Cuttack Crime News In Odia: ଘରୁ ଗୁପ୍ତଧନ ବାହାରିବା ଓ ଭୂତପ୍ରେତ ଦୂର କରିବା କହି ଲୋକଙ୍କୁ ଭୁଆଁ ବୁଲାଉଥିଲା । ହେଲେ ଏହି ଠକାମି ବେଶୀ ଦିନ ବେଶୀ ଦିନ ଗଲାନି । ପୋଲିସ୍ ହାତରେ ଧରା ପଡିଛି ଠକ ତାନ୍ତ୍ରିକ ମୌଲାନା କୈଫି ଖାନ୍(maulana kaifi khan ) । ଶୁକ୍ରବାର କଟକରୁ (Cuttack)ଗିରଫ ହୋଇଥିବା ଠକ  ତାନ୍ତ୍ରିକର(fraud maulana kaifi khan arrested) ଆଉ ଏ-କ କଳା କାରନାମା ସାମ୍ନାକୁ ଆସିଛି। ସେ ଜଣେ ମହିଳାଙ୍କ ଘର ପଛପଟେ ସୁନା ଇଟା ଥିବା କହି ୫ ଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି। ଏ-ନେଇ ମଙ୍ଗଳାବାଗ ଥାନାରେ (Mangalabag Police Station)ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,କଟକ ମଙ୍ଗଳାବାଗ (Mangalabag)ରାଣୀହାଟ ଅଞ୍ଚଳର ଶର୍ମିଳା ସେନ, ତାଙ୍କ ପୁରୁଣା କୋଠାରେ କିଛି ନକାରାତ୍ମକ ଶକ୍ତିର ଉପସ୍ଥିତି ଅନୁଭବ କରିଥିଲେ । ପରେ ସେ ଘରୁକୁ ତାନ୍ତ୍ରିକ ମୌଲାନା କୈଫି ଖାନ(maulana kaifi khan ) ଙ୍କୁ ଡାକି ଦେଖାଇଥିଲେ।  ଘର ବୁଲି ଦେଖିବା ପରେ, ଭିତରେ ଏକ ସ୍ପିରିଟି ଥିବାରୁ କଥା କହିଥିଲା ଠକ ତାନ୍ତ୍ରିକ (maulana kaifi khan ) । ଏବଂ ଘର ଭିତରେ କିଛି ବସ୍ତୁ ପୋତି ହୋଇ ରହିଥିବା କହିଥିଲେ । ଘରୁ ନକରାତ୍ମକ ଶକ୍ତି ବାହାର କରିବାକୁ ତାନ୍ତ୍ରିକ (maulana kaifi khan ) ପାଖାପାଖି ୧୫-୨୦ ଲକ୍ଷ ଟଙ୍କା ମହିଳାଙ୍କୁ ଦାବି କରିଥିଲା। ପର୍ଯ୍ୟାୟ କ୍ରମେ କିଛି ଟଙ୍କା ପାଇବା ପରେ ତାନ୍ତ୍ରିକ ଘରର ମାଟି ଖୋଳିବା ଆରମ୍ଭ କରିଥିଲା। 


Also Read: Shani Upay: ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା ମାଡ଼ିଯିବ ଧନସମୃଦ୍ଧି!


Also Read: Angul Road Accident: ଖେଳୁଥିବା ବେଳେ ଶିଶୁଙ୍କ ଉପରେ ମାଡିଗଲା କାର୍, ଘଟଣାସ୍ଥଳରେ ତିନି ମୃତ


ଏବଂ ମାଟି ଖୋଳିବା ପରେ, ଗୁଣିଆ ଜଣକ ମାଟି ତଳୁ ବିଭିନ୍ନ ଦେବାଦେବୀଙ୍କ ପିତ୍ତଳ ମୂର୍ତ୍ତି, ହୀରା ଭଳି ଦେଖାଯାଉଥିବା କାଚର ବସ୍ତୁ, ତମ୍ବା ଇଟା ମିଳିଥିଲା। କିନ୍ତୁ ତାନ୍ତ୍ରିକ ଜଣକ ମହିଳାଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିଥିଲା। କାଚକୁ ହୀରା ଏବଂ ବିଭିନ୍ନ ବସ୍ତୁକୁ ସୁନା ବୋଲି କହିଥିଲା। କିନ୍ତୁ ପରେ ମହିଳା ଜଣକ ଏଗୁଡ଼ିକୁ ଯାଞ୍ଚ କରିବା ପରେ ଏସବୁ ନକଲି ବୋଲି ଜଣାପଡ଼ିଥିଲା। ତାନ୍ତ୍ରିକ ଘରର ମାଟି ଖୋଳିବା ସମୟରେ କୌଶଳକ୍ରମେ ଏଗୁଡ଼ିକୁ ଘରର ମାଟି ତଳେ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏନେଇ  ମହିଳା ଜଣକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। 


Also Read: Horoscope Today 29 April 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏସବୁ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର


ଠକ ତାନ୍ତ୍ରିକ କୈଫର (maulana kaifi khan ) ଘରେ ଚଢ଼ଉ କରିଛି ପୋଲିସ୍ । ଚଢାଉ ସମୟରେ ଘରୁ ନଗଦ ୨ ଲକ୍ଷ ୭୬ ହଜାର ୪୧୦ ଟଙ୍କା ସମେତ ଦୁଇଟି ଦାମୀ କାର୍(luxury car), ୭୦ଟି ମୋବାଇଲ୍ ଫୋନ୍( phones), ୨୦ଟି ହାତ ଘଣ୍ଟା, ୧୩ଟି ବ୍ୟାଙ୍କ ପାସବୁକ୍‌, ଚେକ୍ ବହି, ଜୀବନ ବୀମା ବଣ୍ଡ, ହିରା ଭଳି ଦେଖାଯାଉଥିବା କାଚର ବସ୍ତୁ, ଦୁଇଟି ତମ୍ବାର ବସ୍ତୁ, ୩ଟି ଲକ୍ଷ୍ମୀଙ୍କ ମୂର୍ତ୍ତି, ଗୋଟିଏ ତମ୍ବାର ରାଧାକୃଷ୍ଣ ମୂର୍ତ୍ତି, ଗୋଟିଏ ତମ୍ବାର ହଣ୍ଡା, ତମ୍ବାର ୪ଟି ପାତ୍ର, ତମ୍ବାର ଲକେଟ୍ ୧୦ଟି ଇତ୍ୟାଦି ଜବତ କରିଛି।