ଗ୍ରାହକଙ୍କ ସାଂଘାତିକ ଅଭିଯୋଗ, ବ୍ୟବବହୁଳ iPhoneରେ ଦେଖାଯାଉଛି ଏହି ସମସ୍ୟା
Advertisement
Article Detail0/zeeodisha/odisha1891733

ଗ୍ରାହକଙ୍କ ସାଂଘାତିକ ଅଭିଯୋଗ, ବ୍ୟବବହୁଳ iPhoneରେ ଦେଖାଯାଉଛି ଏହି ସମସ୍ୟା

Apple iPhone 15 Pro heat: ନିକଟରେ ଆପଲ୍ ଲଞ୍ଚ କରିଥିବା ନୂଆ ମଡେଲ ତଥା ଆଇଫୋନ୍ ୧୫ ପ୍ରୋ ସିରିଜ୍ ହ୍ୟାଣ୍ଡସେଟ୍ ଖୁବ ଅଧିକ ମାତ୍ରାରେ ଗରମ ହେଉଥିବା ଦେଖିବାକୁ ମିଳିଛି । ହ୍ୟାଣ୍ଡସେଟ୍ ବ୍ୟବହାରକାରୀ ସୋସିଆଲ ମିଡିଆରେ ମାଧ୍ୟମରେ ଏନେଇ ଅଭିଯୋଗ କରିଥିବା ଜଣାପଡିଛି ।

ଗ୍ରାହକଙ୍କ ସାଂଘାତିକ ଅଭିଯୋଗ, ବ୍ୟବବହୁଳ iPhoneରେ ଦେଖାଯାଉଛି ଏହି ସମସ୍ୟା

Apple iPhone 15 heat: ନିକଟରେ ଆପଲ୍ ତଥା ଆଇଫୋନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଥିଲା । କାରଣ ଆଇଫୋନ ୧୫ ସିରିଜର ଚାରୋଟି ମଡେଲ୍ ଲଞ୍ଚ କରିଥିଲା । ଏହି ନୂଆ ଫୋନ କିଣିବାକୁ ଅନେକ ଗ୍ରାହକ ଅପେକ୍ଷା କରିଥିଲେ ଏବଂ ଫୋନ ଲଞ୍ଚ ହେବାର କିଛି ସମୟ ମଧ୍ୟରେ ଅନେକ ଗ୍ରାହକ ନିଜର ପସନ୍ଦର ନୂଆ ଆଇଫୋନ କିଣିଥିଲେ । ବର୍ତ୍ତମାନ ଆଇଫୋନ ବ୍ୟବହାରକାରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ସେହି କାରଣରୁ ସୋସିଆଲ ମିଡିଆରେ ଅଭିଯୋଗର ଲମ୍ୱା ଫର୍ଦ୍ଦ ଦେଖିବାକୁ ମିଳିଛି । ଆଇଫୋନ୍ ୧୫ (iPhone 15), ଆଇଫୋନ ୧୫ ପ୍ରୋ (iPhone 15 pro) ଏବଂ ଆଇଫୋନ ୧୫ ପ୍ରୋ ମ୍ୟାକ୍ସ (iPhone 15 pro max)ର କିଛି ବ୍ୟବହାରକାରୀ ଅଭିଯୋଗ କରିଛନ୍ତି ଯେ, ନୂଆ ଫୋନ ବ୍ୟବହାର କରିବା ସମୟରେ ଏବଂ ଚାର୍ଜ କରିବା ସମୟରେ ଫୋନ୍ ଅଧିକ ମାତ୍ରାରେ ଗରମ ହୋଇଯାଉଛି । ଏପରି କିଛି ଅଭିଯୋଗ ଆପଲର ଅନ୍ଲାଇନ୍ ପ୍ଲାଟଫର୍ମ ସମେତ ଅନ୍ୟ ସପିଂ ୱେବସାଇଟର କମେଣ୍ଟ ସେକ୍ସନରେ ଦେଖିବାକୁ ମିଳିଛି । ଗ୍ରାହକଙ୍କ ଅଭିଯୋଗ ଅନୁସାରେ ଗେମ୍ ଖେଳିବା ସମୟ ହେଉ ଅବା ଫୋନରେ କଥାବାର୍ତ୍ତା ଯେକୌଣସି କାର୍ଯ୍ୟ କିଛି ଅଧିକ ସମୟ କରିବା ଫଳରେ ଫୋନ ବହୁତ ଗରମ ହୋଇଯାଉଛି । ବିଶେଷ କରି ଭିଡିଓ କଲରେ କଥା ହେବା ସମୟରେ ଫୋନର ପଛପଟ ଅତ୍ୟଧିକ ଗରମ ହେବା ସହିତ ଚାର୍ଜ ମଧ୍ୟ ଶୀଘ୍ର ସରିଯାଉଛି ।

