Earthquake: ରାଜସ୍ଥାନର ବଲୋତ୍ରା ଜିଲ୍ଲାରେ ଆଜି ମଧ୍ୟାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା 3.2 ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକମାନେ ଘରୁ ପଦାକୁ ବାହାରି ଆସିଥିଲେ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ପ୍ରାୟ 1:43 ସମୟରେ ବଲୋତ୍ରା ଠାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବଲୋତ୍ରା ଥିଲା ବୋଲି କୁହାଯାଉଛି। ପ୍ରାୟ ୫ କିମି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘର ଭିତରୁ ଭୟରେ ପଦାକୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଘର ବାହାରେ ରହିଥିଲେ ଲୋକମାନେ । ପୁଣି କାଳେ ଭୂକମ୍ପ ହେବ ସେହି ଆଶଙ୍କା ମନରେ ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।


Also Read- ସାହୁ ବାବୁଙ୍କ ସହ ଏମିତି ଗେଲ ହେଉଥିଲେ ଭାଉଜ, ତାପରେ କ'ଣ ହେଇଥିଲା ଦେଖନ୍ତୁ


Also Read- Grah Gochar 2024: ମଙ୍ଗଳ-ସୂର୍ଯ୍ୟ ପ୍ରଭାବ, ଅକ୍ଟୋବର ୨୦ ଯାଏଁ ୩ ରାଶିକୁ ମିଳିବ ଧନ