Gold Silver Price: ଗ୍ରାହକଙ୍କୁ ବଡ଼ ଝଟକା । ଉଛୁଳୁଛି ସୁନା ବଜାର। ବିବାହ ସିଜିନରେ ରେକର୍ଡ଼ ଭାଙ୍ଗିଲା ସୁନାଦର। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଉଥିବାରୁ ଭାରତୀୟ ବଜାରରେ ସୁନା ଦରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ସୁନା ଦର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  


COMMERCIAL BREAK
SCROLL TO CONTINUE READING

ALSO READ: Career Horoscope Today: ଆଜି ଚମକିବ ମେଷ-କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିପାରେ ବ୍ୟବସାୟରେ ଲାଭ ସହ ଖୁସି ଖବର


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୩,୭୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ କ୍ୟାରେଟ୍  ରେ ୩୦୦ ଓ ୨୪ କ୍ୟାରେଟର ୩୩୦ ଟଙ୍କା ଦର ବୃଦ୍ଧି ପାଇଛି।   ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୯୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ବୃଦ୍ଧି ହୋଇଛି। 



ସେହିପରି, ମୁମ୍ବାଇରେ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩, ୭୫୦ ଟଙ୍କା ରହିଛି । ଏଠାରେ ମଧ୍ୟ ଦର ବୃଦ୍ଧି ହୋଇଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୪୬୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୪୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୭୫୦ ଟଙ୍କା ରହିଛି । ତେବେ, ରାଜଧାନୀରେ ଆଜି ୨୨ କ୍ୟାରେଟ୍ ରେ  ୩୦୦ ଓ ୨୪ କ୍ୟାରେଟ୍ ରେ ୩୩୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୮ କ୍ୟାରେଟର ଦାମ୍ ୧୦ ଗ୍ରାମ୍ ପିଛା ୫୫,୩୧୦ ଟଙ୍କା ରହିଛି ।