କିଛି ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ ଚାର୍ଜ କରିବା ସମୟରେ ଡିଭାଇସ୍ ପ୍ଲଗ୍ ଇନ୍ ହେବାବେଳେ ଫୋନ ଗରମ ହେବା ସମସ୍ୟା ଅଧିକ ମାତ୍ରାରେ ହୋଇଥାଏ । ଆପଲ୍ କମ୍ପାନୀର ବୈଷୟିକ ସହାୟତା ଟିମ୍ ମଧ୍ୟ ଏହି ପ୍ରସଙ୍ଗରେ ଅନୁସନ୍ଧାନ ଚଳାଇଥିବା ଖବର ମିଳିଛି । ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ ଫୋନରେ  ଥିବା ଏହି ସମସ୍ୟା କିପରି ଠିକ୍ କରାଯିବ ତାହା ଉପରେ ଗ୍ରାହକମାନଙ୍କୁ ଏକ ପୁରୁଣା ଆର୍ଟିକିଲ ରେଫର୍ କରିଛନ୍ତି । କୌଣସି ଅଧିକ ସ୍ଥାନ ନେଉଥିବା ଆପ୍ ବ୍ୟବହାର କରିବା, ଚାର୍ଜ କରିବା କିମ୍ବା ଏକ ନୂତନ ଡିଭାଇସ୍ ସେଟ୍ କରିବା ସମୟରେ ଫୋନଟି ଅତ୍ୟଧିକ ଗରମ ହୋଇପାରେ ବୋଲି ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଯାଇଛି। ଆଇଫୋନ୍ ସେଟଅପ୍ ପ୍ରକ୍ରିୟା କାରଣରୁ ମଧ୍ୟ ଏପରି ସମସ୍ୟା ଉପୁଜିପାରେ ବୋଲି ସୂଚନା ଦିଆଯାଇଛି । ଗ୍ରାହକମାନେ ଏକ ନୂଆ ଫୋନ୍ କିଣିବା ସମୟରେ iCloudରୁ ସେମାନଙ୍କର ସମସ୍ତ ଆପ୍, ଡାଟା, ଫଟୋ ଓ ଭିଡିଓକୁ ଅନ୍ୟ ସ୍ଥାନକୁ ନେବା ପାଇଁ ଯେଉଁ ପ୍ରକ୍ରିୟା ଗ୍ରହଣ କରନ୍ତି ତାହା ଦୀର୍ଘ ସମୟ କାରଣରୁ ଏପରି ହୋଇପାରେ ବୋଲି ଦର୍ଶାଯାଇଛି ।

