Advertisement
Photo Details/zeeodisha/odisha2444694
photoDetails0hindi

Grah Gochar 2024: ମଙ୍ଗଳ-ସୂର୍ଯ୍ୟ ପ୍ରଭାବ, ଅକ୍ଟୋବର ୨୦ ଯାଏଁ ୩ ରାଶିକୁ ମିଳିବ ଧନ

Grah Gochar 2024: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୨୦ ଦିନ ୨ଟା ୪୬ରେ ଗ୍ରହମାନଙ୍କର ସେନାପତି ମଙ୍ଗଳ କର୍କଟ ରାଶିରେ ଚଳନ କରିବେ । ମଙ୍ଗଳଙ୍କ ଚଳନର ୨ ଦିନ ପୂର୍ବରୁ ସୂର୍ଯ୍ୟଙ୍କ ଗତିବିଧି ମଧ୍ୟ ବଦଳିଯିବ। ଅକ୍ଟୋବର ୧୭ ସକାଳ ୦୭.୫୨ରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ତୁଳା ରାଶିରେ ଚଳନ କରିବେ । ଏହାର ସକରାତ୍ମକ ପ୍ରଭାବ ୩ଟି ରାଶି ଉପରେ ରହିବ ।

1/4

ସିଂହ ରାଶି

ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ଚଳନରୁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ପୁଞ୍ଜି ବିନିଯୋଗ ପାଇଁ ଏହା ଏକ ଅନୁକୂଳ ସମୟ । ବର୍ତ୍ତମାନର ପୁଞ୍ଜି ବିନିଯୋଗ ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ । ବ୍ୟବସାୟ ସମ୍ବନ୍ଧୀୟ ଯୋଜନାଗୁଡିକ ସଫଳତାର ସହିତ ଶେଷ ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବାକୁ ଲାଗିବ ।

 

2/4

ତୁଳା ରାଶି

ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଏହି ସମୟରେ ଆପଣଙ୍କ ମନ ଖୁସି ରହିବ । ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ଆର୍ଥିକ ଲାଭ ପାଇବେ । ଦୀର୍ଘ ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ ସେଥିରୁ ମୁକ୍ତି ପାଇବେ ।  କ୍ୟାରିଅରରେ କିଛି ସମସ୍ୟା ଥିଲେ ସେଥିରୁ ଏହି ସମୟରେ ମୁକୁଳିବେ । ପ୍ରଗତିର ନୂଆ ରାସ୍ତା ଖୋଲିବ ।

3/4

କୁମ୍ଭ ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଶୁଭ ପ୍ରମାଣିତ ହୋଇପାରେ । ଆୟର ନୂଆ ଉତ୍ସ ଆପଣଙ୍କୁ ମିଳିବ । ଆପଣଙ୍କ ମନ ଖୁସି ରହିବ । ବିବାହିତ ଲୋକମାନେ ସୁଖ ଉପଭୋଗ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା ସଫଳ ହେବ । ନିଯୁକ୍ତ ବ୍ୟକ୍ତିମାନେ ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ପାଇବେ । ବିନିଯୋଗରୁ ଭଲ ଲାଭ ପାଇବାର ସମ୍ଭାବନା ରହିଛି ।

4/4

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।