Flight Landing Trail at Ayodhya Airport was Successful: ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଶ୍ରୀରାମ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ଆସିଛି ଏକ ବଡ଼ ଖବର। ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। ହେଲେ ଉଦଘାଟନ ପୂର୍ବରୁ ଡିସେମ୍ବର ୨୨ ତାରିଖ ଶୁକ୍ରବାର ଅଯୋଧ୍ୟା ବିମାନ ବନ୍ଦରରେ ହୋଇଥିଲା ପରୀକ୍ଷା ମୂଳକ ବିମାନ ଅବତରଣ। ବିମାନ ବନ୍ଦର ରନୱେ ଠାରେ ଏକ  ବିମାନକୁ ପରୀକ୍ଷା ଭିତ୍ତିରେ ଅବତରଣ କରାଯାଇଥିଲା। ଏହି ବିମାନ ସଫଳତାର ସହିତ ଅବତରଣ କରିଥିଲା। ପରୀକ୍ଷା ମୂଳକ ଭାବରେ ବାୟୁସେନା ବିମାନ ଅଯୋଧ୍ୟା ବିମାନ ବନ୍ଦରରେ ଅବତରଣ କରିଛି। ଏହି ପରୀକ୍ଷଣ  ମାଧ୍ୟମରେ ଯାତ୍ରୀବାହୀ ବିମାନ କିପରି ଅଯୋଧ୍ୟା ଏୟାରପୋର୍ଟ ଠାରେ ଅବତରଣ କରିବ ତାହା ବୁଝିବାକୁ ଚେଷ୍ଟା କରାଯାଉଥିଲା।


COMMERCIAL BREAK
SCROLL TO CONTINUE READING

ଧର୍ମ ନଗରୀ ଅଯୋଧ୍ୟା ସ୍ଥିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗତ ୧୫ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ବିମାନ ବନ୍ଦରରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ପରେ ଆରମ୍ଭ ହୋଇଯିବ ବିମାନ ସେବା। ଅଯୋଧ୍ୟା ବିମାନ ବନ୍ଦରରେ ପ୍ରାୟ ୨୨୦୦ ମିଟର ଲମ୍ବା ରନୱେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁଥିରେ ଛୋଟ ବିମାନ ଠାରୁ ଆରମ୍ଭ କରି ବୋଇଙ୍ଗ ୭୩୭, ଏୟାରବସ୍ ୩୧୯ ଏବଂ ଏୟାରବସ୍ ୩୨୦ ଭଳି ବଡ଼ ଧରଣର ବିମାନ ଅବତରଣ କରିବାକୁ ସକ୍ଷମ ହେବ। ପୂର୍ବରୁ ଅଯୋଧ୍ୟା ଠାରେ ମାତ୍ର ୧୭୮ ଏକର ପରିମିତ ଏକ ବହୁତ ଛୋଟ ଏୟାରଷ୍ଟ୍ରିପ୍ ରହିଥିଲା। 



ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ କାର୍ଯ୍ୟ 
ଅଯୋଧ୍ୟା ଏୟାରପୋର୍ଟ ଏକ ବଡ ଧରଣର ଆନ୍ତର୍ଜାତୀୟ ବିମାନବନ୍ଦରର ରୂପ ନେବାକୁ ଯାଉଛି। ଅଯୋଧ୍ୟା ବିମାନ ବନ୍ଦରର ଭିତ୍ତିଭୂମିର ବିକାଶ ଲାଗି ଉତ୍ତର ପ୍ରଦେଶ ସରକାର ୮୨୧ ଏକର ଜମି ଯୋଗାଇବା ପରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ନୂତନ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଜାରି ରହିଛି। 


ପ୍ରତି ଘଣ୍ଟାରେ ଉଡ଼ିବ ୨-୩ ବିମାନ 
ପ୍ରଥମ ପର୍ଯ୍ୟାୟରେ ୬୫ ହଜାର ବର୍ଗଫୁଟ ଜମିରେ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି। ଯାହାର କ୍ଷମତା ଘଣ୍ଟା ପ୍ରତି ଦୁଇରୁ ତିନୋଟି ବିମାନ ହେବ। ଅର୍ଥାତ ପ୍ରତି ଘଣ୍ଟାରେ ୨ କିମ୍ବା ୩ ବିମାନ ଉଡ଼ାଣ ଭରିପାରିବ। ଅଯୋଧ୍ୟା ବିମାନ ବନ୍ଦରରେ ୨୨୦୦ ମିଟର ଲମ୍ବା ରନୱେ କାର୍ଯ୍ୟକ୍ଷମ ହେବ। ଯେଉଁଥିରେ ଛୋଟ ବିମାନ ଏବଂ ବୋଇଙ୍ଗ ୭୩୭, ଏୟାରବସ୍ ୩୧୯ ଏବଂ ଏୟାରବସ୍ ୩୨୦ ଭଳି ବଡ଼ ବଡ଼ ବିମାନ ଅବତରଣ କରିବାକୁ ସକ୍ଷମ ହେବ। ଆରମ୍ଭରେ ଏଠାରେ ୮ ଆପ୍ରୋନ୍ ତିଆରି କରାଯାଇଛି। ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ କ୍ୟାବିନେଟ ଅନୁମୋଦନ ମିଳିବାକୁ ପ୍ରସ୍ତୁତି ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ରନୱେ ଲମ୍ବା ୩୭୦୦ ମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଯାହାଫଳରେ ବୋଇଙ୍ଗ ୭୮୭ ଏବଂ ବୋଇଙ୍ଗ ୭୭୭ ଭଳି ସମସ୍ତ ଅନ୍ତର୍ଜାତୀୟ ବିମାନ ସିଧାସଳଖ ଅଯୋଧ୍ୟା ଠାରେ ଅବତରଣ କରିପାରିବ। ବିମାନବନ୍ଦର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ନିକଟରେ ହେବ। ଯାହା ୫ ଲକ୍ଷ ବର୍ଗଫୁଟ ଆକାର ବିଶିଷ୍ଟ ହେବ।