IAS officer Udit Prakash Rai News In Odia: ଅଡୁଆରେ ଆଇଏଏସ୍ ଅଧିକାରୀ ଉଦିତ୍ ପ୍ରକାଶ ରାୟ (IAS Udit Prakash Rai)। ଦିଲ୍ଲୀର ଭିଜିଲାନ୍ସ ବିଭାଗର ୨୦୦୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଉଦିତ ପ୍ରକାଶ ରାୟ (IAS Udit Prakash Rai)କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।  ଏକ ପଞ୍ଚଦଶ ଶତାବ୍ଦୀର ସ୍ମାରକୀ ( 15th century monument) ଭାଙ୍ଗିବା ନେଇ ଏହି ନୋଟିସ୍ ତାଙ୍କୁ ଜାରି କରିଛି (Delhi vigilance ) ଦିଲ୍ଲୀ ଭିଜିଲାନ୍ସ । ଏକ ପୁରୁଣା ସ୍ମାରକୀକୁ ଭାଙ୍ଗି ସେଠାରେ ସେ ଏକ ସରକାରୀ ବାସଭବନ ତାଙ୍କ ପାଇଁ ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଛି। ସେହି ସରକାରୀ ବାସଭବନରେ ତାଙ୍କ ପରିବାର ବର୍ତ୍ତମାନ ରହୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଡିସେମ୍ବର ୨୦୨୦ରେ, ପ୍ରତ୍ନତତ୍ତ୍ୱ ବିଭାଗ (Archaeological Survey of India and Ministry of Culture )ପଞ୍ଚଦଶ ଶତାବ୍ଦୀରେ ସୟିଦ୍ ରାଜବଂଶ ସମୟରେ ଦିଲ୍ଲୀରେ ନିର୍ମିତ 'ପଠାନ୍ କାଲ୍ ମହଲ' ପରିଦର୍ଶନ କରିଥିଲା। ଏହା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଦିଲ୍ଲୀ ଜଲ ବୋର୍ଡକୁ ଏହି ସ୍ମାରକୀର ରକ୍ଷାଣବେକ୍ଷଣ ନେଇ ଏକ ଚିଠି ଲେଖିଥିଲା। ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟରେ କୁହାଯାଇଥିଲା ଯେ ,ସେତେବେଳେ ସେଠାରେ ଦୁଇଟି କୋଠା ଥିଲା।  ଏକ ମହଲର ମୁଖ୍ୟ କୋଠା ଏବଂ ପ୍ରବେଶ ଦ୍ୱାର ମଧ୍ୟ ରହିଥିଲା। 


Also Read: Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି


Also Read: Sunday Remedy in Odia: ରବିବାର ଦିନ କରନ୍ତୁ ଏହି ଉପାୟ ଚମକିବ ଭାଗ୍ୟ, ଦୂର ହେବ ଆର୍ଥାଭାବ!


ପରେ ଅର୍ଥାତ୍,ଜାନୁଆରୀ ୨୦୨୩ରେ ପ୍ରତ୍ନତତ୍ତ୍ୱ ବିଭାଗ ପୁଣି ଥରେ ସେହି ସ୍ମାରକୀ ପରିଦର୍ଶନ କରିଥିଲା । କିନ୍ତୁ ପରିଦର୍ଶନ ସମୟରେ ଦେଖିଥିଲେ ଯେ, ସେଠାରେ କେବଳ ଗୋଟିଏ ମହଲ ଥିଲା । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ରାଜମହଲର ମୁଖ୍ୟ କୋଠା ବଦଳରେ ସେଠାରେ ଏ-କ ସରକାରୀ ବାସଭବନ ନିର୍ମାଣ କରାଯାଇଥିଲା। ଭିଜିଲାନ୍ସ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଦିଲ୍ଲୀ ଜଲ ବୋର୍ଡର ସିଇଓ ଉଦିତ ପ୍ରକାଶ ରାୟଙ୍କ ନିର୍ଦ୍ଦେଶରେ ପଠାନ ଯୁଗର(Pathan period ) ରାଜପ୍ରାସାଦକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଦିଲ୍ଲୀ ଜଲ ବୋର୍ଡର ଇଞ୍ଜିନିୟରମାନଙ୍କ ସହାୟତା ନିଆଯାଇଥିଲା। ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ, ଉଦୀତ ରାୟ ସମ୍ପୂର୍ଣ୍ଣ ଭାବରେ ଅବଗତ ଥିଲେ ଯେ ରାଜପ୍ରାସାଦ ଏକ ଐତିହାସିକ ସ୍ମାରକ ଅଟେ। ଏନେଇ ଏହି ଆଇଏଏସ୍ ଅଧିକାରୀଙ୍କୁ ଏକ ନୋଟିସ ପଠାଯାଇଛି । ଏବଂ ଦୁଇ ସପ୍ତାହ ମଧ୍ୟରେ ତାଙ୍କୁ ଉତ୍ତର ଦେବାକୁ କୁହାଯାଇଛି।


ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଉଦିତ ରାୟଙ୍କୁ (IAS Udit Prakash Rai) ଚଳିତ ବର୍ଷ ମିଜୋରାମକୁ ବଦଳି କରାଯାଇଛି । କିନ୍ତୁ ଉଦିତଙ୍କ ପତ୍ନୀ ଏବଂ ତାଙ୍କ ପିଲାମାନେ, ରାଜପ୍ରାସାଦରେ ପରିସରରେ ନିର୍ମିତ ଏକ ନୂଆ ବାସଭବନରେ ରହୁଛନ୍ତି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଉଦିତଙ୍କ ପତ୍ନୀ କହିଛନ୍ତି। ସେ କହିଛନ୍ତି ଯେ, ଜଲ ବୋର୍ଡର ପୁରୁଣା ଘରଗୁଡ଼ିକୁ କେବଳ ପୁଣି ଥରେ ମରାମତି କରାଯାଇଛି। ଉଦିତଙ୍କ ପତ୍ନୀ ଏହା ମଧ୍ୟ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ଘର ନୁହେଁ। ଆଜି ମଧ୍ୟ କାନ୍ଥର ଅପର ପାର୍ଶ୍ୱରେ ଏହି ସ୍ମାରକୀ କିଛି ଝଲକ୍ ମଧ୍ୟ ଦେଖିବାକୁ ମିଳେ। ଭିଜିଲାନ୍ସ ବିଭାଗର ନୋଟିସରେ କୁହାଯାଇଛି ଯେ, ସରକାରୀ ଘର ନିର୍ମାଣ ପାଇଁ ଏହି ପ୍ରକଳ୍ପ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେଉଁ ଘରଟି ନିର୍ମାଣ ହୋଇଛି ତାହା ପ୍ରାୟ ୫୫୦୦ ବର୍ଗ ମିଟର ଅଟେ ।