Earthqauke In India: ସୋମବାର ଦିନ ସକାଳେ ତୁର୍କୀ-ସିରିଆରେ ଜୋରଦାର ଭୂକମ୍ପ ହୋଇଥିଲା । ଭୂକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ହଜାର ହଜାର କୋଠା ଭୁଶୁଡ଼ି ପଡ଼ିଥିବାବେଳେ, ଏପର୍ଯ୍ୟନ୍ତ ୫୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି ଏକ ଦେଶ ଏପରି ଶକ୍ତିଶାଳୀ ଭୂକମ୍ପର ସାମ୍ନା କରିଥିଲା । ଭାରତ ମଧ୍ୟ ଏହି ଶକ୍ତିଶାଳୀ ଭୂକମ୍ପର କମ୍ପନକୁ ସାମ୍ନା କରିଛି, ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଆସନ୍ତୁ ଜାଣିବା ରାଜ୍ୟ ସହ ଦେଶର କେଉଁ ସବୁ ଅଞ୍ଚଳ ଭୂକମ୍ପ ଜୋନରେ ଆସୁଛି ।


COMMERCIAL BREAK
SCROLL TO CONTINUE READING

ଭାରତରେ କେତେ ରହିଛି  ଭୂକମ୍ପ ଅଞ୍ଚଳ?


  • ଭାରତରେ ଭୟଙ୍କର ଭୂକମ୍ପ ହେବାର ଇତିହାସ ରହିଛି । ଭାରତର ଭୌଗଳିକ ପରିସଂଖ୍ୟାନରୁ ଜଣାପଡିଛି ଯେ ପ୍ରାୟ ୫୯ ପ୍ରତିଶତ ଜମି ଭୂକମ୍ପ ପାଇଁ ଅସୁରକ୍ଷିତ ।

  • ଦେଶକୁ ଚାରୋଟି ଭୂକମ୍ପ ଅଞ୍ଚଳରେ ବିଭକ୍ତ କରାଯାଇଛି । ଏଥିମଧ୍ୟରୁ ଜୋନ୍-୫ ସର୍ବାଧିକ ଭୂକମ୍ପରେ ସକ୍ରିୟ ଥିବାବେଳେ, ଜୋନ୍-୨ ସର୍ବନିମ୍ନ ଅଟେ ।

  • ଦେଶର ପ୍ରାୟ ୧୧ ପ୍ରତିଶତ ଅଞ୍ଚଳ ଜୋନ୍-୫, ୧୮ ପ୍ରତିଶତ ଅଞ୍ଚଳ ଜୋନ୍-୪ ରେ, ୩୦ ପ୍ରତିଶତ ଅଞ୍ଚଳ ଜୋନ୍-୩ ରେ ଓ ଅବଶିଷ୍ଟ ଅଞ୍ଚଳ ଜୋନ୍-୨ ରେ ପଡେ ।

  • ଭୂକମ୍ପର ପଞ୍ଚମ ଜୋନ୍ ଭାରତରେ ସବୁଠାରୁ ବିପଜ୍ଜନକ ଅଟେ । ଏଥିମଧ୍ୟରେ ଉତ୍ତର-ପୂର୍ବ, ଜମ୍ମୁ କାଶ୍ମୀର, ହିମାଚଳ, ଉତ୍ତରାଖଣ୍ଡ ଓ ଗୁଜୁରାଟର କଚ୍ଛର ରଣ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ ।


ଭୂକମ୍ପ ଜୋନର ଭୂକମ୍ପ ତୀବ୍ରତା
ଜୋନ୍ ୫ (ଅତ୍ୟଧିକ ତୀବ୍ରତା ଜୋନ୍) ୯ କିମ୍ବା ଅଧିକ 
ଜୋନ୍ ୪ (ଗୁରୁତର ତୀବ୍ରତାର କ୍ଷେତ୍ର) ୮ 
ଜୋନ୍ ୩ (ମଧ୍ୟମ ତୀବ୍ରତାର ଜୋନ୍) ୭ 
ଜୋନ୍ ୨ (ନିମ୍ନ ତୀବ୍ରତା ଜୋନ୍) ୬.୦ କିମ୍ବା ତା’ଠାରୁ କମ୍ 



