପ୍ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି। ଏହା ମାଧ୍ୟମରେ ତାଙ୍କ ଅନୁମୋଦନ ବିନା ଯେକୌଣସି ତୃତୀୟ ବ୍ୟକ୍ତିଙ୍କ ଠାରୁ ସୂଚନା ମିଳିପାରିବ। ଟ୍ରୁ କଲର୍ ଫୋନ୍ ବୁକ୍ ପଢିଥାଏ। ଯାହା ମାଧ୍ୟମରେ ଟ୍ରୁ କଲର୍ ଆପ୍ ସେହି ଲୋକଙ୍କ ମେଲ୍, ଠିକଣା ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ପ୍ରକାଶ କରିଥାଏ। ଯେଉଁମାନେ ଟ୍ରୁ କଲର୍ ଆପ୍ ଲାଗି ସେମାନଙ୍କ ସମ୍ମତି ମଧ୍ୟ ଦେଇନାହାଁନ୍ତି। କେବଳ ଏତିକି ନୁହେଁ, ଏହି ଆପ୍ ମଧ୍ୟ ଲୋକଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଯାଉଛି। କାରଣ ଏହା ମାଧ୍ୟମରେ କେତେକ ନମ୍ବର  "Spam" ଭାବରେ ଚିହ୍ନିତ ହୋଇଥାଏ।


ଏହି ଆବେଦନକୁ ବିରୋଧ କରିଥିଲେ ଦ୍ୱିତୀକ୍ଷ ପକ୍ଷ
ଟ୍ରୁ କଲର୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ସମୟରେ ଅନ୍ୟ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ଲୋକପ୍ରିୟତା ପାଇବା ଉଦ୍ଦେଶ୍ୟରେ ଏପରି ଆବେଦନ କରାଯାଇଛି। ଏହାପୂ ର୍ବରୁ ଆବେଦନକାରୀ ମଧ୍ୟ ସମାନ ଦାବି ସହିତ ସୁପ୍ରିମକୋର୍ଟ (Supreme Court) ଠାରେ ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ।


ସୁପ୍ରିମ କୋର୍ଟ ପରେ ଆବଦନ ଖାରଜ କରିଦେଲେ ଦିଲ୍ଲୀ ହାଇକୋର୍ଟ
ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ (Delhi High Court) ମଧ୍ୟ ପ୍ରଥମେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଦେଖିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ହାଇକୋର୍ଟ ନିକଟକୁ ଯିବାକୁ ଅନୁମତି ନ ଦେଇ ଆବେଦନକୁ ଖାରଜ କରି ଦେଇଥିଲେ। ଏଭଳି ପରିସ୍ଥିତିରେ ଯେତେବେଳେ ସୁପ୍ରିମକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ଏହା ପରେ ସମାନ ଦାବି ସହିତ ପୁନର୍ବାର ହାଇକୋର୍ଟ ଠାରେ ଆବେଦନ କରିବା ଆଇନଗତ ପ୍ରକ୍ରିୟାର ଅପବ୍ୟବହାର କରିବା ସଦୃଶ୍ୟ। ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।