Sahara India Refund List: ଦେଶର ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଧନକୁ ସାହାରା ଇଣ୍ଡିଆରେ ବିନିଯୋଗ କରିଥିଲେ । କିନ୍ତୁ କିଛି କାରଣରୁ କମ୍ପାନୀରେ ବିନିଯୋଗ ହୋଇଥିବା ସମସ୍ତ ଟଙ୍କା ନଷ୍ଟ ହୋଇଯାଇଥିଲା । ଯେଉଁ କାରଣ ପାଇଁ ସାହାରା ଇଣ୍ଡିଆରେ ବିନିଯୋଗ କରିଥିବା ଲୋକମାନେ ଚିନ୍ତିତ ଥିଲେ । ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ଘୋଷଣା କରିଥିଲେ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ଦ୍ୱାରା ସାହାରା ଇଣ୍ଡିଆ ରିଫଣ୍ଡ୍ ପୋର୍ଟାଲ ଅନେକ ପୂର୍ବରୁ ଉନ୍ମୋଚିତ ହୋଇଛି । ଯାହା ମାଧ୍ୟମରେ ଆପଣ ଆପଣଙ୍କର ଅଟକି ରହିଥିବା ଟଙ୍କା ପ୍ରତ୍ୟାହାର କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ଆପଣଙ୍କୁ ଛୋଟ କିସ୍ତି ଆକାରରେ ଆପଣଙ୍କ ଜମା ଟଙ୍କା ଫେରାଇ ଦିଆଯିବ । ଭାରତ ସରକାର ଏହି ପୋର୍ଟାଲ ଜରିଆରେ ଟଙ୍କା ଫେରସ୍ତ କରିବା ପାଇଁ ଲୋକଙ୍କୁ ଆବେଦନ କରିବା ପାଇଁ କହିଥିଲେ । ଆବେଦନ କରିବା ପରେ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥାଏ । ତାଲିକାରେ ନାମ ଥିଲେ ଟଙ୍କା ମିଳିବ ।


ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ସାହାରା ଇଣ୍ଡିଆ ପୋର୍ଟାଲରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଛନ୍ତି ଏବଂ ଯଦି ଆପଣଙ୍କର ନାମ ଏହି ତାଲିକାରେ ରହିଥାଏ ତେବେ ଆପଣଙ୍କୁ ସାହାରା ଇଣ୍ଡିଆରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଯଦି ପରବର୍ତ୍ତୀ ତାଲିକାରେ ଆପଣଙ୍କ ନାମ ରହିଥାଏ ତେବେ ବର୍ତ୍ତମାନ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ ରାଶି ସୁଧ ସହିତ ମିଳିବ ବୋଲି କୁହାଯାଇଛି । ୧୦ ହଜାରରୁ ଅଧିକ ଟଙ୍କା ବିନିଯୋଗ କରିଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଅପେକ୍ଷା କରିବାକୁ ପଡିବ । ଏହି ପ୍ଲାନ ପାଇଁ ସମୁଦାୟ ବଜେଟ୍ ୫ ହଜାର କୋଟି ଟଙ୍କା ।


ସାହାରା ଇଣ୍ଡିଆ ଫେରସ୍ତ ତାଲିକା କିପରି ଦେଖିବେ
ଯଦି ଆପଣ ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଛନ୍ତି ଏବଂ ସାହାରା ଇଣ୍ଡିଆର ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଚାହାଁନ୍ତି ତେବେ ଆପଣ ସହଜରେ ଏହା ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ସାହାରା ଇଣ୍ଡିଆ ରିଫଣ୍ଡ୍ ପୋର୍ଟାଲର ଅଫିସିଆଲ୍ ୱେବସାଇଟ୍ https://mocrefund.crcs.gov.in/ ଲଗଇନ୍ କରିବାକୁ ପଡିବ । ତା’ପରେ ଏହାର ମେନ୍ ପେଜରେ ଆପଣଙ୍କୁ ସାହାରା ଇଣ୍ଡିଆ ରିଫଣ୍ଡ ଲିଷ୍ଟ୍ 2024 ଉପରେ କ୍ଲିକ୍ କରିବାକୁ ହେବ । ତା’ପରେ ଏକ ନୂଆ ପେଜ୍ ଖୋଲିବ ସେଥିରେ ଆପଣ ନିଜ ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ଦେବା ପରେ ଲଗଇନ୍ ହୋଇଯିବ । ଏହା କରିବା ପରେ ସାହାରା ଇଣ୍ଡିଆର ପୋର୍ଟାଲରେ ରିଫଣ୍ଡ୍ ଲିଷ୍ଟ ଆପଣ ଦେଖିପାରିବେ । ଯଦି ସେଥିରେ ଆପଣଙ୍କ ନାମ ଥାଏ ତେବେ ଆପଣଙ୍କୁ ମଧ୍ୟ ଟଙ୍କା ଫେରସ୍ତ ମିଳିବ ।


Also Read- Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର


Also Read- Lukcy Zodiac Sign: ୧୦ ଦିନ ପରେ ବୃଷ ରାଶିରେ କୁବେର ଯୋଗ, ୩ ରାଶି ଦାରିଦ୍ର୍ୟରୁ ହେବେ ଧନୀ