Gold Silver Price: ହୁ ହୁ ହୋଇ ବଢିଚାଲିଛି ସୁନା ଦର।   ଆଗକୁ ଆସୁଛି ବିବାହ ସିଜିନ୍ ତା ପୂର୍ବରୁ ସୁନା ହୋଇଛି ମହଙ୍ଗା। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।  ଆକାଶ ଛୁଆଁ ହେଉଛି  ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି ।  ଯଦି ଆପଣ ଆଜି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...


COMMERCIAL BREAK
SCROLL TO CONTINUE READING

ALSO READ: Weather Update: 'ଓଡି଼ଶା ଉପରେ ରହିବନାହିଁ ଲଘୁଚାପର ପ୍ରଭାବ'


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪, ୫୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୪୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୬୬୦ ଟଙ୍କା ରହିଛି। 


ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮, ୩୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୪ ,୫୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪, ୮୪୦ ଟଙ୍କା ରହିଛି। ସେହି-କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪ ,୫୧୦ ଟଙ୍କା ରହିଛି ।