Todays Gold Rate in India: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। କେନ୍ଦ୍ର ବଜେଟ୍ ପରେ ଦେଶରେ ଖସିଲା ସୁନାଦର। ଗତକାଲି ଅପେକ୍ଷା ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।  ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ସୁନା ଦର।...  


COMMERCIAL BREAK
SCROLL TO CONTINUE READING

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୯, ୦୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୨୫୦ ଓ  ୨୪ କ୍ୟାରେଟରେ ୨୭୦ ଟଙ୍କା ବୃଦ୍ଧି ହୋଇଛି।  ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯,୧୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୫୦ ଓ  ୨୪ କ୍ୟାରେଟରେ ୨୭୦ ଟଙ୍କା ବୃଦ୍ଧି ହୋଇଛି।  ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩, ୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୯,୦୦୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୨୫୦ ଓ ୨୪ କ୍ୟାରେଟରେ ୨୭୦ ଟଙ୍କା ଦର ବଢିଛି। ସେପଟେ ବୁଲିଅନ ବଜାର ଦର ଅନୁଯାୟୀ ଶୁକ୍ରବାର ଦିନ ୧୪ କ୍ୟାରେଟ ସୁନା ଭରି ପିଛା ୪୩୯୪୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଥିଲା। ଶନିବାର ଓ ରବିବାର ବଜାର ବନ୍ଦ ରହିଥିବାରୁ ନୂଆ ବଜାର ମୂଲ୍ୟ ସୋମବାର ସକାଳେ ପ୍ରକାଶ ପାଇବ। 


ALSO READ: Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ...


ALSO READ: August Grah Gochar 2024: ଅଗଷ୍ଟରେ ତ୍ରିଗ୍ରାହୀ ଯୋଗର ପ୍ରଭାବ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ!


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୦,୫୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୩,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୯,୦୦୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୨୭୦ ଓ ୨୪ କ୍ୟାରେଟରେ ୨୦୦ ଟଙ୍କା ଦର ବଢିଛି।