ବିନା ଇଣ୍ଟରନେଟରେ ବି ଆପଣ ବ୍ୟବହାର କରିପାରିବେ Gmail । ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଏକ ଖୁସି ଖବର ନିଶ୍ଚୟ । ଅଫଲାଇନ୍ ମୋଡରେ ଆପଣ Gmailରେ ଇମେଲ ପଢ଼ିବା ସହିତ ରିପ୍ଲାଏ କରିପାରିବେ, ଇମେଲ ସର୍ଚ୍ଚ ମଧ୍ୟ କରିପାରିବେ ।


COMMERCIAL BREAK
SCROLL TO CONTINUE READING

Gmailକୁ ଅଫଲାଇନରେ ବ୍ୟବହାର କରିବା ପାଇଁ, Chrome ବ୍ରାଉଜରରେ mail.google.comକୁ ବୁକମାର୍କ କରିବାକୁ ପଡ଼ିଥାଏ ।  ଯଦି ଆପଣ କୌଣସି କାର୍ଯ୍ୟାଲୟ କିମ୍ବା ବିଦ୍ୟାଳୟ ଆକାଉଣ୍ଟ୍ ସହିତ Gmail ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର Admin ସେଟିଂ ପରିବର୍ତ୍ତନ କରିବାକୁ ପଡିବ। ଆସନ୍ତୁ ଜାଣିବା, ଅଫଲାଇନ୍ ମୋଡ୍ ରେ Gmailକୁ କିପରି ବ୍ୟବହାର କରିପାରିବା ।


ଅଫଲାଇନ୍ Offline ମୋଡ୍ କିପରି ଏନେବଲ୍ କରିବେ, ଜାଣନ୍ତୁ ଷ୍ଟେପ୍ସ ବାଇ ଷ୍ଟେପ୍ସ୍


  •  ସବୁଠାରୁ ପ୍ରଥମେ ଆପଣଙ୍କୁ ଆପଣଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନରେ କ୍ରୋମ ବ୍ରାଉଜର ଇନଷ୍ଟଲ କରିବାକୁ ପଡ଼ିବ । ଏହି ସୁବିଧା କେବଳ କ୍ରୋମ ବ୍ରାଉଜରରେ ହିଁ ମିଳିବ । ଅଫଲାଇନ ମୋଡରେ ଆପଣ  Incognito ମୋଡରେ ମଧ୍ୟ Gmail ବ୍ୟବହାର କରିପାରିବେ ନାହିଁ , ଏଥିପାଇଁ ଆପଣଙ୍କୁ ଆପଣଙ୍କୁ ସାଇନ ଇନ ପ୍ରୋପାଇଲ ବ୍ୟବହାର କରିବାକୁ ପଡ଼ିବ ।

  • Gmail ଅଫଲାଇନ ସେଟିଂ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ- https://mail.google.com/mail/u/0/#settings/offline

  • "Enable offline mail" ଚେକ କରନ୍ତୁ ।

  • ଏଟାରେ ସେଟିଂ ପରିବର୍ତ୍ତନ କରନ୍ତୁ, ଯେପରିକି ଆପଣ ଆପଣ ଗତ କେତେ ଦିନର ଇମେଲକୁ ସିଙ୍କ୍ କରିବାକୁ ଚାହୁଁଛନ୍ତି ।

  • ଏହାପରେ Save changes ରେ କ୍ଲିକ କରନ୍ତୁ ।

  • ଏହିପରି ବ୍ୟବହାର କରନ୍ତୁ Gmail Offline


 


  • ଯେବେ ଆପଣ ଇଣ୍ଟରନେଟରେ କନେକ୍ଟ ନାହାଁନ୍ତି, ସେତେବେଳେ  Gmail ବ୍ୟବହାର କରିବା ପାଇଁ ଆପଣଙ୍କୁ  mail.google.com ସାଇଟ ଲିଙ୍କକୁ ଯିବାକୁ ପଡ଼ିବ ।

  • ଏହାବ୍ୟତୀତ ଆପଣ କ୍ରୋମ ବ୍ରାଉଜରରେ  Gmail ଅଫଲାଇନ ପାଇଁ ପୂର୍ବରୁ କରିଥିବା ବୁକମାର୍କକୁ ସିଲେକ୍ଟ କରନ୍ତୁ ।

  • ଏକଥା ଜଣି ରଖନ୍ତୁ କି ଯେତେବେଳେ ଆପଣ ଅଫଲାଇନ ଇମେଲ ପଠାଇ ଥାଆନ୍ତି, ଏହି ମେଲ୍ "Outbox" ଫୋଲ୍ଡରକୁ ଚାଲିଯାଇଥାଏ । ଯେତେବେଳେ ଆପଣ ପୂନର୍ବାର ଅନଲାଇନ ମୋଡକୁ ଆସନ୍ତି ତୁରନ୍ତ ଏହି ମେଲ୍ ସେଣ୍ଡ୍ ହୋଇଯାଇଥାଏ ।