East Coast Railway News Today: ଯାତ୍ରୀଙ୍କ ସୁବିଧା ତଥା ଚାହିଦାକୁ ଦୃଷ୍ଟିରେ ରଖି କାଳୀପୂଜା ଏବଂ ଅର୍ଶ ମହୋତ୍ସବକୁ ଦୃଷ୍ଟିରେ ରଖି ଭଦ୍ରକ ନିକଟସ୍ଥ କେନ୍ଦୁଆପଦା ରେଳ ଷ୍ଟେସନ ଠାରେ ସାମୟିକ ଭାବେ ଚାରୋଟି ଟ୍ରେନ୍ ରହଣୀ ପ୍ରଦାନ କରିବା ଏବଂ ସାତୋଟି ଟ୍ରେନ ରହଣୀ ସମୟ ବୃଦ୍ଧି କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦୁଆପଦା ଷ୍ଟେସନ ଠାରେ ଚାରୋଟି ଟ୍ରେନ ସାମୟିକ ରହଣୀ ଲାଗି ବ୍ୟବସ୍ଥା କରାଯାଇ ଥିବା ବେଳେ ସାତୋଟି ଟ୍ରେନ ରହଣୀ ସମୟ ବୃଦ୍ଧି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସାମୟିକ ରହଣୀ ବ୍ୟବସ୍ଥା
୧୨୮୯୨/୧୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ଏକ୍ସପ୍ରେସ, ୧୨୭୦୪/୧୨୭୦୩ ସିକନ୍ଦରାବାଦ-ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ, ୧୨୮୨୨/୧୨୮୨୧ ପୁରୀ-ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ଏବଂ ୧୮୦୪୬/୧୮୦୪୫ ହାଇଦ୍ରାବାଦ-ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ କେନ୍ଦୁଆପଦା ରେଳ ଷ୍ଟେସନ ଠାରେ ୨୦୨୩ ନଭେମ୍ବର ୧୭ ତାରିଖରୁ ୨୦ ପର୍ଯ୍ୟନ୍ତ ସାମୟିକ ରହଣୀ କରିବାକୁ ବ୍ୟବସ୍ଥା କରାଯାଇଛି।


କେନ୍ଦୁଆପଦା ଠାରେ ଟ୍ରେନ ରହଣୀ ସମୟ ବୃଦ୍ଧି
୧୮୦୨୨/୧୮୦୨୧ ଖୋର୍ଦ୍ଧା ରୋଡ଼-ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ, ୧୮୦୩୮/୧୮୦୩୭ ଯାଜପୁର କେନ୍ଦୁଝର ରୋଡ-ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ, ୦୮୫୫୬/୦୮୫୫୫ ନୟାଗଡ଼ ଟାଉନ୍-ଭଦ୍ରକ୍-ନୟାଗଡ଼ ଟାଉନ୍ ମେମୁ ସ୍ପେଶାଲ ଟ୍ରେନ, ୦୮୪୧୨/୦୮୪୧୧ ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନ, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ମେମୁ ସ୍ପେଶାଲ ଟ୍ରେନ, ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ ଟ୍ରେନ ଏବଂ ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ ଟ୍ରେନ ୨୦୨୩ ନଭେମ୍ବର ୧୭ ତାରିଖରୁ ୨୦ ପର୍ଯ୍ୟନ୍ତ କେନ୍ଦୁଆପଦା ରେଳ ଷ୍ଟେସନ ଠାରେ ସାମୟିକ ଭାବରେ ୨ ମିନିଟ୍ ପରିବର୍ତ୍ତେ ୫ ମିନିଟ୍ ରହଣି କରିବାକୁ ନିଷ୍ପତ୍ତି ନିଆଯାଇଛି।