Water Scarcity in World: ଆଜିର ଦିନରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ପାଣି ଅଭାବର ସାମ୍ନା କରୁଛି। ଦ୍ରୁତ ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଶିଳ୍ପାୟନ, ଜଳବାୟୁ ପରିବର୍ତ୍ତନ ଏବଂ ଜଳ ପରିଚାଳନାରେ ବିଫଳତା କାରଣରୁ ଜଳ ଅଭାବ ଏକ ବ୍ୟାପକ ସମସ୍ୟା ପାଲଟିଛି। ଆଶଙ୍କା କରାଯାଉଛି ଯେ ଆଗାମୀ ସମୟରେ ଜଳ ଅଭାବ ଆହୁରି ଗୁରୁତର ହେବା ସହ ଏହାର ସୁଦୂରପ୍ରସାରୀ ପରିଣାମ ଅନୁଭୂତ ହୋପାରେ। ଯାହା ମଣିଷ ସମାଜ ଏବଂ ପରିବେଶକୁ ବିଭିନ୍ନ ଦିଗକୁ ଅଧିକ ପ୍ରଭାବିତ କରିପାରେ। ଏହି କାରଣରୁ ଜଳ ସଂକଟ ଏବେ ସମଗ୍ର ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି।


COMMERCIAL BREAK
SCROLL TO CONTINUE READING

ଏନଡି଼ଟିଭି ଦ୍ୱାରା ପ୍ରକାଶିତ ରିପୋର୍ଟ World Resources Institute's Aqueduct Water Risk Atlas ତଥ୍ୟ ଅନୁଯାୟୀ ବର୍ତ୍ତମାନ ପାଣିର ଅଭାବ ବିଶ୍ୱର ଅନେକ ଅଞ୍ଚଳକୁ ପ୍ରଭାବିତ କରୁଛି। ବିଶ୍ୱ ସମୁଦାୟ ଏବେ ଜଳ ପାଇଁ ଏକ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରୁଛି। ଯେଉଁଥିରେ ବିଶ୍ୱର ୨୫ ଦେଶ ବାର୍ଷିକ ଜଳ ସଂକଟର ଅସ୍ୱାଭାବିକ ଉଚ୍ଚ ସ୍ତରର ସାମ୍ନା କରୁଛି। ଯାହା ବିଶ୍ୱର ଏକ ଚତୁର୍ଥାଂଶ ସହିତ ସମାନ। ବୈଶ୍ୱିକ ସ୍ତରରେ ପ୍ରାୟ ୪ ବିଲିୟନ ଲୋକ ଅର୍ଥାତ ବିଶ୍ୱର ଅଧା ଜନସଂଖ୍ୟା ପ୍ରତିବର୍ଷ ଅତି କମରେ ମାସେ ପାଇଁ ଜଳ ସଙ୍କଟର ସାମ୍ନା କରୁଛି। ଆସନ୍ତା ୨୦୫୦ ବର୍ଷ ପର୍ଯ୍ୟନ୍ତ ଜଳ ସଙ୍କଟ ଆହୁରି ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ଯାହାର ଅତ୍ୟନ୍ତ ଗମ୍ଭୀର ଏବଂ ସୁଦୂରପ୍ରସାରୀ ପରିମାଣ ସାମ୍ନାକୁ ଆସିପାରେ।


ଏନେଇ ହୋଇଥିବା ଆକଳନ ଅନୁଯାୟୀ ଆସନ୍ତା ୨୦୫୦ ପର୍ଯ୍ୟନ୍ତ ମୋଟ ଘରୋଇ ଉତ୍ପାଦରେ (GDP) ୭୦ ଟ୍ରିଲିୟନ ଡଲାର (ବିଶ୍ୱର ମୋଟ ମୋଟ ଘରୋଇ ଉତ୍ପାଦର ୩୧%) ଉଚ୍ଚ ଜଳ ଚାପର ସାମ୍ନା କରିବ। ଯାହା ୨୦୧୦ ବର୍ଷର ୧୫ ଟ୍ରିଲିୟନ ଡଲାର (ବିଶ୍ୱର ମୋଟ ମୋଟ ଘରୋଇ ଉତ୍ପାଦର ୨୪%) ଠାରୁ ବଢିଯିବ। ପ୍ରତି ଚାରି ବର୍ଷରେ ପ୍ରକାଶିତ ଏହି ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ଆସନ୍ତା ୨୦୫୦ ପର୍ଯ୍ୟନ୍ତ ବିଶ୍ୱର କେବଳ ୪ ଦେଶ ଭାରତ, ମେକ୍ସିକୋ, ଇଜିପ୍ଟ ଏବଂ ତୁର୍କୀ ଏହି ସମସ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବେ। ଯାହା ବିଶ୍ୱର ମୋଟ ମୋଟ ଘରୋଇ ଉତ୍ପାଦ ଅଧାରୁ ଅଧିକ।


ଏହି ରିପୋର୍ଟ ଆହୁରି ଦର୍ଶାଇଛି ଯେ ବିଶ୍ୱର ୨୫ ଦେଶର ଯେଉଁଠି ବୈଶ୍ୱିକ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ବସବାସ କରିଥାନ୍ତି ସେଠାରେ ପ୍ରତିବର୍ଷ ଅତ୍ୟଧିକ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହୋଇଛି। ଯାହା ମଧ୍ୟରେ ରହିଛି ବହାରିନ, ସାଇପ୍ରସ୍, କୁଏତ, ଲେବାନନ୍ ଏବଂ ଓମାନ। ଏହି ସବୁ ଅଞ୍ଚଳ ମରୁଡ଼ିର ସ୍ୱଳ୍ପ ସମୟ ମଧ୍ୟରେ ମଧ୍ୟ ଜଳ ଅଭାବର ସାମ୍ନା କରିପାରନ୍ତି।


ସମଗ୍ର ବିଶ୍ୱରେ ପଶ୍ଚିମ ଏସୀୟ ଏବଂ ଉତ୍ତର ଆଫ୍ରିକା ସବୁଠାରୁ ଜଳ ସଂକଟର ସାମ୍ନା କରିବ। ଯେଉଁଠାରେ ପ୍ରାୟ ୮୩%  ଲୋକ ଅତ୍ୟଧିକ ପାଣି ଅଭାବ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଏସିଆର ପ୍ରାୟ ୭୪% ଗୁରୁତର ପାଣି ଅଭାବ ସମସ୍ୟାର ସାମ୍ନା କରୁଛି। 


WRI Water Program Aqueduct Data Lead ଏବଂ ରିପୋର୍ଟ ଲେଖକ ସାମନ୍ତ କୁଜମା CNN ଉଦ୍ଦେଶ୍ୟରେ କହିଛନ୍ତି ଯେ ଜଳ ଅଭାବ ଦର୍ଶାଉଛି ଯେ ଆମେ ଏହାକୁ ଯଥେଷ୍ଟ ପରିଚାଳନା କରୁନାହୁଁ। ହେଲେ ପୃଥିବୀର ଜଳ ହେଉଛି ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଯିଏ ପ୍ରାୟ ୧୦ ବର୍ଷ ଧରି ପାଣି ଉପରେ କାମ କରୁଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି ସମଗ୍ର ୧୦ ବର୍ଷର କାହାଣୀ ଅଧିକ କିମ୍ବା କମ ସମାନ ରହିଛି। ଜଳ ସଙ୍କଟର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ରିପୋର୍ଟ ଲେଖକ ମତ ଦେଇଛନ୍ତି ଯେ ସମସ୍ତ ସ୍ତରର ଶାସନ, ସମ୍ପ୍ରଦାୟ ଏବଂ ବ୍ୟବସାୟ ମିଳିତ ଭାବରେ ଭବିଷ୍ୟତ ପାଇଁ ଦାୟିତ୍ୱ ନେଇ ଜଳ ନିରାପତ୍ତା ଦିଗରେ କାର୍ଯ୍ୟ କରିବା ଜରୁରୀ ହୋଇପଡ଼ିଛି।