Social Media Users Worldwide: ବିଶ୍ୱରେ ମୋଟ କେତେ ଲୋକ ବ୍ୟବହାର କରୁଛନ୍ତି ସୋସିଆଲ ମିଡ଼ିଆ ସେ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ସମଗ୍ର ବିଶ୍ୱରେ ୫ ବିଲିୟନ ଅର୍ଥାତ ୫୦୦ କୋଟିରୁ ଅଧିକ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଜଣାପଡ଼ିଛି। ନିକଟରେ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ ପ୍ରାୟ ବିଶ୍ୱ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ ଲୋକ ସୋସିଆଲ ମିଡିଆ ଦୁନିଆରେ ସକ୍ରିୟ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ତ୍ରୈମାସିକ ରିପୋର୍ଟ ମାଧ୍ୟମରେ ଡିଜିଟାଲ ପରାମର୍ଶଦାତା ସଂସ୍ଥା କେପିଓସ ପକ୍ଷରୁ ହୋଇଥିବା ଗଣନା ଅନୁଯାୟୀ ସୋସିଆଲ ମିଡ଼ିଆ ବ୍ୟବହାର (Social Media Using) କରିବା କ୍ଷେତ୍ରରେ ଗତ ବର୍ଷ ତୁଳନାରେ ୩.୭ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଉଛି। ସୋସିଆଲ୍ ନେଟୱାର୍କ ବ୍ୟବହାରକାରୀଙ୍କ (Social network users in the world) ସଂଖ୍ୟା ବିଶ୍ୱରେ ପ୍ରାୟ ୫.୧୯ ବିଲିୟନ ରହିଛି। ଯିଏ ଇଣ୍ଟରନେଟ୍ (internet users in the world) ବ୍ୟବହାର କରିଥାଏ। ଏହି ସଂଖ୍ୟା ବିଶ୍ୱ ଜନସଂଖ୍ୟାର ୬୪.୫ ପ୍ରତିଶତ।


ସୋସିଆଲ ମିଡ଼ିଆ ବ୍ୟବହାର କରିବା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ରହିଥିବାର ଜଣାପଡ଼ିଛି। ଆଫ୍ରିକା ମହାଦେଶର ପୂର୍ବ ଏବଂ ମଧ୍ୟ (East Central Africa) ଭାଗରେ ପ୍ରତି ୧୧ ଜଣ ଲୋକଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି। ସେହିପରି ବିଶ୍ୱର ସର୍ବବୃହତ୍ତ ଜନବହୁଳ ରାଷ୍ଟ୍ର କୁହାଯାଉଥିବା ଭାରତରେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ବ୍ୟବହାର (social media users in india) କରୁଥିବାର ଜମାପଡ଼ିଛି। 


ସୋସିଆଲ ମିଡିଆ ଦୁନିଆରେ ଅତିବାହିତ ହେଉଥିବା ସମୟ ମଧ୍ୟ ୨ ମିନିଟ ବୃଦ୍ଧି ପାଇଥିବାର ଜଣାପଡ଼ିଛି। ଯାହାର ଅବଧି ପୂର୍ବରୁ ୨ ଘଣ୍ଟା ୨୬ ମିନିଟ ରହିଥିଲା। ସମଗ୍ର ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାର (social media usage around the world) କରିବା କ୍ଷେତ୍ରରେ ବଡ଼ ପାର୍ଥକ୍ୟ ରହିଛି। ବ୍ରାଜିଲ (Brazil) ବ୍ୟବହାରୀ ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ହାରାହାରି ଭାବରେ ୩ ଘଣ୍ଟା ୪୯ ମିନିଟ୍ ସମୟ ଖର୍ଚ୍ଚ କରୁଥିବା ବେଳେ ଜାପାନୀ (Japan) ୧ ଘଣ୍ଟାରୁ କମ୍ ସମୟ ଅତିବାହିତ କରୁଛନ୍ତି।


ହାରାହାରି ସୋସିଆଲ ମିଡିଆ ବ୍ୟବହାରକାରୀ ସାତଟି ପ୍ଲାଟଫର୍ମ (Social Media Platforms) ବ୍ୟବହାର କରୁଛନ୍ତି। ତାହା ହେଉଛି ମେଟା (Meta) ପରିଚାଳିତ ହ୍ୱାଟସ୍ ଆପ୍ (WhatsApp), ଇନଷ୍ଟାଗ୍ରାମ (Instagram) ଏବଂ ଫେସବୁକ୍ (Facebook)। ଚୀନ ଭଳି ଦେଶ ପାଖରେ ତିନୋଟି ସ୍ୱଦେଶୀ ସୋସିଆଲ ମିଡ଼ିଆ ଆପ୍ (Social Media App in China) ରହିଛି। ତାହା ହେଉଛି ଉଇ ଚାଟ (WeChat), ଟିକଟକ୍ (TikTok) ଏବଂ ଏହାର ସ୍ଥାନୀୟ ସଂସ୍କରଣ ଡୋଇନ୍ (Douyin)। ଟ୍ୱିଟର (Twitter), ମେସେଞ୍ଜର (Messenger) ଏବଂ ଟେଲିଗ୍ରାମ (Telegram) ଶୀର୍ଷ ସୋସିଆଲ ମିଡିଆ ପ୍ଲାଟଫର୍ମ (top social media platforms in world) ତାଲିକାରେ ସ୍ଥାନ ପାଇଛି।