ଓଡ଼ିଶାର ଭୂକମ୍ପ ଅଞ୍ଚଳ: 
ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅନୁଯାୟୀ ଓଡ଼ିଶାର ମଧ୍ୟମ ବିପଦପୂର୍ଣ୍ଣ ଜୋନ୍ (ଜୋନ୍ ୩) ଅଧୀନରେ ଆସୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ମୟୂରଭଞ୍ଜ, ବାଲେସୋର ।


କମ୍ କ୍ଷୟକ୍ଷତି ବିପଦ ଜୋନ୍ -୨ ଅଧୀନରେ ଆସୁଥିବା ଓଡ଼ିଶାର ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁର, ରାୟଗଡା, ଗଜପତି, ଗଞ୍ଜାମ, କାନ୍ଧମାଳ, ନବରଙ୍ଗପୁର, କାଳାହାଣ୍ଡି, ନୁଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କେନ୍ଦୁଝର ।


ଭାରତରେ କେତେଥର ହୋଇଛି ଭୂକମ୍ପ
ଭାରତରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି, କିନ୍ତୁ ସେହି ଭୂକମ୍ପ ମଧ୍ୟରୁ କେତେକ ଏତେ ଭୟଙ୍କର ଥିଲା ଯେ ହଜାର ହଜାର ଲୋକ ପ୍ରାଣ ହରାଇଲେ । ଦେଶରେ ପାଞ୍ଚଟି ଭୂକମ୍ପ ଅତ୍ୟନ୍ତ ଭୟଙ୍କର ଥିଲା ।


  • ଆସାମରେ ୧୫ ଅଗଷ୍ଟ ୧୯୫୦ ରେ ଏକ ଭୂକମ୍ପ ହୋଇଥିଲା । ୮.୬ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଆସାମ ଓ ତିବ୍ଦତରେ ଭୟଙ୍କର ଧ୍ୱଂସ ଘଟାଇଥିଲା । ଏଥିରେ ଆସାମରେ ୧,୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

  • ୧୯୯୩ ରେ, ମହାରାଷ୍ଟ୍ରର କିଲାରୀ ଲାଟୁର-ଓସମାନାବାଦରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ୧୧,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

  • ୧୯୯୧ ରେ ଚାମୋଲି ଭୂକମ୍ପରେ ପ୍ରାୟ ୨୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।

  • ୨୦୦୧ ମସିହାରେ, ଗୁଜୁରାଟର ଭୁଜରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା । ୭.୭ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପରେ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୪ ଲକ୍ଷରୁ ଅଧିକ କୋଠା ନଷ୍ଟ ହୋଇଯାଇଥିଲା ।

  • ଏଥି ସହିତ, ୨୦୧୧ ରେ ସିକ୍କିମରେ ହୋଇଥିବା ଭୂକମ୍ପରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।


ଭାରତର ଏହି ୩୮ ଟି ସହର ଭୂକମ୍ପକୁ ନେଇ ଉଚ୍ଚ ବିପଦ ତାଲିକାରେ ଅନ୍ତର୍ଭୁକ୍ତ 
ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଭାରତୀୟ ଉପମହାଦେଶର ପ୍ରାୟ ୫୯ ପ୍ରତିଶତ ଭୂକମ୍ପରେ ଆକ୍ରାନ୍ତ ଓ ଅତି କମରେ ୩୮ ଟି ସହର ଭୂକମ୍ପକୁ ନେଇ ବିପଦପୂର୍ଣ୍ଣ । ଏଥିମଧ୍ୟରେ କାଶ୍ମୀର, ପଶ୍ଚିମ ଓ କେନ୍ଦ୍ରୀୟ ହିମାଳୟ, ଉତ୍ତର ଓ କେନ୍ଦ୍ରୀୟ ବିହାର, ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳ, କଚ୍ଛର ରଣ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ ।