Bollywood News: ବଲିଉଡ ସୁପରଷ୍ଟାର ତଥା ଆପଣଙ୍କ ପ୍ରିୟ ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ ବକ୍ସ ଅଫିସରେ ଖୁବ ସଫଳତା ପାଇଛି । ଫିଲ୍ମଟି ରିଲିଜ ହେବାର ୨୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବି ଦର୍ଶକଙ୍କ ଭିଡ ଜମୁଛି ସିନେମା ଦେଖିବା ପାଇଁ । ଫିଲ୍ମଟିର ବକ୍ସ ଅଫିସ କଲେକ୍ସନ  ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ୱସ୍ତରର ବକ୍ସ ଅଫିସ କଲେକ୍ସନରେ ୧୦୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିଛି ଫିଲ୍ମ ଜୱାନ । ତେବେ ଯଦି ଆପଣ ଏପର୍ଯ୍ୟନ୍ତ ଶାହାରୁଖଙ୍କ ସିନେମା ଦେଖିନାହାନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କାରଣ ଶାହାରୁଖ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ତାହା ହେଉଛି ସିନେମାର ଟିକେଟକୁ ମାଗଣା କରାଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଏହି ଅଫରଟି ମାତ୍ର ୩ଦିନ ପାଇଁ ରହିଛି । ତେବେ କିପରି ଆପଣ ମାଗଣା ଟିକେଟ୍ (Free ticket) ପାଇବେ ସେ ବିଷୟରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ପ୍ରକୃତ କଥା ଏହା ଯେ, ଯଦି ଆପଣ ମାଗଣା ଟିକେଟ୍ ପାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଗୋଟିଏ ଟିକେଟ୍ କିଣିବାକୁ (bye one get one free) ପଡିବ । ତାପରେ ଆପଣଙ୍କୁ ଗୋଟିଏ ଟିକେଟ୍ ସହିତ ଦ୍ୱିତୀୟ ଟିକେଟଟି ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ଯଦି ଆପଣ ଟିକେଟ୍ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ବୁକ୍ ମାଇ ସୋ’ରେ ଆପଣ ଜୱାନ ଦେଖିବା ପାଇଁ ଟିକେଟ୍ ବୁକ୍ କରିପାରିବେ । ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଏନେଇ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୯ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଫର ରହିବ । ଯେଉଁଥିରେ ଆପଣ ଗୋଟିଏ ଟିକେଟ୍ କରିବା କାରଣରୁ ଅନ୍ୟ ଏକ ଟିକେଟ୍ ମାଗଣା ପାଇ ପାରିବେ । ଆପଣଙ୍କ ଜାଣିବା ପାଇଁ ଏହି ସୂଚନା ଦେବାକୁ ଚାହୁଁ ଯେ, ଶାହାରୁଖ ଖାନଙ୍କ ସିନେମା ଜୱାନ ବକ୍ସ ଅଫିସରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି । ଯଦି ସମଗ୍ର ବିଶ୍ୱସ୍ତରୀୟ କଲେକ୍ସନ ବିଷୟରେ କହିବା ତେବେ ଏହା ୧ ହଜାର କୋଟି ଛୁଇଁଛି ।


ଗତ ୨୦ ଦିନରେ ଜୱାନ ସିନେମାର କଲେକ୍ସନ ବିଷୟରେ କହିବାକୁ ଗଲେ ପ୍ରଥମ ଦିନରେ ସିନେମା ୭୫ କୋଟି ଟଙ୍କା ଲାଭ କରିଥିଲା । ପରେ ଦ୍ୱିତୀୟ ଦିନରେ ୫୩.୨୩ କୋଟି, ତୃତୀୟ ଦିନରେ ୭୭.୮୩ କୋଟି, ଚତୁର୍ଥ ଦିନରେ ୮୦.୧ କୋଟି, ପଞ୍ଚମ ଦିନରେ ୩୨.୯୨ କୋଟି, ଷଷ୍ଠ ଦିନରେ ୨୬ କୋଟି, ସପ୍ତମ ଦିନରେ ୨୩.୨ କୋଟି ଏବଂ ଅଷ୍ଟମ ଦିନରେ ୨୧.୬ କୋଟି ଟଙ୍କା ଆୟ କରିଛି । ଯଦି ପ୍ରଥମ ସପ୍ତାହ କଥା କହିବା ତେବେ ପ୍ରଥମ ସପ୍ତାହରେ ସମୁଦାୟ ବକ୍ସ ଅଫିସ କଲେକ୍ସନ ଥିଲା ୩୮୯.୮୮ କୋଟି ଟଙ୍କା । ୨ ସପ୍ତାହରେ ମଧ୍ୟ ସିନେମା ହଲରେ ଖୁବ ଭଲ ଚାଲିଥିଲା । ନବମ ଦିନରେ ୧୯.୧ କୋଟି, ଦଶମ ଦିନରେ ୩୧.୮ କୋଟି, ୧୧ ଦିନରେ ୩୬.୮୫ କୋଟି, ୧୨ ଦିନରେ ୧୬.୨୫ କୋଟି, ୧୩ ଦିନରେ ୧୪.୪ କୋଟି, ୧୪ ଦିନରେ ୯.୬6 କୋଟି, ୧୫ ଦିନରେ ୮.୧ କୋଟି ସଂଗ୍ରହ କରିଥିଲା । ଅତଏବ ଦ୍ୱିତୀୟ ସପ୍ତାହରେ ସିନେମା ସମୁଦାୟ ୧୩୬.୧ କୋଟି ଟଙ୍କା ସଂଗ୍ରହ କରିଛି । ତୃତୀୟ ସପ୍ତାହରେ ସିନେମାର ରୋଜଗାର ସାମାନ୍ୟ କମିଥିଲା । ୧୬ ତମ ଦିନରେ ୭.୬ କୋଟି, ୧୭ ଦିନରେ ୧୨.୨୫ କୋଟି, ୧୮ ଦିନରେ ୧୪.୯୫ କୋଟି, ୧୯ ଦିନରେ ୫.୪ କୋଟି ଏବଂ ୨୦ ଦିନରେ ୪.୯ କୋଟି ଟଙ୍କା ଆୟ କରିଥିଲା । ତେବେ ବର୍ତ୍ତମାନ ପରବର୍ତ୍ତୀ ସପ୍ତାହରେ ସିନେମାର ପ୍ରଦର୍ଶନ କିପରି ରହିବ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି । କାରଣ ଗୋଟିଏ କିଣିଲେ ଗୋଟିଏ ମାଗଣା ଅଫର ହୁଏତ ଦର୍ଶକଙ୍କୁ ହଲକୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।


Also Read- ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା


Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି