Fake Note: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଶନିବାର ଦିନ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ନକଲି ଇଣ୍ଡିଆନ୍ ମୁଦ୍ରା ନୋଟ୍ (FICN) ରାକେଟ୍ ଉପରେ ଚଢାଉ କରିବା ସହିତ ନକଲି ନୋଟ୍, ଟଙ୍କା ଛପା କାଗଜ, ପ୍ରିଣ୍ଟର୍ ଏବଂ ଡିଜିଟାଲ୍ ଗ୍ୟାଜେଟ୍ ଜବତ କରିଛି । ଭାରତୀୟ ଦଣ୍ଡବିଧି ଆଇନର ୧୨୦ ବି, ୪୮୯ ବି, ୪୮୯ସି, ଏବଂ ୪୮୯ଡି ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲା (RC-02/2023 / NIA / BLR) ରେ NIA ଅନୁସନ୍ଧାନର ଏକ ଅଂଶ ଭାବରେ ଏହି ଚଢାଉ ହୋଇଥିବା ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

କିଛି ଅସାଧୁ ବ୍ୟକ୍ତି ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଚାର ପ୍ରସାର ପାଇଁ ଏହି ଷଡଯନ୍ତ୍ର ଚଳାଇଥିବା ନଜରକୁ ଆସିଛି । ଅଧିକାରୀ କହିଛନ୍ତି, “ବିଶ୍ୱସନୀୟ ତଥ୍ୟକୁ ଆଧାର କରି ଏନଆଇଏ ଟିମ୍ ଅଭିଯୁକ୍ତଙ୍କୁ ଦେଶର ବିଭିନ୍ନ ସ୍ଥାନ ତଥା ମହାରାଷ୍ଟ୍ରର କୋହଲାପୁର, ଉତ୍ତରପ୍ରଦେଶର ଶାହାଜାହାନପୁର, କର୍ଣ୍ଣାଟକର ବେଲାରୀ ଏବଂ ମହାରାଷ୍ଟ୍ରରୁ ଗିରଫ କରିଛି। ଜବତ ସମୟରେ ୬ହଜାର ଟଙ୍କାର FICN ଜବତ କରାଯାଇଛି। 


ଏନଆଇଏ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ଜାଲିଆତି ହୋଇଥିବା ସିମ କାର୍ଡ ବ୍ୟବହାର କରି ନକଲି ମୁଦ୍ରା ନୋଟ ଯୋଗାଇଦେବାକୁ ପ୍ରତିଶୃତି ଦେଇ ପେମେଣ୍ଟ ସଂଗ୍ରହ କରୁଛନ୍ତି। ଏହି ଘଟଣାରେ ଅଧିକ ଛାନଭିନ୍ ଆରମ୍ଭ ହୋଇଛି ।


Also Read- କାହିଁକି ସପିଂ କରୁନାହାନ୍ତି ଗ୍ରାହକ? ପାର୍ବଣ ପରେ ଫାଙ୍କା ମଲ୍ ଏବଂ ବଜାର


Also Read- Air Service: ଖୁବଶୀଘ୍ର ଅଯୋଧ୍ୟାରୁ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ବିମାନସେବା