Actor Javed Khan Amrohi Passes Away:  ଚିରନିଦ୍ରାରେ ଚଳଚ୍ଚିତ୍ର ତଥା ଥିଏଟର ଅଭିନେତା ଜାଭେଦ ଖାନ ଅମରୋହି। ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଫୁସଫୁସ ବିଫଳତା  କାରଣରୁ ଚଳଚ୍ଚିତ୍ର ତଥା ଥିଏଟର ଅଭିନେତା ଜାଭେଦ ଖାନ ଆମରୋହିଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଅଭିନେତା ଜାଭେଦ୍ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ। ଏକ ବର୍ଷ ଧରି ଅଭିନେତା ଜଣଙ୍କ ଶଯ୍ୟାଶାୟୀ ଥିଲେ। ସୂର୍ଯ୍ୟ ନର୍ସିଂହୋମ ଠାରେ ଅଭିନେତା ଜାଭେଦ ଚିକିତ୍ସିତ ହେଉଥିଲେ ବୋଲି ନ୍ୟୁଜ ଏଜେନ୍ସି ପିଟିଆଇ ଉଦ୍ଦେଶ୍ୟରେ କହିଛନ୍ତି ଚଳଚ୍ଚିତ୍ର ନିର୍ମାତା ରମେଶ ତଲୱାର। ଦିନ ପ୍ରାୟ ଗୋଟାଏ ସମୟରେ ଫୁସଫୁସ ବିଫଳତା କାରଣରୁ ଅଭିନେତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଚଳଚ୍ଚିତ୍ର ନିର୍ମାତା। 


"ଲଗନ" ଚଳଚ୍ଚିତ୍ରରେ ଜାଭେଦ ଖାନ ଅମରୋହିଙ୍କ ସହ-ତାରକା ଅଖିଳେନ୍ଦ୍ର ମିଶ୍ରା ଫେସବୁକ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, “ଜାଭେଦ ଖାନ ଅମରୋହି ସାହେବଙ୍କୁ ହୃଦୟରୁ ସମବେଦନା। ମହାନ ଅଭିନେତା, ବରିଷ୍ଠ କଳାକାର ତଥା ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନ୍ ସଂସ୍ଥାର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ” ଅଭିନେତା ଜାଭେଦ ଖାନଙ୍କ ଅନ୍ତିମ ସଂସ୍କାର ୱସିୱାରା କବ୍ରିସ୍ଥାନ ଠାରେ ସନ୍ଧ୍ୟା ୭.୩୦ ସମୟରେ ହେବ ବୋଲି କହିଛନ୍ତି ତାଙ୍କ ସହଯୋଗୀ ଅଖିଳେନ୍ଦ୍ର ମିଶ୍ରା। 


ଚଳଚ୍ଚିତ୍ର ତଥା ଥିଏଟର ଅଭିନେତା ଜାଭେଦ ଖାନ ଅମରୋହି "ଲଗନ", "ଅନ୍ଦଜା ଅପନା ଅପନା", "ଚକ୍ ଦେ ଇଣ୍ଡିଆ", "ହମ୍ ହେନ୍ ରହି ପ୍ୟାର୍ କେ", "ଲାଡଲା", "ଇଶକ୍" ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। "ମିର୍ଜା ଗାଲିବ" ଏବଂ "ନକ୍କଡ" ଭଳି ଟିଭି ଶୋ କାର୍ଯ୍ୟକ୍ରମ ଅଭିନେତା ଜଣଙ୍କ ନଜର ଆସିଥିଲେ। ଗତ ୧୯୭୩ ମସିହାରୁ ୨୦୨୩ ପର୍ଯ୍ୟନ୍ତ ପ୍ରାୟ ୬୦ ବର୍ଷ କାଳ ଧରି ଅଭିନୟ ଜଗତ ସହ ରହିଥିଲେ। ପ୍ରାୟ ୧୫୦ ଚଳଚ୍ଚିତ୍ର ଏବଂ ୯ ଟିଭି ଶୋ ଭଳି କାର୍ଯ୍ୟକ୍ରମରେ ନିଜର ଅଭିନୟର କଳା ପ୍ରଦର୍ଶିତ କରିଛନ୍ତି ଅଭିନେତା ଜାଭେଦ ଖାନ ଅମରୋହି।