Cyclone Dana: ବାତ୍ୟା ପାଇଁ ବାତିଲ ୨୦୦ ଟ୍ରେନ, ବାହାରିବା ଆଗରୁ ଚେକ କରିନିଅନ୍ତୁ ବାତିଲ ଟ୍ରେନ ତାଲିକା
ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଦାନା ପାଇଁ ରାଜ୍ୟ ସରକାର ବେଶ ସଚେତନ ଅଛନ୍ତି। ସମ୍ବେଦନଶୀଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହିତ ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲଟି ନୀତି ଅବଲମ୍ବନ କରିଛନ୍ତି। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖରାପ ପରିସ୍ଥିତି ଏବଂ
Cyclone Dana: ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଦାନା ପାଇଁ ରାଜ୍ୟ ସରକାର ବେଶ ସଚେତନ ଅଛନ୍ତି। ସମ୍ବେଦନଶୀଳ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହିତ ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ଜିରୋ କାଜୁଆଲଟି ନୀତି ଅବଲମ୍ବନ କରିଛନ୍ତି। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖରାପ ପରିସ୍ଥିତି ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଉଚ୍ଚ ଆଲର୍ଟ ଜାରି କରିଛନ୍ତି। ଘର ଭିତରକୁ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ପର୍ଯ୍ୟଟକମାନେ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟରେ ଲୋକମାନେ ଏହି ବାତ୍ୟା ସମୟରେ ଯାତ୍ରା ନ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ୨୩ ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ଯାତ୍ରା କରିବା ବିପଦ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ପ୍ରାୟ ୨୦୦ ଟ୍ରେନକୁ ବାତିଲ କରିଛି। ତେବେ କେଉଁ ସବୁ ଟ୍ରେନ ବାତିଲ ହୋଇଛି ତାଲିକା ଉପରେ ନଜର ପକାନ୍ତୁ।
୨୩ ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ବାତିଲ ହୋଇଥିବା ଟ୍ରେନ
ବାତ୍ୟା ଦାନା ଓଡ଼ିଶା ଉପକୂଳରେ ମାଡ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଏହି ବାତ୍ୟା ସମୟରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ପାଖାପାଖି ୨୦୦ ଟ୍ରେନ ବାତିଲ କରିଦିଆଯାଇଛି। ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ମଧ୍ୟରେ ହାଓଡ଼ା-ସିକନ୍ଦରାବାଦ, ଶାଲିମାର-ପୁରୀ ସୁପରଫାଷ୍ଟ, ନୂଆଦିଲ୍ଲୀ-ଭୁବନେଶ୍ୱର ଏକ୍ସପ୍ରେସ, ହାଓଡ଼ା-ଭୁବନେଶ୍ୱର ଏକ୍ସପ୍ରେସ, ହାଓଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ନୂଆଦିଲ୍ଲୀର-ପୁରୀ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଦା, ସମ୍ବଲପୁର-ପୁରୀ ଏକ୍ସପ୍ରେସ, ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ, ନୂଆଦିଲ୍ଲୀ-ପୁରୀ ଏକ୍ସପ୍ରେସ, ସମ୍ବଲପୁର-ପୁରୀ ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ ସମେତ ୨୦୦ ଟ୍ରେନ ବାତିଲ ହୋଇଛି।