General Knowledge: Inquiry vs Enquiry? ଏହି ଦୁଇଟି ଶବ୍ଦ ମଧ୍ୟରେ କ`ଣ ରହିଛି ପାର୍ଥକ୍ୟ?
Difference Between Inquiry vs Enquiry: ଇଂରାଜୀ ଭାଷାର ୨ ଜଣାଶୁଣା ଶବ୍ଦ `Inquiry` ଏବଂ `Enquiry` ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ଜାଣନ୍ତୁ।
Difference in Inquiry vs Enquiry: ଇଂରାଜୀ ଭାଷା ପ୍ରତି ଭାରତୀୟଙ୍କ ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥିବାର କୁହାଯାଏ। କାରଣ ଇଂରାଜୀ ଭାଷା କହି ପାରୁଥିବା କିମ୍ବା ବୁଝି ପାରୁଥିବା ଅଥବା ଲେଖି ପାରୁଥିବା ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଥାଏ। ଯଦି ଆପଣ କୌଣସି ସ୍ଥାନରେ ଚାକିରି ପାଇଁ ଆବେଦନ କରିଥାନ୍ତି, ତାହେଲେ ଅଧିକାଂଶ ସ୍ଥାନରେ ଆପଣଙ୍କୁ ଇଂରାଜୀ ଭାଷାରେ ଆପଣଙ୍କର ଦକ୍ଷତା ବିଷୟରେ ପଚରା ଯାଇଥଏ। ଯେଉଁମାନେ ଇଂରାଜୀ ଭାଷାରେ ପ୍ରବୀଣ ହୋଇଥାନ୍ତି ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅଗ୍ରାଧିକାର ଦିଆଯାଇଥାଏ।
ବିଦେଶୀ ଲୋକଙ୍କୁ ଭାରତୀୟ ଭାଷା କଷ୍ଟସାଧ୍ୟ ଲାଗୁଥିବା ବେଳେ ଭାରତୀୟଙ୍କୁ ଇଂରାଜୀ ହେଉ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା କଷ୍ଟସାଧ୍ୟ ମନେ ହୋଇଥାଏ। ଇଂରାଜୀ ଭାଷାରେ ଏପରି କିଛି ଶବ୍ଦ ରହିଛି ଯାହା ଲୋକଙ୍କୁ ବହୁତ ଦ୍ୱନ୍ଦରେ ପକାଇଥାଏ। ଏବେ ଆମେ ଆପଣଙ୍କୁ ଇଂରାଜୀ ଭାଷାର ୨ ଜଣାଶୁଣା ଶବ୍ଦ "Inquiry" ଏବଂ "Enquiry" ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ କହୁଛୁ। ବିଭିନ୍ନ ସ୍ଥାନରେ ଏହି ଦୁଇଟି ଶବ୍ଦର ବହୁଳ ବ୍ୟବହାର ହୋଇଥାଏ।
ଆପଣ ନିଶ୍ଚିତ ଭାବରେ ଅନେକ ଥର "Inquiry vs Enquiry" ଶବ୍ଦ ଶୁଣିଥିବେ କିମ୍ବା ପଢିଥିବେ ଅଥବା ଲେଖିଥିବେ। ଅଧିକାଂଶ ଲୋକ ଭାବନ୍ତି ଯେ ଇଂରାଜୀ ଭାଷାର ଏହି ଦୁଇଟି ଶବ୍ଦର ଅର୍ଥ ହେଉଛି ସମାନ। ଅନେକ ଲୋକ ବେଳେବେଳେ ସେମାନଙ୍କ ଦ୍ୱାରା ଏହି ଶବ୍ଦର ବ୍ୟବହାର କରିବା ବେଳେ ଭୁଲ୍ କରି ବସିଥାନ୍ତି। ଯଦିଓ "Inquiry vs Enquiry" ଶବ୍ଦ ଦ୍ୱୟର ଉଚ୍ଚାରଣ ସମାନ ହୋଇଥାଏ। ହେଲେ ଏହି ଦୁଇଟି ଶବ୍ଦ ଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୋଇଥାନ୍ତି। ଏବେ ଆମେ ଆପଣଙ୍କୁ ଏହି ଦୁଇଟି ଶବ୍ଦ ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ କହୁଛୁ।
"Inquiry vs Enquiry" ଶବ୍ଦ ଦ୍ୱୟର ଅର୍ଥ ହେଉଛି ଅଲଗା
ସର୍ବପ୍ରଥମେ ଆପଣଙ୍କୁ "Inquiry" ଶବ୍ଦର ଅର୍ଥ କହୁଛୁ। ଯେତେବେଳେ କୌଣସି ଘଟଣା ଘଟେ କିମ୍ବା କୌଣସି ଅଧିକାରୀ କିମ୍ବା କୌଣସି ବ୍ୟକ୍ତି କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି, ତାହେଲେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରାଯାଏ। ଯାହାକୁ "Inquiry" କୁହାଯାଏ। ଏହାର ଅର୍ଥ ହେଉଛି ଯଦି କାହା ବିରୋଧରେ ଅଭିଯୋଗ ହୋଇଛି ଏବଂ ଏହାର ଅନୁସନ୍ଧାନ କରାଯାଇଛି, ତାହେଲେ ତାଙ୍କ ବିରୋଧରେ "Inquiry" କରାଯାଉଛି ବୋଲି କୁହାଯାଏ।
"Enquiry" ଶବ୍ଦର ଅର୍ଥ କ'ଣ?
ସେହିପରି "Enquiry" ଶବ୍ଦର ଅର୍ଥ "Inquiry" ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ଯେତେବେଳେ ଜଣେ ବ୍ୟକ୍ତି କୌଣସି ବିଷୟରେ ସୂଚନା ପାଇବାକୁ ଚାହୁଁଥାନ୍ତି, ସେତେବେଳେ ସେ ସେହି ବିଷୟରେ ପଚାରନ୍ତି, ତାହେଲେ ତାକୁ "Enquiry" କୁହାଯାଏ। ଉଦାହରଣ ସ୍ୱରୂପ ଯଦି ଆପଣ କୌଣସି ଟ୍ରେନ ଆଗମନ କିମ୍ବା ପ୍ରସ୍ଥାନ ସମୟ ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ରେଳବାଇ ସହ ଯୋଗଯୋଗ କରିଥାନ୍ତି। ସେତେବେଳେ "Enquiry" କରିଥାନ୍ତି।