Durga Puja Bhasani: ସରିଲା ପୂଜା। ଏବେ ଭଷାଣ ଯାତ୍ରା । ତେବେ ଆଜି ଅର୍ଥାତ୍ ସୋମବାର ଦୁର୍ଗାପୂଜା ଭଷାଣୀ ଯାତ୍ରା ଉପଲକ୍ଷେ ବିଭିନ୍ନ ରାସ୍ତାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ୨୦୦୩ ଧାରା ୨୮ ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮ ଏବଂ ପୋଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍  ପବ୍ଲିକ ଅର୍ଡର ୨୦୦୮ ଧାର ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡିକ ଅପରାହ୍ଣ ୩ ଘଟିକା ଠାରୁ ରାତ୍ର ୧ ଘଟିକା କିମ୍ବା ଦୁର୍ଗାପୂଜା ଭଷାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। 

 

1- ସହିଦ ନଗରରେ ଭଷାଣୀ ଯାତ୍ରା ଚାଲୁଥିବା ସମୟରେ କୌଣସି ଯାନବାହାନ ବାଣୀବିହାର ପଟୁ ରୂପାଲି ଛକ ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡ଼ି ଗୁଡ଼ିକ ବାଣୀ ବିହାର ଠାରୁ ସିଧା ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ। 

 

2- ଭଷାଣୀ ଯାତ୍ରା ଚାଲୁଥିବା ସମୟରେ ଜନପଥ ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ, ସେହି ଗାଡ଼ି ଗୁଡ଼ିକ ସଚିବାଳୟ ମାର୍ଗ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇପାରିବେ। 

 

3- ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ ସମିତି. ନୟାପଲ୍ଲୀ ରେ ଭଷାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରି ପଟୁ କଟକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ସିଆରପି ଛକ ଠାରୁ ଏକାମ୍ର ପାର୍କ. ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ। ଏହି ଭଷାଣୀ ଯାତ୍ରା ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା, ୟୁନିଟ୍ ୮ ରାସ୍ତା, ଓୟୁଟି ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡ଼ିକ ଆବଶ୍ୟକ ଅନୁଯାୟୀ ଡାଇଭରସନ କରାଯିବ। 

 

4- ଉତ୍ତର ଭୁବନେଶ୍ୱର ଭଷାଣୀ କମିଟି, ଚନ୍ଦ୍ରଶେଖର ପୁରରେ ଭଷାଣୀ ଯାତ୍ରା ଚାଲୁଥିବା ସମୟରେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ। 

 

5-ଖୋର୍ଦ୍ଧା ପଟୁ ଆସୁଥିବା ଭାରି ଯାନବାହାନ ଗୁଡ଼ିକ ଫାୟାର ଷ୍ଟେସନ ଛକ ଠାରୁ ଫ୍ଲାଏ ଓଭର ବ୍ରିଜ୍ ଦେଇ ଯାଇପାରିବେ। ସେମାନଙ୍କୁ ସର୍ଭିସ ରୋଡରେ ଯିବାକୁ ଦିଆଯିବ ନାହିଁ। 

 

ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଗଲା। ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।