Ghum Hai Kisikey Pyaar Mein set catches fire: ମୁମ୍ବାଇ ଫିଲ୍ମ ସିଟିରେ ଟିଭି ସିରିଏଲ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ସୁଟିଂ ସେଟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ପୂର୍ବ ଗୋରେଗାଓଁରେ ଅବସ୍ଥିତ ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସେଟରେ ନିଆଁ ନିକଟସ୍ଥ ଅନ୍ୟାନ୍ୟ ସେଟରେ ବ୍ୟାପିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆଗ ସିରିୟଲ୍ 'ତେରୀ ମେରୀ ଡୋରିଆଁ' ଓ 'ଅଜୁନି' ସିରିଏଲ ସେଟରେ ପହଞ୍ଚି ସାରିଛି । ଘଟଣା ସମୟରେ ପ୍ରାୟ ତିନି ହଜାରରୁ ଅଧିକ ଲୋକ ସିରିଏଲର ସେଟ୍ ଉପରେ କାମ କରୁଥିଲେ । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଅଗ୍ନିଶମ ବାହିନୀ ଦଳ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର ଅପରାହ୍ନରେ ମୁମ୍ବାଇ ଫିଲ୍ମ ସିଟିରେ ଟିଭି ସିରିଏଲ୍ 'ଗୁମ୍ ହେ କିସିକେ ପ୍ୟାର୍ ମେଁ'ର ସୁଟିଂ ସେଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (Brihanmumbai Municipal Corporation) ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଷ୍ଟୁଡିଓର ୨୦୦୦ ବର୍ଗଫୁଟ ଅଞ୍ଚଳର ତଳ ମହଲାରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି, ​​ଯେଉଁଠାରେ ସିରିଏଲ ସୁଟିଂ କରାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଦୁର୍ଘଟଣାରେ କେହି ଆହତ ହେବାର ଖବର ନାହିଁ ।