Weather Update: 'ଓଡି଼ଶା ଉପରେ ରହିବନାହିଁ ଲଘୁଚାପର ପ୍ରଭାବ'
Advertisement
Article Detail0/zeeodisha/odisha2258595

Weather Update: 'ଓଡି଼ଶା ଉପରେ ରହିବନାହିଁ ଲଘୁଚାପର ପ୍ରଭାବ'

Weather Update: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପ୍ରେସମିଟ୍ ଜରିଆରେ ସୂଚନା ଦେଉଛନ୍ତି। ସେ ପ୍ରେସମିଟରେ କହିଛନ୍ତି ଯେ, 'ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ'। 

Weather Update: 'ଓଡି଼ଶା ଉପରେ ରହିବନାହିଁ ଲଘୁଚାପର ପ୍ରଭାବ'

Weather Update: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ପ୍ରେସମିଟ୍ ଜରିଆରେ ସୂଚନା ଦେଉଛନ୍ତି। ସେ ପ୍ରେସମିଟରେ କହିଛନ୍ତି ଯେ, 'ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ'। ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବା ମନା ହୋଇଛି। ସେହିପରି, ୨୪ରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ଦକ୍ଷିଣ, ଉତ୍ତର ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ । ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ତାତି, ଆଭ୍ୟନ୍ତରଣ ଓଡ଼ିଶାରେ ପାରା ୪୦ ଟପିବ। 

ALSO READ: Road Accident: ସ୍କୁଲ୍ ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ...

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଗୁରୁବାର ଠାରୁ ରାଜ୍ୟରେ ତାତି କମିବ।  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି,କନ୍ଧମାଳ,ରାୟଗଡା ଓ କଳାହାଣ୍ତି ଜିଲ୍ଲାକୁ  ବିଜୁଳି ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ଦକ୍ଷିଣ ଓଡ଼଼ିଶାର  ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ମୟୂରଭଂଜ , କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ  ବର୍ଷା ହେବ। ଏହାସହ ବାଲେଶ୍ବରରେ ଭାରି ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।