ଭୁବନେଶ୍ୱର: ବନ୍ୟଜନ୍ତୁ (Wild Animal) ମାନଙ୍କର ହେବ ଡିଏନ୍ଏ ଫ୍ରୋଫାଇଲିଂ (DNA profiling)। ଏହି ପଦ୍ଧତିକୁ ବ୍ୟବହାର କରି ଜଙ୍ଗଲରେ କେତେ ହାତୀ (Elephant) ଓ ବାଘ (tiger) ଅଛନ୍ତି ତାହାର ଗଣନା କରାଯିବ। ଏନେଇ ବନ ବିଭାଗ (Forest Department) ବନ୍ୟପ୍ରାଣୀ ଶାଖା ଓ ଓୟୁଏଟିର (OUAT) ମିଳିତ ସହଯୋଗରେ ଏହା କାରଯିବ। ଏଥିପାଇଁ ଓୟୁଏଟି ଭେଟେନାରୀ ଚିକିତ୍ସାଳୟରେ ପ୍ରତିଷ୍ଠା ହୋଇଛି ସ୍ଵତନ୍ତ୍ର ଅତ୍ୟାଧୁନିକ ଲାବାରେଟୋରି। ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ଏହି ଯୋଜନା ଭଲ। କିନ୍ତୁ ବନ୍ୟପ୍ରାଣୀ କେମିତି ବଂଚିବେ ସେଥିପାଇଁ ଗୁରୁତ୍ବ ଦିଆଗଲେ ବିରଳ ଜନ୍ତୁ ଶିକାର ବନ୍ଦ ହୋଇ ପାରିବ।


COMMERCIAL BREAK
SCROLL TO CONTINUE READING

ଓଡିଶାରେ ଡିଏନ୍ଏ ଫ୍ରୋଫାଇଲିଂ ଜରିଆରେ ହେବ ବନ୍ୟଜନ୍ତୁ ଗଣନା। ଏନେଇ ରାଜ୍ୟ ବନପ୍ରାଣୀ ବିଭାଗ ଓ ଓୟୁଏଟିର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ବିଭିନ୍ନ ଜଂଗଲରୁ ସଂଗ୍ରହ କରାଯାଉଛି ମଳ ନମୁନା। ଜୀବନ୍ତ ହାତୀର ମଳ ଓ ମୃତ ହାତୀର କଙ୍କାଳରୁ ଡିଏନ୍ଏ ସଂଗ୍ରହ କରାଯାଇ ପ୍ରାଥମିକ ସଫଳତା ମିଳିଛି। ଏପର୍ଯ୍ୟନ୍ତ ୪୦ଟି ହାତୀର ମଳ ନମୁନା ସଂଗ୍ରହ କରାଯାଇଛି। 


ସେଥିରୁ ୮ ଟିର ଡିଏନ୍ଏ ଫ୍ରୋଫାଇଲିଂ ସମ୍ପୂର୍ଣ ହୋଇଛି। ସେହିପରି ସମ୍ବଲପୁର, ଆଠଗଡ଼ ଓ ସାତକୋଶିଆ ବନଖଣ୍ଡର ୭ଟି ସ୍ଥାନରୁ ମଲା ହାତୀର କଙ୍କାଲରୁ ଡିଏନ୍ଏ ସଂଗ୍ରହ କରାଯାଇଛି। ଡିଏନ୍ଏ ଫ୍ରୋଫାଇଲିଂ ପାଇଁ ସ୍ବତନ୍ତ୍ର କିଟ୍ ବ୍ୟବହାର କରାଯାଉଛି। ଏଥିପାଇଁ ଓୟୁଏଟିରେ ପ୍ରତିଷ୍ଠା ହୋଇଛି ସ୍ବତନ୍ତ୍ର ଅତ୍ୟାଧୁନିକ ଲାବାରେଟୋରି। ଏଣିକି ଗୋଟିଏ ଲେଖାଁଏ ହାତୀର ଡିଏନ୍ଏ ଫ୍ରୋଫାଇଲିଂ କରାଯିବ। ଫଳରେ ସମ୍ପୂର୍କ୍ତ ହାତୀର ଗତିବିଧି ଓ ମୃତକୁ ଜୀବିତ ଓ ସେ କେଉଁ ବନଖଣ୍ଡର ତାହା ନିର୍ଭୁଲ ଭାବରେ ଜଣା ପଡ଼ିବ। ଆଗକୁ ବାଘ ଓ ଚିତା ବାଘର ଗଣନା ପାଇଁ ଏହି ପଦ୍ଧତିରେ ନମୁନା ସଂଗ୍ରହ କରାଯିବା ପାଇଁ ଯୋଜନା ରହିଛି।


ସେପଟେ ଏହି ଯୋଜନାକୁ ସ୍ବାଗତ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏହି ପଦ୍ଧତି ପୁରୁଣା, ଅନ୍ୟ ରାଜ୍ୟରେ ଏହାକୁ ଆପଣା ଯାଇଛି । ହେଲେ ଏହା ଦ୍ବାରା ବନ୍ୟପ୍ରାଣୀ ସୁରକ୍ଷିତ ରହିବେ ବୋଲି କିଛି ଯୋଜନା ନାହିଁ । ହାତୀ ବାଘଙ୍କୁ ଶିକାରୀ ଗୁଳି କରି ମାରୁଛନ୍ତି, ରୋଗରେ ପଡି ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି, କେଉଁଠି ଟ୍ରେନ ଧକ୍କାରେ ପୁଣି କେଉଁଠି ବିଦ୍ୟୁତ ଆଘାତରେ ପ୍ରାଣ ଯାଉଛି ବନ୍ୟପ୍ରାଣୀଙ୍କର । ଏହା ସହ ବିଦେଶକୁ ବି ଚାଲାଣ ହେଉଚି । ଏ ସବୁ ରୋକିବା ହେଉଛି ବିଭାଗର ପ୍ରାଥମିକ କାମ । ହେଲେ ବିଭାଗ ଡିଏନଏ ପ୍ରୋଫାଇଲିଂ କରି ସଂଖ୍ୟା ଗଣିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଅନେକ ଯୋଜନା ଆସୁଛି, କିଛି କାର୍ଯ୍ୟକାରୀ ହେଉଚି, ଆଉ କିଛି ନାଲି ଫିତା ତଳେ ରହି ଯାଉଛି । କିନ୍ତୁ ଏହା ବାସ୍ତବରେ ଫଳପ୍ରଦ ହେଉଛି ତାହା କେହି ନଜର ହେଉ ନାହାନ୍ତି ।