Gold Silver Price: ହୁ ହୁ ହୋଇ ବଢି ଚାଲିଛି ସୁନା ରେଟ୍ । ଆଉ ତାହା ସହ ତାଳ ଦେଇ ବି ଆଗେଇ ଚାଲିଛି ରୂପା ଦର । ସୁନା-ରୂପା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇଛି। ମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକେ ସୁନା କିଣିବା ପାଇଁ ସାହାସ କରିପାରୁ ନାହାଁନ୍ତି ।ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ବିଶେଷ କରି ଆଜି(ସୋମବାର)  ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ସପ୍ତାହ ଆରମ୍ଭରୁ ଭୁବନେଶ୍ବରରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪, ୨୩୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ସପ୍ତାହ ଆରମ୍ଭରୁ ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୩୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। 


ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୦୪୦ ଟଙ୍କା ରହିଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୪ ,୨୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା କମିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଶସ୍ତା ହୋଇଛି। ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୮୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୫,୧୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା କମିଛି । 


ସେହି କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪ ,୨୩୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା ଦର ମଧ୍ୟ କେଜି ପିଛା ୧୦୦ ଟଙ୍କା ହ୍ରାସ ପାଇ ୮୯,୯୦୦ ଟଙ୍କାରେ ପହଞ୍ଚିଛି।