Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି
Advertisement

Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି

Sambalpur News In Odia: ସମ୍ବଲପୁରକୁ (Sambalpur) ଫେରିଛି ଶାନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି । ସମ୍ବଲପୁର (Sambalpur) ସହରରୁ ସମ୍ପୁର୍ଣ୍ଣ ହଟିଲା କଟକଣା। ସମ୍ବଲପୁରରେ ଅବସ୍ଥାରେ ସୁଧାର ଆସିବା ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ (Sambalpur District Administration)ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି(Curfew lifted from entire Sambalpur)।

Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି

Sambalpur News In Odia: ସମ୍ବଲପୁରକୁ (Sambalpur) ଫେରିଛି ଶାନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଛି । ସମ୍ବଲପୁର (Sambalpur) ସହରରୁ ସମ୍ପୁର୍ଣ୍ଣ ହଟିଲା କଟକଣା। ସମ୍ବଲପୁରରେ ଅବସ୍ଥାରେ ସୁଧାର ଆସିବା ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ (Sambalpur District Administration)ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି(Curfew lifted from entire Sambalpur)। ଏ-ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେବାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  

ହନୁମାନ ଜୟନ୍ତୀରେ ବାଇକ୍ ଶୋଭାଯାତ୍ରା ଉପରକୁ ପଥରମାଡ ହୋଇଥିଲା। ଏ-ନେଇ ଅଶାନ୍ତ ହୋଇପଡି଼ଥିଲା ପୁରା ସହର। ସ୍ଥିତି ଅଣାୟତ୍ତ ହେବାରୁ ଗତ ୧୪ ତାରିଖ ମଧ୍ୟରାତ୍ରରୁ ସହରରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ (Curfew) ଲଗାଯାଇଥିଲା। ସେପଟେ, ହିଂସାର ପ୍ରଭାବକୁ ରୋକିବାକୁ ସହରରେ ଦିର୍ଘ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ (Internet service)ବନ୍ଦ କରି ଦିଆଯାଇଥିଲା।

Also Read: JEE Result 2023: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

Also Read: Horoscope Today: ଏହି ୩ଟି ରାଶି ଉପରକୁ ମାଡି଼ ଆସିବ ସଙ୍କଟ! ଜାଣନ୍ତୁ କେମିତି ରହିବ ରବିବାର

Also Read:  Sunday Remedy in Odia: ରବିବାର ଦିନ କରନ୍ତୁ ଏହି ଉପାୟ ଚମକିବ ଭାଗ୍ୟ, ଦୂର ହେବ ଆର୍ଥାଭାବ!

ସେପଟେ, ସମ୍ବଲପୁର ହିଂସାକାଣ୍ଡକୁ ନେଇ  ଏକ ନୂଆ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ହିଂସାକାଣ୍ଡର ଦିନକ ପୂର୍ବରୁ ୧୧ ତାରିଖରେ ଏହି ଚିଠି ଲେଖାଯାଇଥିଲା । ୧୨ ଏପ୍ରିଲରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବିଶେଷ କରି ବଜରଙ୍ଗ ଦଳର ସଦସ୍ୟ ବିଶାଳ ବାଇକ୍ ରାଲି କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ରାଲି ସମୟରେ ସାମ୍ପ୍ରଦାୟିକ ସଦଭାବ ବିଗିଡିପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଚିଠିରେ ଲେଖାଯାଇଛି ଯେ, ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ବାଇକ୍ ରାଲି ମୁସଲମାନ ପ୍ରବଣ ଅଞ୍ଚଳ ଦେଇ ଗତି କରିବ । ଏହି ସମୟରେ ଜୟ ଶ୍ରୀରାମ, ଜୟ ହନୁମାନ ଭଳି ସ୍ଲୋଗାନ୍ ଦେବା ସହ ଅଣ ହିନ୍ଦୁ ଯଦି କିଛି ସ୍ଲୋଗାନ ଦିଅନ୍ତି ତାହାଲେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ କରା ଯାଇଥିଲା । ଆଉ ଚିଠି ପରଦିନ ସମ୍ବଲପୁରରେ ହିଂସା ହୋଇଥିଲା । ହିଂସାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ କର୍ଫ୍ୟୁ ଲଗାଯାଇଥିଲା । 

Also Read: Weather Update: କାଳବୈଶାଖୀ ପ୍ରଭାବରେ ଆଜି ବି ବର୍ଷା! ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Also Read: Puri Temple: ରଥଯାତ୍ରା ପୂର୍ବରୁ ଅଦଳବଦଳ, ରଞ୍ଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Also Read: Stone Wear Rules: ମୁଦି ପିନ୍ଧିବା ଆଗରୁ ଜାଣିନିଅନ୍ତୁ ଏସବୁ ଜରୁରୀ କଥା, ନଚେତ୍ ଲାଭ ବଦଳରେ ହେବ କ୍ଷତି

Also Read: Gabriella Demetriade: ପୁଣି ଥରେ ଗୁଡ଼ ନ୍ୟୁଜ୍ ଦେଲେ ଅର୍ଜୁନ୍ ରାମପାଲଙ୍କ ପ୍ରେମିକା

Also Read: Women Army Officers: ଶତ୍ରୁମାନଙ୍କୁ ସାବାଡ଼ କରିବାକୁ ପୂରା ପ୍ରସ୍ତୁତ ଆମଦେଶର ଏହି ୫ ମହିଳା ସେନାଧିକାରୀ

Also Read: Gajapati News: ହାତ ପାଣ୍ଡିରେ ସଂଗୃହିତ ଟଙ୍କାରେ ଘର ତିଆରି କରିଲେ ବଦାନ୍ୟ ବ୍ୟକ୍ତି