ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଲଙ୍ଗ ରେଞ୍ଜ ଗ୍ଲାଇଡ୍ ବମ୍ (LRGB), ଭାରତୀୟ ବାୟୁସେନା (IAF)ର Su-30 MK-I ପ୍ଲାଟଫର୍ମରୁ ଗୋରବର ସଫଳ ପରୀକ୍ଷଣ କରିଛି ।


COMMERCIAL BREAK
SCROLL TO CONTINUE READING

 



ଗୌରବ ହେଉଛି ଏକ ଏପରି କ୍ଷପଣାସ୍ତ୍ର ଯେଉଁଥିରେ ୧ ହଜାର କେଜିର  ଗ୍ଲାଇଡ୍ ବୋମା ସହ ଦୂର ଦୂରାନ୍ତରେ ଥିବା ଶତୃକୁ ଟାର୍ଗେଟ୍ କରିବାରେ ସକ୍ଷମ । INS ଏବଂ GPS ଡାଟା ସହିତ ଅତ୍ୟଧିକ ସଠିକ୍ ହାଇବ୍ରିଡ୍ ନେଭିଗେସନ୍ ସ୍କିମ୍ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । ଯାହା ସଠିକ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହେବ । ଗୌରବ ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରାଟ (RCI) ଦ୍ୱାରା ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ ହୋଇଛି । ଉଡ଼ାଣ ପରୀକ୍ଷଣ ସମୟରେ ସଠିକ ଲକ୍ଷସ୍ଥଳକୁ ଲକ୍ଷଭେଦ କରିଥିଲା ଗୌରବ । ପରୀକ୍ଷଣ ସମୟରେ ସମ୍ପୂର୍ଣ୍ଣ ଉଡ଼ାଣ ତଥ୍ୟ ଉପକୂଳବର୍ତ୍ତୀ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ଦ୍ୱାରା ନିୟୋଜିତ ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ ଦ୍ୱାରା କଏଦ ହୋଇଥିଲା । ବରିଷ୍ଠ DRDO ବୈଜ୍ଞାନିକମାନେ ସଠିକ ତଦାରଖ କରିବାରେ ସଫଳ ହୋଇଥିଲେ। ମିସାଇଲ୍ ପରୀକ୍ଷା ସମୟରେ ଆଡାନି ଡିଫେନ୍ସ ଏବଂ ଭରତ ଫୋର୍ଜ, ଡେଭଲପମେଣ୍ଟ କମ ପ୍ରଡକ୍ସନ୍ ପାର୍ଟନର ମଧ୍ୟ ଅଂଶଗ୍ରହଣ କରିଥିଲେ।


ଗୌରବର ସଫଳ ପରୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଉଭୟ ଡିଆରଡିଓ ଏବଂ ଭାରତୀୟ ବାୟୁସେନାକୁ ପ୍ରଶଂସା କରିଥିଲେ । ସଶସ୍ତ୍ର ବାହିନୀର ଦକ୍ଷତାକୁ ଆହୁରି ଦୃଢ କରିବା ପାଇଁ ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକାଶରେ ଦେଶର ପ୍ରୟାସକୁ ସେ ଏହାକୁ ଏକ ବଡ଼ ମାଇଲଖୁଣ୍ଟ ବୋଲି କହିଛନ୍ତି। 


Also Read- ଇସିଜି ବାହାନାରେ ଦୁଷ୍କର୍ମ କରିବା ଘଟଣାରେ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ


Also Read- Lucky Zodiac Sign: ୧୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