Najeeb Jung on Fundamentalist Muslim: ଇସାରା ଇସାରାରେ ମୁସଲମାନଙ୍କୁ କଟାକ୍ଷ କରିଛନ୍ତି ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ। ମୌଳବାଦୀ ମୁସଲମାନଙ୍କୁ ଜବାବ ଦେଇ ପୂର୍ବତନ ଉପରାଜ୍ୟପାଳ କହିଛନ୍ତି ଯେ କେବଳ "ଆଲ୍ଲା ହୁ ଆକବର" କହିବା ଦ୍ୱାରା ବିକାଶ ଅଥବା ପ୍ରଗତି ହୋଇପାରିବ ନାହିଁ। ଅଧ୍ୟୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଜୀବ ଜଙ୍ଗ କହିଛନ୍ତି ଯେ ଯେଉଁ ଧର୍ମର ଉତ୍ପତ୍ତି ଇକରା ଅର୍ଥାତ୍ ପଢିବା ଶବ୍ଦରୁ ଆରମ୍ଭ ହୋଇଛି ସେହି ଧର୍ମ ଆଜି ପଛରେ ପଡ଼ିଯାଇଛି। ଆଜି ଧାର୍ମିକ ଶିକ୍ଷା ସହିତ ସାଂସାରିକ ଶିକ୍ଷା ମଧ୍ୟ ପିଲାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ମୁସଲମାନ, ଦଳିତ ଏବଂ ପଛୁଆ ବର୍ଗ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ନଜୀବ ଜଙ୍ଗଙ୍କ ବଡ ବିବୃତ୍ତି
ଆପଣଙ୍କୁ କହିରଖୁଛୁ ଯେ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ (Former Delhi Lieutenant Governor) ନଜୀବ ଜଙ୍ଗ ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲା (Barbanki District Uttar Pradesh) ସ୍ଥିତ ରାଫି ଅହମ୍ମଦ କିଦୱାଇ ମେମୋରିଆଲ ଡିଗ୍ରୀ କଲେଜ ଭୂମି ପୂଜନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନଜୀବ ଜଙ୍ଗ ମୌଳବାଦୀ ଚିନ୍ତାଧାରା ରଖୁଥିବା ମୁସଲମାନଙ୍କୁ କଟାକ୍ଷ (Najeeb Jung Targets Fundamentalist Muslim) କରି ପିଲାଙ୍କ ଶିକ୍ଷା ଗ୍ରହଣ କରିବାର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ। ବାରବାଙ୍କି ଜିଲ୍ଲାର ମାସାଉଲି ଠାରେ ସ୍ୱାଧୀନତା ସଂଗ୍ରାମୀ ରଫି ଅହମ୍ମଦ କିଦୱାଇଙ୍କ ସ୍ମୃତିରେ ଏକ ଡିଗ୍ରୀ କଲେଜ ନିର୍ମାଣ କରାଯାଉଛି। ସ୍ୱାଧିନତା ସଂଗ୍ରାମୀ ରଫି ଅହମ୍ମଦ କିଦୱାଇ ସ୍ୱାଧୀନ ଭାରତର ପ୍ରଥମ ସରକାରରେ ଯୋଗାଯୋଗ ମନ୍ତ୍ରୀ ରହିଥିଲେ।


ମାଦ୍ରାସ ଠାରେ ପଢୁଥିବା ଲୋକଙ୍କ ବିଷୟରେ କ'ଣ କହିଲେ ନଜୀବ ଜଙ୍ଗ?
ଏହି ଅବସରରେ ନଜୀବ ଜଙ୍ଗ ଏହା ମଧ୍ୟ କହିଛନ୍ତି ଯେ ମଦ୍ରାସା ଠାରେ ପଢୁଥିବା ଲୋକଙ୍କ ଠାର ପ୍ରତିଭାର ଅଭାବ ରହିଥିବା ନେଇ ଏକ ଭୁଲ ଧାରଣା ରହିଛି। ହେଲେ ଏହା ବାସ୍ତବତା ନୁହେଁ। ଯେତେବେଳେ ମାଦ୍ରାସ ଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି, ସେତେବେଳେ ସେମାନଙ୍କ ପାଖରେ ଭିନ୍ନ ଧରଣର ପ୍ରତିଭା ରହିଥାଏ।


ଶିକ୍ଷକଙ୍କୁ ସେମାନଙ୍କ ଦାୟିତ୍ୱ ମନେ ପକାଇଦେଲେ ନଜୀବ ଜଙ୍ଗ
ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ (Former Delhi LG Najeeb Jung) ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଲକ୍ଷ୍ୟ ହାସଲ କରିବା ପାଇଁ କୁଶଳୀ ଶିକ୍ଷକଙ୍କ ଲାଗି ଏକ ବଡ଼ ଦାୟିତ୍ୱ ରହିଛି। ଆପଣ କେଉଁ ପ୍ରକାରର କଲେଜ ନିର୍ମାଣ କରନ୍ତୁ ନାଁ କାହିଁକି, ଯଦି ଶିକ୍ଷକ ଭଲ ନୁହଁନ୍ତି ତାହେଲେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହେବ। ପୂର୍ବତନ ଦିଲ୍ଲୀ ଉପରାଜ୍ୟପାଳ ନଜୀବ ଜଙ୍ଗଙ୍କ ବ୍ୟତୀତ ୟୁପିର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ରଫି ଅହମ୍ମଦ କିଦୱାଇ ଟ୍ରଷ୍ଟ ଚେୟାରମ୍ୟାନ୍ ଅମ୍ମାର ରିଜଭି, ଅଧିକାରୀ ଫୈଜ କିଦୱାଇ, ବିଧାୟକ ଫରିଦ ମହଫୁଜ କିଦୱାଇ ମଧ୍ୟ ଡିଗ୍ରୀ କଲେଜ ମୂଳଦୁଆ ପକାଇବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।