Republic Day 2024 Chief Guest: ୨୦୨୪ ସାଧାରଣତନ୍ତ୍ର ଦିବସ ପାଇଁ ମିଳି ଯାଇଛନ୍ତି ମୁଖ୍ୟ ଅତିଥି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଲାଗି ନିମନ୍ତ୍ରଣ ପଠାଯାଇଛି। ୧୯୫୦ ମସିହାରୁ ଷଷ୍ଠ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଲାଗି ଷଷ୍ଠ ଥର ପାଇଁ ଆମନ୍ତ୍ରଣ କରାଯାଇଛି। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ବିଧାନ। ସେହି ଦିନ ଭାରତ ବର୍ଷ ଗଣତନ୍ତ୍ରରୁ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ନିମନ୍ତ୍ରଣ କରାଯାଇଛି। ଯାହା ଭାରତ-ଫ୍ରାନ୍ସ ମଧ୍ୟରେ ମଜବୁତ ହେଉଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଦର୍ଶାଉଛି।  ଆପଣଙ୍କୁ କହିରଖୁଛୁ ଯେ ଗତ ଜୁଲାଇ ୧୪ ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ସହରରେ ଆୟୋଜିତ ହୋଇଥିବା ଥିବା ବାଷ୍ଟିଲ୍ ଡେ ପ୍ୟାରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ।


ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ଏକ ସେନା ବ୍ୟାଣ୍ଡ ନେତୃତ୍ୱରେ ସମସ୍ତ ୩ ବାହିନୀରୁ ୨୪୧ ସଦସ୍ୟ ବିଶିଷ୍ଟ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ପ୍ୟାରିସ ସହରରେ ଆୟୋଜିତ ହୋଇଥିବା ଥିବା ବାଷ୍ଟିଲ୍ ଡେ ପ୍ୟାରେଡ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ ସହିତ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ସହ ମିଶି ଭାରତୀୟ ସଶସ୍ତ୍ର ବାହିନୀର ନେତୃତ୍ୱ ନେଇଥିଲା। ପ୍ୟାରେଡ ସମୟରେ ହାସିମାରା ୧୦୧  ସ୍କ୍ୱାଡ୍ରନ ପକ୍ଷରୁ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ମଧ୍ୟ ବାଷ୍ଟିଲ୍ ଡେ ପ୍ୟାରେଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା। ବାଷ୍ଟିଲ୍ ଡେ ପ୍ୟାରେଡ କାର୍ଯ୍ୟକ୍ରମରେ ଯୋଗ ଦେବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ଗତ ୨୦୦୯ ବର୍ଷରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅତିଥି ଭାବରେ ଏହି ପରେଡ  କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।


Also Read: Republic Day 2024: ଏଥର ସାଧାରଣତନ୍ତ୍ର ଦିବସରେ ସାମିଲ ହେବେ ନାହିଁ ବିଦେଶୀ ଅତିଥି; ଜାଣନ୍ତୁ କାରଣ


ଆମେରିକା ରାଷ୍ଟ୍ରପତି ଯୋଗଦେବା ନେଇ କରାଯାଉଥିଲା ଆଶା 
ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୁଖ୍ୟ ଅତିଥି ଭାବରେ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଲାଗି ନିମନ୍ତ୍ରଣ ପଠାଯାଇଥିଲା। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଗତ ସେପ୍ଟେମ୍ବର ୨୦ ତାରିଖରେ କହିଥିଲେ ଯେ ଆସନ୍ତା ୨୦୨୪ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି। ହେଲେ ତଥାପି ଭାରତ ପକ୍ଷରୁ ନିମନ୍ତ୍ରଣ କରାଯିବା ସତ୍ତ୍ୱେ ଆମେରିକାର ରାଷ୍ଟ୍ରଧ୍ୟକ୍ଷ ୨୦୨୪ ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇପାରିଲେ ନାହିଁ। ୨୦୨୪ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଦେଶୀ ଅତିଥି ଭାବେ ଆମେରିକାା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରାଯାଇଥିଲା ନିମନ୍ତ୍ରଣ। ମାତ୍ର ଆମେରିକୀୟ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁନାହାଁନ୍ତି। 


ପ୍ରଥମେ ଆମେରିକା କରିଥିଲା ନିଶ୍ଚିତ 
ଗତ ସେପ୍ଟେମ୍ବର ୨୦ ତାରିଖରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ନିଶ୍ଚିତ କରିଥିଲେ ୨୦୨୪ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିଲେ। ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ବେଳେ ଆୟୋଜିତ ହୋଇଥିବା  ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କୁ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବା  ନିମନ୍ତ୍ରଣ ଜଣାଇଥିଲେ।