କିଛି ଗ୍ରାହକ ଏକଥା କହିଛନ୍ତି ଯେ, ଇନଷ୍ଟାଗ୍ରାମ କିମ୍ବା ଉବେର ପରି ଆପ ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ । କିଛି ଲୋକ ଥର୍ମୋମିଟରରେ ଫୋନର ତାପମାତ୍ରା ଯାଞ୍ଚ କରୁଥିବାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେମଧ୍ୟରେ ଏକ ପୋଷ୍ଟରେ ଲେଖା ଅଛି ଯେ, 'ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ପ୍ରକୃତରେ ଶୀଘ୍ର ଗରମ ହୁଏ।' ସେହିପରି ଅନ୍ୟଜଣେ ବ୍ୟକ୍ତି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, 'ମୁଁ ଅଧିକ ଆପ ବ୍ୟବହାର କରେନାହିଁ କେବଳଳ ସୋସିଆଲ ମିଡିଆ ବ୍ରାଉଜିଂ କରିଥାଏ ତଥାପି ମୋର ଆଇଫୋନ ଖୁବ ଗରମ ହୋଇଯାଉଛି । ଆଉଜଣେ ଆଇଫୋନ ୟୁଜରଙ୍କ ଅଭିଯୋଗ ଏହା ଯେ, କଲ୍ ସମୟରେ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ହଠାତ୍ ଗରମ ହେବାକୁ ଲାଗିଲା ଓ ପରେ ସୁଇଚ୍ ଅଫ୍ ହୋଇଗଲା । କିଛି ସମୟ ପରେ ଫୋନ ସାମାନ୍ୟ ଥଣ୍ଡା ହେବାରୁ ଆଉ ଥରେ ସୁଇଚ୍ ଅନ କରିବାରୁ ଫୋନ କାର୍ଯ୍ୟ କରିବା ଆରମ୍ଭ କଲା । ଆପଲ୍ ଡିଭାଇସ୍ ବେଳେବେଳେ ଅତ୍ୟଧିକ ଗରମ କାରଣରୁ ଆପେଆପେ ବନ୍ଦ ହୋଇଯାଏ ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଆଇଫୋନ୍ ୧୫ ପ୍ରୋ ଏବଂ ପ୍ରୋ ମ୍ୟାକ୍ସରେ ଅଧିକ ପାୱାରଫୁଲ ଗ୍ରାଫିକ୍ସ ସହିତ ଏକ ନୂଆ ଏ୧୭ ଚିପ୍ ଅନ୍ତର୍ଭୁକ୍ତ ରହିଛି । ମିଡିୟମ୍ ଡଟ୍ କମ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆପଲ୍ ଆନାଲିଷ୍ଟ ମିଙ୍ଗ୍ ଚି କୁଓଙ୍କ ଦାବି ରହିଛି ଯେ, ଆଇଫୋନ୍ ୧୫ ପ୍ରୋ ମଡେଲଗୁଡିକ ସହିତ ଉତ୍ତାପ ସମସ୍ୟା TSMC ର 3nm ନୋଡ୍ ସହିତ ଜଡିତ ନୁହେଁ ଯାହା A17 ପ୍ରୋ ଚିପ୍ ପାଇଁ ବ୍ୟବହୃତ ହୋଇଥିଲା । 

ଆଇଫୋନ ୧୫ ସିରିଜ ଦର
ଆଇଫୋନ୍ ୧୫ ପ୍ରୋ ୧୨୮ଜିବି ଷ୍ଟୋରେଜ୍ କ୍ଷମତା ଥିବା ଭାରିଆଣ୍ଟ ପାଇଁ ୧,୩୪,୯୦୦ଟଙ୍କା ଦର ରହିଥିବା ସମୟରେ ୨୫୬ ଜିବି ଭାରିଆଣ୍ଟର ଦର ୧,୪୪,୯୦୦ ଟଙ୍କା ଦର ରହିଛି । ସେହିପରି ୫୧୨ ଜିବି ଭାରିଆଣ୍ଟର ମୂଲ୍ୟ ୬୪,୧୬୪,୯୦୦ ଏବଂ ୧ଟିବିର ଭାରିଆଣ୍ଟ ପାଇଁ ମୂଲ୍ୟ ୧,୮୪,୯୦୦ ରେ । ଅନ୍ୟପଟେ, ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସର ୨୫୬ ଜିବି ଭାରିଆଣ୍ଟ ପାଇଁ ଦର ରହିଛି ୧,୫୯,୯୦୦ ଟଙ୍କା । ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୫୧୨ ଜିବି ଭାରିଆଣ୍ଟର ଦର ୧,୭୯,୯୦୦ ଏବଂ ୧ଟିବି  ଭାରିଆଣ୍ଟ ପାଇଁ ୧,୯୯,୯୦୦ ମୂଲ୍ୟରେ ଲଞ୍ଚ କରାଯାଇଥିଲା।

Also Read- ୫-ଟି ପ୍ରସଙ୍ଗକୁ ନେଇ ବାରମ୍ବାର ଗୃହ ମୁଲତବୀ, ଅପରାହ୍ଣ ୫ଟା ଯାଏ କାର୍ଯ୍ୟ ବନ୍ଦ

Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି