Ganesh Puja Laddu Auction 2022: ଚଳିତ ବର୍ଷ ଗଣେଶତ୍ସୋବ ଅବସରରେ ପାରମ୍ପରିକ ଲଡୁ ପ୍ରସାଦ ନିଲାମ କରିଛି ହାଇଦ୍ରାବାଦ ବାଲାପୁର ଗଣେଶ ପୂଜା କମିଟି। ଏଥର ଲଡୁ ପ୍ରସାଦ ରେକର୍ଡ ମୂଲ୍ୟରେ ନିଲାମ କରାଯାଇଛି। ଚଳିତ ଭଗବାନ ଗଣେଶଙ୍କ ପ୍ରିୟ ଲଡୁ ୨୪.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଏଥର ଲଡୁ ପ୍ରସାଦ ବାଲାପୁର ଗ୍ରାମର କୃଷକ ଭକ୍ତ ବି. ଲକ୍ଷ୍ମା ରେଡ୍ଡୀ ନିଲାମ ଡାକି ପାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ୧୯୯୪ ମସିହାରୁ ହାଇଦ୍ରାବାଦ (Hyderabad) ବାଲାପୁର ଠାରେ ଭଗବାନ ଗଣେଶଙ୍କ ଲଡୁ ପ୍ରସାଦ ନିଲାମ (Balapur Ganesh Laddu Auction) କରାଯାଇ ଆସୁଛି। ଚଳିତ ବର୍ଷ ଲଡୁ ନିଲାମ ପ୍ରଥାକୁ ୨୮ ବର୍ଷ ପୂରଣ ହୋଇଛି। ୧୯୯୪ ମସିହାରେ ପ୍ରଥମ ଥର ପାଇଁ ବାଲାପୁର ଲଡୁ ୪୫୦ ଟଙ୍କା ନିଲାମ କରାଯାଇଥିଲା। ହେଲେ ଏଥର କୃଷକ ବି.ଲକ୍ଷ୍ମା ରେଡ୍ଡୀ ଲଡ଼ୁ ନିଲମାରେ ବିଜୟୀ ହୋଇଛନ୍ତି।  ଏଥର ଲଡୁ ପ୍ରସାଦର ନିଲାମ ମୂଲ୍ୟ ହେଉଛି ୨୪ ଲକ୍ଷ ୬୦ ହଜାର ଟଙ୍କା। 


ଭଗବାନ ଗଣେଷଙ୍କ (Lord Ganesh) ଆଶୀର୍ବାଦ ପାଇବା ପରେ ଉତ୍ସାହିତ କୃଷକ ବି.ଲକ୍ଷ୍ମା ରେଡ୍ଡୀ କହିଛନ୍ତି ଯେ, 'ମୁଁ ଗତ ଅନେକ ବର୍ଷ ଧରି ଲଡ଼ୁ ନିଲାମ ଦେଖିଛି। ମୁଁ ଖୁସି ଯେ ଚଳିତ ବର୍ଷ  ମୁଁ ଲଡୁ ନିଲାମରେ ସଫଳ ହୋଇଛି। ଏଥର ଗଣେଶ ପୂଜା ଅବସରରେ ଆୟୋଜିତ ହୋଇଥିବା ଲଡୁ ନିଲାମରେ ଅଧିକାଂଶ  ନିଲାମଧାରୀ ଜମି ଏବଂ ସମ୍ପତ୍ତି କାମ କରୁଥିବା ମାଲିକ ସାମିଲ ହୋଇଥିଲେ।


ବେଶ ଧୂମଧାମର ସହ ସାରା ଦେଶରେ ପାଳିତ ହେଉଛି ଗଣେଶ ଚତୁର୍ଥୀ (Ganesh Puja 2022) । ଏହି ଅବସରରେ ଗୁରୁବାର ହାଇଦ୍ରାବାଦସ୍ଥିତ ମାଧପୁର (Hyderabad Madhpur) ଠାରେ ଗଣେଶ ଲଡୁ (Ganesh Laddu) ରେକର୍ଡ ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ କରାଯାଇଛି। ଗଣେଶ ମହୋତ୍ସବର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ଲଡୁ ନିଲାମ (Ganesh Puja Laddu Prasad Auction)। ଯେତେବେଳେ ଲଡୁ ନିଲାମ କଥା ଆସେ ସେତେବେଳେ ପ୍ରଥମ କଥା ଯାହା ସାମ୍ନାକୁ ଆସେ ତାହା ହେଉଛି ବାଲାପୁର ଲଡୁ ପ୍ରସାଦର (Laddu Prasad) ମୂଲ୍ୟ। ବାଲାପୁର ଲଡୁ ମୂଲ୍ୟ ପ୍ରତି ବର୍ଷ ବଢି ଚାଲୁଛି। 


Also Read: Hyderabad Ganesh Puja: ଲଡୁ ପ୍ରସାଦର ନିଲାମ ମୂଲ୍ୟ ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ 


ଗଣେଶ ପୂଜା ଅବସରରେ ଲଡୁ ନିଲାମ ପ୍ରକ୍ରିୟାରେ  ଭାଗ ନେବାକୁ ରାଜ୍ୟ ତଥା ରାଜ୍ୟ ବାହାର ଲୋକ ଏପରିକି ପଡୋଶୀ ଆନ୍ଧ୍ର ପ୍ରଦେଶରୁ (Andhra Pradesh) ଭକ୍ତ ଏଠାକୁ ଆସିଥାନ୍ତି। ଗତ ୨୦୧୯ ବର୍ଷରେ କୋଲନ୍ ରାମୀ ରେଡ୍ଡୀ ନାମକ ଜଣେ ଭକ୍ତ ଲଡୁ ପ୍ରସାଦକୁ ୧୭.୬ ଲକ୍ଷ ଟଙ୍କାରେ ନିଲମା କରିଥିଲେ। ଗତ ୨୦୨୦ ବର୍ଷରେ କୋରୋନା ମହାମାରୀ କାରଣରୁ ସମଗ୍ର ଦେଶରେ ସାମୂହିକ ଗଣେଶ ପୂଜା (Mass Ganesh Puja in India) ଆୟୋଜିତ ହୋଇ ପାରି ନଥିଲା। ଗତ ବର୍ଷ ଲଡୁ଼ ପ୍ରସାଦ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିଲା। ଚଳିତ ବର୍ଷ ଏହାର  ନିଲାମ ମୂଲ୍ୟ ୨୪.୬୦ ଲକ୍ଷ ଟଙ୍କାରେ ପହଞ୍ଚିଛି।