Voter ID Card: ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ସାରା ଦେଶରେ ପାଣିପାଗ ଗରମ ହେବାରେ ଲାଗିଛି। ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ସାଧାରଣ ନାଗରିକ ଭୋଟ୍ ଦେବେ ଓ ଦେଶର ସରକାର ଚୟନ କରିବେ। ଭୋଟ୍ ଦେବା ପାଇଁ ଭୋଟର ID ରହିବା ଆବଶ୍ୟକ, କିନ୍ତୁ ଆପଣ ଜାଣନ୍ତି କି ଭୋଟର ID କାର୍ଡ ବିନା ମଧ୍ୟ ଭୋଟ୍ ଦିଆଯାଇପାରିବ?


COMMERCIAL BREAK
SCROLL TO CONTINUE READING

ଆପଣଙ୍କର ଯଦିଭୋଟର ID କାର୍ଡ ନାହିଁ ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଏଭଳି ପରିସ୍ଥିତିରେ ଆପଣ ବୁଥକୁ ଯାଇ ନିଜର ଭୋଟ୍ ଦେଇପାରିବେ। ୧୮ ବର୍ଷରୁ ଅଧିକ ଥିବା ନାଗରିକମାନେ ସମଗ୍ର ଦେଶରେ ଭୋଟ୍ ଦେବାର ଅଧିକାର ପାଇଛନ୍ତି। ଭୋଟର ID ବିନା ଭୋଟ୍ ଦେବାକୁ, ସର୍ବପ୍ରଥମେ ଆପଣଙ୍କର ନାମ ଭୋଟର ତାଲିକାରେ ରହିବା ଆବଶ୍ୟକ। ଏହା ଉଭୟ ଅନଲାଇନ୍ ଓ ଅଫଲାଇନରେ କରାଯାଇଥାଏ।


ଅନଲାଇନ୍ ମୋଡ୍
ଆପଣ ଯଦି  ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛ, ତେବେ ଏଥିପାଇଁ ଆପଣଙ୍କୁ ନିର୍ବାଚନ ଆୟୋଗର ସାଇଟକୁ ଯାଇ 'ଫର୍ମ ୬' ପୂରଣ କରିବାକୁ ପଡିବ। ନାମ, ଜନ୍ମ ତାରିଖ ଓ ଠିକଣା ପରି ବ୍ୟକ୍ତିଗତ ବିବରଣୀ ଦେବାକୁ ପଡିବ। ପ୍ରକ୍ରିୟା ସମାପ୍ତ କରିବା ପରେ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ପଡିବ।


ଅଫଲାଇନ୍ ମୋଡ୍ 
ଅଫଲାଇନ୍ ମୋଡ୍ ପାଇଁ ଫର୍ମ ୬ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ବୁଥ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ। ବ୍ୟକ୍ତି ଆବେଦନ ସମ୍ବନ୍ଧୀୟ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସାମ୍ନାରେ ନିଜର ଆବଶ୍ୟକୀୟ ଦଲିଲ ଦାଖଲ କରିପାରିବେ। ଏହା ବ୍ୟତୀତ, ସେମାନଙ୍କୁ ଠିକଣା ପୋଷ୍ଟ ଦ୍ୱାରା ପଠାଯାଇପାରିବ କିମ୍ବା ଆପଣଙ୍କ ମତଦାନ କ୍ଷେତ୍ରର ବୁଥ ସ୍ତରର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇପାରିବ।


କହିରଖୁଛୁ ଯେ ନିର୍ଦ୍ଦେଶାବଳୀ ଅନୁଯାୟୀ ଜଣେ ଭୋଟର ଭୋଟର ପରିଚୟ ପତ୍ର ବିନା ମଧ୍ୟ ଭୋଟ୍ ଦେଇପାରିବେ। ତେବେ ତାଙ୍କ ନାମ ଭୋଟର ତାଲିକାରେ ରହିବା ଜରୁରୀ।ଥରେ ଏହି ତାଲିକାରେ ନାମ ଦେଖାଯିବା ପରେ, ଭୋଟର ପରିଚୟ ପତ୍ର ବିନା ସେ ସହଜରେ ଭୋଟ୍ ଦେଇପାରିବେ।