jharsuguda Diarrhea: ଝାରସୁଗୁଡ଼ା: ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ତଥା ଏହା  ସହ ଜଡ଼ିତ ବିଭିନ୍ନ ଯୋଜନାକୁ ନେଇ ଡେଙ୍ଗୁରା ପିଟୁଥିବା ସରକାରଙ୍କ ମୁଖା ପଦାରେ ପଡ଼ିଛି। ଝାରସୁଗୁଡ଼ା ଭଳି ଅଞ୍ଚଳରେ ଝାଡ଼ାବାନ୍ତି ବର୍ତ୍ତମାନ ସରକାରଙ୍କ ମିଛ ପ୍ରଚାର ପଦାରେ ପଡ଼ିଛି। ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ବେଳେ ଦୁଇ ଦୁଇ ଜଣଙ୍କ ଜୀବନ ନେଇଛି  ଝାଡ଼ାବାନ୍ତି। ଏଭଳି ଏକ ଦୁଃଖଦ ଚିତ୍ର ଝାରସୁଗୁଡ଼ାରୁ ଆସିଛି। 


COMMERCIAL BREAK
SCROLL TO CONTINUE READING

ଝାରସୁଗୁଡାର ୧୩ନଂ ୱାର୍ଡରେ ଝାଡ଼ାବାନ୍ତିରେ ଯାଇଛି ବାପା ପୁଅଙ୍କ ଜୀବନ। ପ୍ରଥମେ ପୁଅ ଓ ପରେ ବାପାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୁଅର ଶେଷକୃତ୍ୟ ସରିବାର ଦୁଇ ଦିନ ପରେ ବାପାଙ୍କର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ଦାହ ସଂସ୍କାର ସରିବା ପରେ ଦୁଇ ଦିନ ପରେ ଝାଡ଼ାବାନ୍ତି ରେ ଆଖି ବୁଜିଲେ ବାପା। ସେପଟେ କିନ୍ତୁ ଏଯାଏଁ ମେଡିକାଲ ଟିମ ଗାଁରେ ପହଞ୍ଚି ପାରିନଥିବା ଜଣାପଡ଼ିଛି। 


ମିଳିଥିବା ସୂଟନା ମୁତାବକ ଝାରସୁଗୁଡ଼ା ମ୍ୟୁନିସିପାଲିଟିର ୧୩ ନମ୍ବର ୱାର୍ଡ ଦେବାଡ଼ିହି ଠାରେ ଏହି ଘଟଣା ଘଟିଛି। ମୃତକ ମାନେ ହେଲେ ଆକୁର ପ୍ରଧାନ (୪୦) ଓ ତାଙ୍କ ପିତା ଶ୍ରୀପ୍ରସାଦ ପ୍ରଧାନ(୬୫)। ଆକୁର ଝାଡ଼ାବାନ୍ତିରେ ଗୁରୁତର ହୋଇ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୁଅର ଦାହ ସଂସ୍କାର ପରେ ପିତା ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। 


ଗତ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏହି ଅଞ୍ଚଳର ଲିଟିପଡା, ପାନ୍ନପଡା ଓ ବଇଦପଡ଼ାର ପ୍ରାୟ ୧୦ରୁ ୧୫ ଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ବେଳେ ୫ ରୁ ଜଣରୁ ଊର୍ଦ୍ଧ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଠାରୁ ମାତ୍ର ୨ କିମି ଦୂରରେ ମୁଖ୍ୟ ଚିକିତ୍ସାଳୟ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ମେଡ଼ିକାଲ ଟିମ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି।


ସେପଟେ ଏହି ଘଟଣା ଉପରେ ସରକାର ନିଦାବିଷ୍ଣୁ ସାଜିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚି ନାହିଁ। ନିକଟରେ ଡାକ୍ତରଖାନା, ସମ୍ବଲପୁରରେ ବଡ଼ ଡାକ୍ତରଖାନା ରହିଥିବା ବେଳେ ଏଭଳି ଘଟଣା ନିଶ୍ଚିତ ଭାବେ ଲଜ୍ଜାଜନକ ହୋଇଛି।