Qamar Javed Bajwa Paris Visit: କ୍ଷମତାରୁ ହଟିବା ପରେ ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଦୁର୍ଦ୍ଦିନ ଶେଷ ହେବାର ନାଁ ନେଉନାହିଁ। ବିଦେଶରେ ଛୁଟି କାଟିବାକୁ ପସନ୍ଦ କରୁଥିବା ଜେନାରାଲ ବାଜୱା ଫ୍ରାନ୍ସ ରାଜଧାନୀ ପ୍ୟାରିସ ସହରରରେ ଅପମାନିତ ହୋଇଛନ୍ତି। ଜଣେ ଆଫଗାନିସ୍ତାନର ବ୍ୟକ୍ତି କମର ଜାଭେଦ ବାଜୱାଙ୍କଙ୍କୁ ସର୍ବସାଧାରଣରେ ଦୁର୍ବ୍ୟବହାର କରିଛନ୍ତି। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ସେହି ଆଫଗାନୀ ବ୍ୟକ୍ତି ଜଣଙ୍କ ପାକିସ୍ତାନ ଏବଂ ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟଙ୍କ ବିରୋଧରେ ବର୍ଷି ଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ କମର ଜାଭେଦ ବାଜୱା ତାଙ୍କ ପତ୍ନୀଙ୍କ ସହ ଥିଲେ। ତାଙ୍କୁ ତାଙ୍କ ପତ୍ନୀଙ୍କ ସାମ୍ନାରେ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା। ଆଫଗାନିସ୍ତାନରେ ହୋଇଥିବା ୨ ଲକ୍ଷରୁ ଅଧିକ ମୃତ୍ୟୁ ପାଇଁ ଆଫଗାନୀ ବ୍ୟକ୍ତି ଜଣଙ୍କ ପାକିସ୍ତାନକୁ ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଆଫଗାନିସ୍ତାନ ମାଟିରେ ଜିହାଦ ଅଭିଯାନ ଆରମ୍ଭ କରିବା ପାଇଁ ପାକିସ୍ତାନ ମଧ୍ୟ ଦାୟୀ।



କମର ଜାଭେଦ ବାଜୱାଙ୍କ ବିରୋଧରେ ବର୍ଷିଲେ ଆଫଗାନୀ ନାଗରିକ 
ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ପାଇଁ ପାକିସ୍ତାନ ବାହାରେ ଛୁଟି କାଟିବା କଷ୍ଟକର ହୋଇପଡିଛି। ଆତଙ୍କବାଦ କାରଖାନା ଭାବେ ପରିଚିତ ପାକିସ୍ତାନ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ବାଜୱାଙ୍କ ବିରୋଧରେ ଆଫଗାନୀ ବ୍ୟକ୍ତି ଜଣଙ୍କ ବର୍ଷିଥିଲେ। ଆଫଗାନିସ୍ତାନ ମାଟିରେ ଜିହାଦ ପାଇଁ ପାକିସ୍ତାନ ଦାୟୀ ବୋଲି ଜେନାରାଲ ବାଜୱାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ। ଆଫଗାନିସ୍ତାନକୁ ଧ୍ୱଂସ କରିବାରେ ପାକିସ୍ତାନର ଭୂମିକାକୁ ନେଇ ଆଫଗାନିସ୍ତାନର ନାଗରିକ ଜଣଙ୍କ ଅତ୍ୟନ୍ତ କ୍ରୋଧିତ ହୋଇଉଠିଥିଲେ। ହେଲେ କମର ଜାଭେଦ ବାଜୱା ସେହି ଆଫଗାନୀ ବ୍ୟକ୍ତିଙ୍କୁ କହିଥିଲେ ଯେ ସେ ଆଉ ପାକିସ୍ତାନୀ ସେନା ମୁଖ୍ୟ ଦାୟୀତ୍ୱରେ ନାହାଁନ୍ତି।


କାହିଁକି ପାକିସ୍ତାନ ଉପରେ ତାତି ଉଠିଛନ୍ତି ଆଫଗାନୀ ନାଗରିକ?
ପାକିସ୍ତାନ ଏବଂ କମର ଜାଭେଦ ବାଜୱାଙ୍କ ଉପରେ ଆଫଗାନୀ ନାଗରିକଙ୍କ କ୍ରୋଧ କେବଳ ସେପରି ନଥିଲା। ବ୍ରାଉନ୍ ୟୁନିଭରସିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗତ ୨୦୦୧ ମସିହାରୁ ଆଫଗାନିସ୍ତାନରେ ପ୍ରାୟ ୨ ଲକ୍ଷ ୪୩ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୃତକଙ୍କ ମଧ୍ୟରୁ ୭୦ ହଜାରରୁ ଅଧିକ ଲୋକ ହେଉଛନ୍ତି ସାଧାରଣ ଆଫଗାନୀ ନାଗରିକ। ଏକଥାକୁ ନେଇ ସେହି ଆଫଗାନୀ ବ୍ୟକ୍ତି ଜଣଙ୍କ ଜେନାରାଲ ବାଜୱାଙ୍କୁ ଦେଖିବା ପରେ ତାତି ଉଠିଥିଲେ।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଦାୟୀତ୍ୱ ଜୋ ବାଇଡେନ ନେବା ପର ଠାରୁ ଆଫଗାନିସ୍ତାନ ସ୍ଥିତି ବଦଳି ଯାଇଥିଲା। ଗତ ୨୦୨୧ ଅଗଷ୍ଟରେ ଆମେରିକା ସେନା ଆଫଗାନିସ୍ତାନ ମାଟିରୁ ପ୍ରତ୍ୟାହୃତ ହୋଇଥିଲା। ଆମେରିକା ସେବା ହଟିଯିବା ଆଫଗାନିସ୍ତାନ ତାଲିବାନ କବଳକୁ ଚାଲି ଯାଇଥିଲା। ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନକୁ ଏକ କାରାଗାରରେ ପରିଣତ କରି ଦେଇଛନ୍ତି। ସେମାନେ ଛାତ୍ରୀ ଯୁବତୀଙ୍କ ଶିକ୍ଷା ଗ୍ରହଣ ଏବଂ ମହିଳାଙ୍କ କାର୍ଯ୍ୟକୁ ମଧ୍ୟ ବାରଣ କରିଛନ୍ତି। ଯେଉଁ କାରଣରୁ ବହୁ ସଂଖ୍ୟକ ସାଧାରଣ ଆଫଗାନୀ ନାଗରିକ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି।