Advertisement
Photo Details/zeeodisha/odisha2382616
photoDetails0hindi

Lucky Zodiac Sign: ୧୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 14 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୪ ଅଗଷ୍ଟ ବୁଧବାର ଗଠିତ ଶୁଭ ଯୋଗ ପ୍ରଭାବରୁ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ । ଏହି ରାଶିର ବ୍ୟକ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସୁଖ ପାଇବେ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କିଏ ।

1/5

ମେଷ ରାଶି ଆପଣଙ୍କ ପାଇଁ ଦିନଟି ନୂଆ ଉତ୍ସାହ ଆଣିଦେବ । ଭଗବାନ ଗଣେଶଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଭଲ ହେବ । ନିଜ ଆଚରଣରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ସରକାରୀ କର୍ମଚାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ଅନ୍ୟର ପରାମର୍ଶ ଆପଣଙ୍କୁ ଭବିଷ୍ୟତରେ ଭଲ ଲାଭ ଦେବ । ଚାକିରି କ୍ଷେତ୍ରରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ବ୍ୟବସାୟୀମାନେ ଭଲ ଲାଭ କରିବେ । ପାରିବାରିକ ଜୀବନରେ ଚାଲିଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯିବ ।

2/5

କର୍କଟ ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଦକ୍ଷତା ବଳରେ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ଭଲ ସ୍ଥାନରେ ବିନିଯୋଗ କରିବେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । ମାନ ସମ୍ମାନ ବୃଦ୍ଧି ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ଶୁଣିବାକୁ ପାଇପାରନ୍ତି । ଭାଗିଦାରୀ ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ଥିବା ଭୁଲ ବୁଝାମଣାର ସମାଧାନ ହେବ ।

3/5

କନ୍ୟା ରାଶି ଆପଣଙ୍କ ପାଇଁ ଦିନଟି ସକରାତ୍ମକ ହେବାକୁ ଯାଉଛି । ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତ ଇଚ୍ଛା ପୂରଣ ହେବ । ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ଚାଲିଥିବା ପ୍ରତିବନ୍ଧକ ଦୂର ହେବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ସମୟ ଭଲ । ପରିବାରରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ପାଇବେ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ନୂତନ ଚାକିରିର ସୁଯୋଗ ମିଳିବ । କ୍ୟାରିୟରରେ ଉନ୍ନତି ସହିତ ଆୟ ବୃଦ୍ଧି ହେବ । ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ ।

4/5

ବିଛା ରାଶି ଦିନଟି ଆପଣଙ୍କୁ ଶୁଭ ଫଳାଫଳ ପ୍ରଦାନ କରିବ । ବ୍ୟକ୍ତିଗତ ସ୍ତରରେ ନୂଆ ନିଷ୍ପତି ନେଇ ଆପଣ ଲାଭ ଉପାର୍ଜନ କରିବେ । ଦୂରଯାତ୍ରାରୁ ଆପଣଙ୍କୁ ମନ ମୁତାବକ ଫଳାଫଳ ମିଳିବ । ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । ନିଜ ପରିବାର ସଦସ୍ୟଙ୍କ ସହାୟତାରେ ବ୍ୟବସାୟକୁ ଆଗକୁ ବଢାଇବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

5/5

ମୀନ ରାଶି ଆପଣଙ୍କ ପାଇଁ ବୁଧବାର ଅତ୍ୟନ୍ତ ଶୁଭ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଆଶାଠୁ ଅଧିକ ଫଳାଫଳ ମିଳିବ । ଚାକିରିରେ ସହକର୍ମଙ୍କ ସହାୟତାରେ ଆଗକୁ ବଢିବାରେ ସକ୍ଷମ ହେବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)