Ready to Eat Food: ଦେଶରେ "ରେଡି ଟୁ ଇଟ୍ ଫୁଡ଼" ପ୍ରଚଳନ ଏତେ ପ୍ରସିଦ୍ଧ ପିଲାଙ୍କ ଠାରୁ ନେଇ ବୁଢା ଏପରିକି ଯୁବକ ବୟସ୍କ ବର୍ଗର ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ବଜାରରେ ଉପଲବ୍ଧ ହେଉଥିବା ଏହି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସବୁଠାରୁ ବଡ ସମସ୍ୟା ଏହା ଯେ ବଜାରରେ ଉପଲବ୍ଧ ସାଣ୍ଡୱିଚ୍, ବର୍ଗର, ପିଜା କ୍ରିମ୍ ରୋଲ୍ ପରି ଜଙ୍କ ଫୁଡ ଖାଦ୍ୟ ବିଷୟରେ ଗୋଟିଏ କଥା ଗ୍ରାହକ କୁହାଯାଇ ନଥାଏ। ତାହା ହେଉଛି ଏହାର ପ୍ରସ୍ତୁତି କେବେ ହୋଇଥିଲା ଏବଂ କେବେ ଏହା ନଷ୍ଟ ହୋଇଯିବ।


COMMERCIAL BREAK
SCROLL TO CONTINUE READING

ଆଜ୍ଞା ହଁ, ଯଦି ଆପଣ ଜଙ୍କ ଫୁଡ ବିକ୍ରୟ କରୁଥିବା ଦୋକାନୀ ପଚାରନ୍ତି, ଏହାର କେବେ ପ୍ରସ୍ତୁତ କରାଯାଇଛି? ତାହେଲେ ଆପଣଙ୍କ ପ୍ରଶ୍ନର ଉତ୍ତରରେ ଦୋକାନୀ କହିଥାନ୍ତି ଯେ ଏହାକୁ ଆଜି ପ୍ରସ୍ତୁତ କରାଯାଇଛି କିମ୍ବା ଏବେ ପ୍ରସ୍ତୁତ କରାଯାଇଛି। ଜଙ୍କ ଫୁଡ ଦୋକାନୀଙ୍କ ଉତ୍ତର ଶୁଣିବା ପରେ ଆପଣ ଏକଥା ବିଶ୍ୱାସ କରିବା ବ୍ୟତୀତ ଆପଣଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିବାକୁ ଯାଉଛି। 


ଏ ସମ୍ପର୍କରେ ମିଳିଥିବା ଖବର ଅନୁଯାୟୀ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (Food Safety and Standards Authority of India) ଏଫଏସଏସଏଆଇ (FSSAI) ଏନେଇ ଏକ ଆଇନଗତ ଗାଇଡଲାଇନ ଆଣିବାକୁ ଯାଉଛି। ଯାହା ଅନୁଯାୟୀ ବଜାରରେ ଉପଲବ୍ଧ ସମସ୍ତ ପ୍ରସ୍ତୁତ ଖାଦ୍ୟ ଯେପରିକି ସାଣ୍ଡୱିଚ୍, ବର୍ଗଗ, କ୍ରିମ୍ ରୋଲ୍, ପେଟିସ ଯାହାକୁ ଦୋକାନୀ ପ୍ଲାଷ୍ଟିକ ପ୍ୟାକେଟ ମଧ୍ୟରେ ରଖି ବିକ୍ରୟ କରିଥାନ୍ତି ତାହା ଉପରେ ଏହି ନିୟମ ଲାଗୁ ହେବ। ଏନେଇ ଏଫଏସଏସଏଆଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଦୋକାନୀଙ୍କୁ ଜଙ୍କଫୁଡ ଉପରେ ଏହା ଲେଖିବା ଆବଶ୍ୟକ ହେବ ଯେ ଏହି ଖାଦ୍ୟ କେବେ ତିଆରି ହୋଇଥିଲା, କେଉଁ ସାମଗ୍ରୀଏହାକୁ ତିଆରି କରିବାରେ ବ୍ୟବହୃତ ହୋଇଥିଲା ଏବଂ ଏହାକୁ କେତେ ପର୍ଯ୍ୟନ୍ତ ଖିଆ ଯାଇପାରିବ। 


ସୂଚନା ଅନୁଯାୟୀ ଏଫଏସଏସଏଆଇ ବିଗତ କିଛି ବର୍ଷ ଧରି ଅଭିଯୋଗ ଗ୍ରହଣ କରୁଥିଲା ଯେ ଅନେକ ଦୋକାନୀ ତାଜା ବୋଲି ଦାବି କରୁଥିବା ଗ୍ରାହକଙ୍କୁ ଅନେକ ଦିନର ପୁରୁଣା ଖାଦ୍ୟ ଖାଇବାକୁ ଦେଉଥିଲେ। ଅର୍ଥାତ ପୁରୁଣା "ରେଡି ଟୁ ଇଟ୍ ଫୁଡ଼" ଖାଦ୍ୟକୁ ପୁନର୍ବାର ପ୍ରସ୍ତୁତ କରି ଗ୍ରାହକଙ୍କ ଖାଇବାକୁ ଦେଉଥିଲେ। କେବଳ ଏତିକି ନୁହେଁ ଏଫଏସଏସଏଆଇ ପକ୍ଷରୁ ଅନେକ ସମୟରେ "ରେଡି ଟୁ ଇଟ୍ ଫୁଡ଼" ଖାଦ୍ୟ ବିକ୍ରୟ କରାଯାଉଥିବା ଦୋକାନରେ  ଉପରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଏଫଏସଏସଏଆଇ ଅନେକ ଥର ଜାଣିବାକୁ ପାଇଥିଲେ ଯେ ଅନେକ ସମୟରେ ପୁରୁଣା ଜଙ୍କ୍ ଫୁଡ୍ ଗ୍ରାହକଙ୍କୁ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ବଜାରରେ ବିକ୍ରି ହେଉଥିବା ଜଙ୍କ୍ ଫୁଡ୍ ଗୁଣବତ୍ତା ବୃଦ୍ଧି କରିବାକୁ  ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଏପରି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କାର୍ଯ୍ୟ କରୁଛି।


ଏହାର ଅନ୍ୟ ଏକ ଦିଗ ହେଉଛି ମେଡିକାଲ ସାଇନ୍ସ ଜର୍ଣ୍ଣାଲ ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ ଭାରତରେ ପ୍ରତିବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଖରାପ ଖାଦ୍ୟ ଏବଂ ଜଳ ବ୍ୟବହାର କାରଣରୁ ହେଉଛି। ପରିସଂଖ୍ୟାନ ଦୃଷ୍ଟିରୁ ଖରାପ ଖାଦ୍ୟ ସେବନ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।